LIC ର ଧମାକେଦାର Scheme, ବର୍ଷକୁ ମାତ୍ର 12 ହଜାର ଟଙ୍କା ଭରି ସାରା ଜୀବନ ପାଇଁ ପାଆନ୍ତୁ Pension, ଦେଖନ୍ତୁ କଣ ରହିଛି ପୁରା Scheme

ବନ୍ଧୁଗଣ ଆପଣ ମାନଙ୍କ ପାଇଁ ଏକ ବଡ ଖୁସିର ଖବର ମାତ୍ର ୧୨ ହଜାର ଟଙ୍କା ଦିଅନ୍ତୁ ଓ ଜୀବନ ସାରା ପାଆନ୍ତୁ ପେନସନ । ଏହି ଅଫର ଦେଇଛି ଭାରତ ଜୀବନ ବୀମା ନିଗମ ଏଲଆଇସି । ଦେଶର ସବୁଠାରୁ ବଡ ଓ ଭରସା ଯୋଗ୍ୟ କମ୍ପାନୀ ଏଲଆଇସିରେ ରହିଛି ଏହି ଯୋଜନା ଯାହାର ନାମ ହେଉଛି ସରଳ ପେନସନ ଯୋଜନା । ଏହି ବର୍ଷ ଜୁଲାଇ ପହିଲାରୁ ଏଲଆଇସିର ଏହି ନୂଆ ଯୋଜନା ଲଞ୍ଚ କରାଯାଇଛି ।

ଏହା ଏକ ବାର୍ଷିକ ପ୍ରିମିୟମ ଯୋଜନା ହେଉଥିଲେ ମଧ୍ୟ ସାଧାରଣ ଲୋକେ ଏଥିରୁ ଭରପୁର ଫାଇଦା ଉଠାଇ ପାରିବେ । ଏଲଆଇସିର ସରଲା ସ୍କିମକୁ ଅନଲାଇନ କିମ୍ବା ଅଫଲାଇନ ମଧ୍ୟରେ ଆପଣ ମାନେ କିଣି ପାରିବେ । ଆପଣ ଚାହିଁଲେ ମିଳିତ ଭାବେ ଏହି ସ୍କିମକୁ ନେଇପାରିବେ । ଏହା ସହିତ ଆପଣ ଏହି ପଲିଶି ନେବାର ୬ ମାସ ପରେ ପଲିଶି ଅନୁସାରେ ରୁଣ ନେଇପାରିବେ । ସବୁ ଠାରୁ ବଡ କଥା ହେଲା ଆପଣଙ୍କ ବୟସ ଉପରେ ପ୍ରିମିୟମ ରାସୀ ନିର୍ଭର କରିଥାଏ ।

ଏଲଆଇସିର ଏହି ସ୍କିମକୁ ଅନଲାଇନ ନେବାକୁ ଚାହୁଁ ଥିଲେ ପ୍ରଥମେ ଆପଣଙ୍କୁ ଏଲଆଇସି ୱେବ ସାଇଡକୁ ଯିବାକୁ ହେବ । ଏହା ପରେ ସରଳ ପେନସନ ସ୍କିମକୁ ଯାଇ ପ୍ଳାନ କିଣି ପାରିବେ । ଏହି ଯୋଜନାରେ ଆପଣଙ୍କୁ ସର୍ବ ନିମ୍ନ ୧୨ ହଜାର ଟଙ୍କା ଦେବାକୁ ହେବ । ଏହା ସହ ସର୍ବାଧିକ ପ୍ରିମିୟମ ଉପରେ କୌଣସି ସୀମା ନାହିଁ । ପଲିଶି ନେବାର ସର୍ବ ନିମ୍ନ ବୟସ ୪୦ ହେବା ନିହାତି ଆବଶ୍ୟକ ଓ ସର୍ବାଧିକ ୮୦ ବର୍ଷ ରହିଛି ।

ଯଦି କୌଣସି ଲୋକ ବାର୍ଷିକ ପ୍ରିମିୟମ ଦେବାକୁ ଅକ୍ଷମ ହୁଅନ୍ତି ତା ହେଲେ ମାସିକ କିମ୍ବା ତ୍ରୈମାସିକ ପ୍ରିମିୟମ ଦେଇ ପାରିବେ । ଏଥିପାଇଁ ପଲିଶି ହୋଲ୍ଡରଙ୍କୁ କୌଣସି ଅଧିକ ଟଙ୍କା ଦେବାକୁ ପଡିବ ନାହିଁ । ସରଳ ପେନସନ ଯୋଜନାରେ ଟଙ୍କା ଲଗାଇବାକୁ ଚାହୁଁ ଥିବା ଲୋକମାନଙ୍କ ପାଇଁ ଏଲଆଇସିର ଦୁଇଟି ଅପସନ ରହିଛି ।

ପ୍ରଥମ ଅପସନରେ ପଲିଶି ଶେଷ ହେବା ପରେ ଆପଣ ମାସିକ ପେନସନ ନେଇ ପାରିବେ ମୃ-ତ୍ୟୁ ହେଲେ ତାଙ୍କ ପରିବାର ଲୋକଙ୍କୁ ପେନସନ ଟଙ୍କା ମିଳିବ । ବନ୍ଧୁଗଣ ଏହି ଯୋଜନାଟି ସେୟାର ମାରକେଟ ସହ ଜଡିତ ନୁହେଁ ତେଣୁ ଆପଣ ମାନେ ଏହି ଯୋଜନାର ଲାଭ ଉଠାଇବାକୁ ଚାହୁଁ ଥିଲେ ଶୀଘ୍ର ନିକଟସ୍ଥ ଏଲଆଇସି ଅଫିସରେ ଯୋଗାଯୋଗ କରନ୍ତୁ ।

Leave a Reply

Your email address will not be published. Required fields are marked *