ଭୁଲ ମାଗିବାର ପ୍ରଶ୍ନ ହିଁ ନାହିଁ…ବୋହୁ Trupti ସହ ମିଶି ଲଢ଼ିବେ ଅପରାଜିତା, ପ୍ରକୃତିଙ୍କୁ ଦେବେ ଉଚିତ ଶିକ୍ଷା…

ନ୍ଧୁଗଣ ନମସ୍କାର, ତେବେ ଆଗରୁ ନିଜ ବୋହୁ ସହିତ ଠିଆ ହୋଇଥିଲେ ଓ ଏବେବି ନିଜ ବୋହୁ ସହିତ ହିଁ ଠିଆ ହେବେ । ଅପରାଜିତା ମହାନ୍ତି ନିଜର କର୍ତ୍ତବ୍ୟ ସବୁବେଳେ ଆଗରେ ରଖିବେ । ପୁଅ ଠାରୁ ଅଧିକ ବୋହୁ ସେତେବେଳେ ଥିଲା ଏବେବି ଅଛି । ଆଉ ପ୍ରକୃତି ମିଶ୍ର ଠାରୁ କିଭଳି ଭାବରେ ନିଜ ବୋହୁ କୁ ଦୂରରେ ରଖିବେ ଓ ନିଜ ହକ୍ ପାଇଁ ଲଢ଼ିବେ ତାହା ଅପରାଜିତା ବହୁତ ଭଲ ଭାବରେ ଜାଣିଛନ୍ତି ।

ଏହା ସହିତ ଯେଉଁ ୫ କୋଟି ଟଙ୍କା ର ମାନହାନୀ ମକଦ୍ଦମା କରିଛନ୍ତି ପ୍ରକୃତି ତାହା ହିଁ କହି ଦେଉଛି ଯେ, ସେ କେତେ ଅନୁତପ୍ତ ଅଛନ୍ତି ଏବଂ ନିଜର ସାଙ୍ଗ ବାବୁସାନ କୁ କେତେ ଭଲ ପାଆନ୍ତି । ତେବେ ଗୋଟିଏ ଯୁଦ୍ଧ ର ଲଲକାର ଯଦି ପ୍ରକୃତି କରୁଛନ୍ତି ତେବେ ଏହାକୁ ହସି ହସି ସ୍ୱୀକାର କରିବେ ତୃପ୍ତି ଏବଂ ତୃପ୍ତି ଙ୍କ ସହିତ ସାରଥୀ ହୋଇ ଛିଡ଼ା ହେବେ ଅପରାଜିତା ।

ଯେଉଁଭଳି ଭାବରେ ଯେତେବେଳେ ଏଭଳି ଗୋଟିଏ ଝଡ଼ ସୃଷ୍ଟି ହୋଇଥିଲା ବୋହୁ ସହିତ ଠିଆ ହୋଇଥିଲେ ଅପରାଜିତା, ଆଜି ମଧ୍ୟ ଠିକ ସେହିଭଳି ଠିଆ ହେବେ । ତେବେ ଭୁଲ ମାଗିବାର ପ୍ରଶ୍ନ ହିଁ ଉଠୁ ନାହିଁ । ତୃପ୍ତି ମଧ୍ୟ ଲଢ଼ି ଜାଣିଛନ୍ତି । ନିଜ ଅଧିକାର ପାଇଁ ଫାଇଟ କରିବା ତାଙ୍କୁ ଭଲ ଭାବରେ ଜଣା । ସେ ଜଣେ ଲୁଜର ନୁହଁନ୍ତି ଜଣେ ଫାଇଟର ।

ତାଙ୍କ ପାଖରେ ସବୁ ପ୍ରମାଣ ରହିଛି । ସଠିକ ସମୟରେ ସବୁ ପ୍ରମାଣ ଦେଖାଇବେ ବୋଲି ଆଗରୁ ସେ କହିଥିଲେ । ଏହା ସହିତ ଏହି ସବୁ ଜିନିଷ ର ଆଗକୁ କିଭଳି ମୁକାବିଲା କରାଯିବ ଏ ନେଇ ନିଜ ଶାଶୁ ଠାରୁ ନେବେ ମନ୍ତ୍ରଣା । ଉଭୟ ଶାଶୁ ଓ ବୋହୁ ପ୍ରକୃତି ଙ୍କ ବିରୋଧ ରେ ମିଶି ଲଢ଼ିବେ ଏଥିରେ କୌଣସି ସନ୍ଦେହ ନାହିଁ । ତେବେ ଏହା ଦେଖିବାକୁ ବାକି ରହିଲା ଯେ, ତୃପ୍ତି କଣ ଜବାବ ଦେଉଛନ୍ତି ପ୍ରକୃତି ଙ୍କୁ ।

ଏହା ଏବେ କେବଳ ତୃପ୍ତି ଙ୍କର ନୁହେଁ ବରଂ ଏହା ସେହି ସବୁ ଝିଅ ଙ୍କ ଲଢ଼େଇ ଯିଏ କି ନିଜ ସ୍ୱାମୀ କୁ ସବୁ ପ୍ରକାର କୁଦୃଷ୍ଟି ରୁ ବଞ୍ଚାଇବାକୁ ଚାହାନ୍ତି । ତେବେ ଭବିଷ୍ୟତ ରେ ଏହି ଘଟଣା କିଭଳି ରୂପ ଧାରଣ କରିବ ତାହା ତ କେବଳ ସମୟ ହିଁ କହି ପାରିବ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *