ଦୁନିଆର ଏମିତି 5 ଟି ଦେଶ, ଯାହାଙ୍କ ଉପରେ କବ୍ଜା କରିବା ମୁସ୍କିଲ…ଦେଖନ୍ତୁ କଣ ଏଥିରେ ଭାରତ ବି ଅଛି ସାମିଲ ?

ବନ୍ଧୁଗଣ ଏ ଦୁନିଆରେ ଯେଉଁ ମଣିଷ ଯେତେ ଶକ୍ତିଶାଳୀ ହୋଇଥାଏ ସେତେ ଅଧିକ ତାର ସମ୍ମାନ ରହିଥାଏ । ଆଉ ସେହି ଭଳି ଯେଉଁ ଦେଶ ଯେତେ ଅଧିକ ଶକ୍ତିଶାଳୀ ହୋଇଥାଏ ସେହି ଦେଶର ବି ସେତେ ଅଧିକ ସମ୍ମାନ ରହିଥାଏ । ଏବେ ତ ଦୁନିଆ ବହୁତ ବଦଳି ଯାଇଛି ଦୁନିଆରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସଂଗଠନ ବି ବନା ଯାଇଛି । ଏହା ସତ୍ବେ ଅନ୍ୟ ଦେଶ ଉପରେ କବଜା କରିବା ପାଇଁ କିଛି ଦେଶ ମନବୃତି ରଖିଛନ୍ତି ।

ଏମିତିରେ ଅନେକ ଦୁର୍ବଳ ଦେଶ ରହିଛି ଯେଉଁ ମାନଙ୍କ ଉପରେ ଅତି ସହଜରେ କୌଣସି ଦେଶ କବଜା କରିପାରିବ । ଅନ୍ୟ ପଟେ ଏମିତି ଦେଶ ବି ରହିଛି ଯେଉଁ ମାନଙ୍କ ଉପରେ ଆକ୍ରମଣ କରିବା ତ ଦୂରର କଥା ଏହି ଦେଶ ମାନଙ୍କ ସହ ଲଢି ଜିତିବା ଅସମ୍ଭବ ଅଟେ । ତେବେ ଆସନ୍ତୁ ଜାଣିବା ଏହି ସବୁ ଦେଶ ଗୁଡିକ ବିଷୟରେ ।

ଇରାନ- ବନ୍ଧୁଗଣ ଆମେରିକା ଭଳି ଶତ୍ରୁ ଦେଶ ଓ ପାଖରେ ସାଉଦୀ ଆରବ ଏବଂ ତର୍କୀ ଆଦି ପଡୋଶୀ ଦେଶ ରହି ମଧ୍ୟ ଇରାନ ଉପରେ କେବେ ବି ଆକ୍ରମଣ ହୋଇ ନାହିଁ । କେବଳ ଆମେରିକା 2020 ମସିହାରେ ଏ ଦେଶ ଉପରେ ଆକ୍ରମଣ କରିଥିଲା ହେଲେ ଆମେରିକା ବି ଏ ଦେଶକୁ କବଜା କରିପାରିଲା ନାହିଁ । 5 ଲକ୍ଷ ସୈନିକ, 2 ହଜାର ଟ୍ୟାଙ୍କ 0 140 ଫାଇଟର ପ୍ଳେନ ଏ ଦେଶକୁ ଅଧିକ ଶକ୍ତିଶାଳୀ କରିଛି ।

ଭୁଟାନ- ଭୁଟାନ ପାଖରେ ଦୁତୀ ଏୟାରକ୍ରାଫ୍ଟ, 0 ଆର୍ମି ଟ୍ୟାଙ୍କ ଓ 6000 ସୈନିକ ଅଛନ୍ତି ହେଲେ ବି ଭୁଟାନ ଉପାରେ କୌଣସି ଦେଶ କବଜା କରିପାରି ନାହାନ୍ତି । 1700 ମସିହାରେ ବ୍ରିଟିଶ ଅମ୍ପେୟାର ଏହି ଦେଶ ଉପରେ ଆକ୍ରମଣ କରିଥିଲା ହେଲେ ସେ ଭୁଟାନ ଉପରେ କବଜା କରିପାରି ନଥିଲେ । ଏବେ ଭୁଟାନର ଚାରି ପଟରେ କେବଳ ପାହାଡ ରହିଛି ଯେଉଁଠି କବଜା କରିବା ଅସମ୍ଭବ ଅଟେ ।

