Breaking News: ଏଇ ମାସରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ଖୋଲିବ School, ଦେଖନ୍ତୁ କେଉଁ ତାରିଖରୁ ?

ନମସ୍କାର ବନ୍ଧୁଗଣ ତେବେ ସମସ୍ତେ ଅପେକ୍ଷା କରିଥିଲେ କି କେଉଁ ଦିନ ଖୋଲିବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଏବଂ ପିଲାମାନେ ଫୁଣି ଥରେ ଯିବେ ସ୍କୁଲ ତେବେ ସେସବୁ ଅପେକ୍ଷା ର ଅନ୍ତ ବର୍ତ୍ତମାନ ଘଟିଛି। ଶିକ୍ଷାମନ୍ତ୍ରୀ ଏହି ବିଷୟରେ ସମସ୍ତ ଙ୍କୁ ସୂଚନା ଦେଇଛନ୍ତି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା।


ତେବେ ରାଜ୍ୟରେ ଆସନ୍ତା ୧୫ ତାରିଖ ଠାରୁ କୋଭିଡ-୧୯ କଟକଣା ସହିତ ଷଷ୍ଠ ଓ ସପ୍ତମ ଶ୍ରେଣୀର ପିଲାଙ୍କ ପାଇଁ ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହିି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୧୯ ମାସ ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଖୋଲୁ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହୁଛି।


ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୂର୍ବାପେକ୍ଷା ହ୍ରାସ ପାଇଥିବାରୁ ସରକାର ପର୍ଯ୍ୟାୟ କ୍ରମେ ବିଦ୍ୟାଳୟ ଗୁଡ଼ିକ ଖୋଲୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିଥିଲା। ଏହା ପରେ ନବମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କର ଅଫ୍‌ଲାଇନ୍‌ କ୍ଲାସ ଆରମ୍ଭ ହୋଇଥିଲା। ସେହିଭଳି ରାଜ୍ୟ ସରକାର ଦଶହରା ପରେ ଅଷ୍ଟମ ଶ୍ରେଣୀ ପିଲାଙ୍କ ଅଫ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କରିଥିଲେ।


ସୂଚନାଯୋଗ୍ୟ ଗତ ଅକ୍ଟୋବର ଶେଷ ସପ୍ତାହରେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍ ପାଠ ପଢା ଆରମ୍ଭ ହୋଇଥିଲା । ରାଜ୍ୟରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିଥିଲା । ଏବେ ଅଷ୍ଟମ ଶ୍ରେଣୀର ପାଠପଢ଼ା ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ୩୦ ପର୍ଯ୍ୟନ୍ତ ଚାଲୁଛି।

Leave a Reply

Your email address will not be published. Required fields are marked *