ସ୍ବୀଜରଲ୍ୟାଣ୍ଡ- ବନ୍ଧୁଗଣ ସ୍ଵିଜରଲ୍ୟାଣ୍ଡର କୌଣସି ଶତ୍ରୁ ନାହାନ୍ତି । ସ୍ବୀଜରଲ୍ୟାଣ୍ଡ ସମସ୍ତ ଶକ୍ତିଶାଳୀ ଦେଶ ସହ ଭଲ ସମ୍ପର୍କ ରଖିଛି । ୟୁଏନଏର ସମସ୍ତ ବିଭାଗ ସ୍ବୀଜରଲ୍ୟାଣ୍ଡରେ ଅଛି । ସ୍ବୀଜରଲ୍ୟାଣ୍ଡ କେବେ ବି କୌଣସି ହିଂସାରେ ସାମିଲ ହୋଇ ନାହିଁ । କେତେକ ଶକ୍ତିଶାଳୀ ଦେଶର ଜମାପୁଞ୍ଜି ସ୍ଵିଜ ବ୍ଯାଙ୍କରେ ଜମା ଅଛି । ଏମିତିରେ ଯଦି କୌଣସି ଦେଶ ସ୍ବୀଜରଲ୍ୟାଣ୍ଡ ଉପରେ ଆକ୍ରମଣ କରୁଛି ତା ହେଲେ ତାକୁ ଅନ୍ୟ ଦେଶ ମାନଙ୍କୁ ସାମ୍ନା କରିବାକୁ ହେବ ।

ଭାରତ- ବନ୍ଧୁଗଣ ଭାରତକୁ କବଜା କରିବା ଅସମ୍ଭବ ଅଟେ । ଭାରତର ପଡୋଶୀ ଦେଶ ପାକିସ୍ତାନ ଓ ଚାଇନା ଅନେକ ଥର ଭାରତକୁ କବଜା କରିବା ପାଇଁ ଚେଷ୍ଟା କରିଛନ୍ତି ହେଲେ ସେ କେବେବି ସଫଳ ହୋଇ ନାହାନ୍ତି । 14 ଲକ୍ଷ ସୈନିକ, 2 ହଜାର ଫାଇଟର ପ୍ଲେନ୍ସ, 16 ହଜାର ଟ୍ୟାଙ୍କ ଓ ବହୁତ ସାରା ପରମାଣୁ ଅସ୍ତ୍ର ଭାରତ ପାଖରେ ଅଛି । ଏହା ସହ ଆମେରିକା ଓ ଋଷିଆ ଭଳି ପୂର୍ଣ୍ଣ ସମର୍ଥନ ଭାରତ ଉପରେ ରହିଛି । ତେଣୁ ଭାରତକୁ କବଜା କରିବା ଅନ୍ୟ ଦେଶ ମାନଙ୍କ ପାଇଁ ସ୍ଵପ୍ନ ।

ଋଷିଆ- ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ଋଷ । ବନ୍ଧୁଗଣ ଋଷ ହେଉଛି ବିଶ୍ଵର ସବୁଠାରୁ ବଡ ଦେଶ । ଋଷ ଭଳି ବଡ ଦେଶ ଉପରେ ଆକ୍ରମଣ କରି କବଜା କରିବା ଅସମ୍ଭବ ଅଟେ । ଅନେକ ଯୁଦ୍ଧରେ ଋଷର ବରଫ ପାହାଡର ଥଣ୍ଡା ସହ୍ୟ କରିନ ପାରି ଅନେକ ଶତ୍ରୁ ଦେଶର ଆର୍ମି ମାନେ ମୃତ୍ୟୁ ବରଣ କରିଛନ୍ତି । ଋଷ ପାଖରେ ବି ଅନେକ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ପରମାଣୁ ଅସ୍ତ୍ର ରହିଛି ।

Leave a Reply

Your email address will not be published. Required fields are marked *