Exclusive: BMC ସହ ପଙ୍ଗା ପଡିଲା ମହଙ୍ଗା, ଭାଙ୍ଗିଲା Kishore Bhaina ହୋଟେଲ, ଦେଖନ୍ତୁ VIdeo

ନମସ୍କାର ବନ୍ଧୁଗଣ ତେବେ କିଶୋର ଭାଇନା ମଟନ ହୋଟେଲରେ ବୁଲିଲା ବିଏମ୍‌ସିର ବୁଲଡୋଜର । ବୁଧବାର ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ଦୋକାନ ସିଲ୍‌ କରିଥିଲେ ବି ହୋଟେଲରେ ଖୋଲି ଗତକାଲି ବିକ୍ରି କରୁଥିଲେ । ଏହା ସତ୍ତେ୍ବ ସରକାରୀ ଜମି ଜବରଦଖଲ କରି ହୋଟେଲ କରିଥିବାରୁ ସେ ଲିଜ୍‌ ଏଗ୍ରିମେଣ୍ଟ ଦାଖଲ କରିପାରିନଥିଲେ । ଏହାକୁ ନେଇ ଆକ୍ସନ୍ ମୋଡ଼କୁ ଆସିଥିଲା ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍ ।

ଜେସିବି ବୁଲାଇ କିଶୋର ଭାଇନା ମଟନ ହୋଟେଲକୁ ମାଟିରେ ମିଶାଇ ଦେଇଛନ୍ତି । ଏନେଇ ବିଏମ୍‌ସି ପକ୍ଷରୁ ଟ୍ୱିଟ କରି ସୂଚନା ଦେଇଛି । ତେବେ କିଶୋର ଭାଇନା ମଟନ କେଉଁଠି ରାନ୍ଧିବେ । ତେବେ ସୂଚନା ମୁତାବିକ, ମଟନରେ ପଡ଼ୁଥିଲା ଏକ୍ସପାରୀ ସସ୍‌ । ବ୍ୟବହାର ହେଉଥିଲା କ୍ଷତିକାରକ ନାଲି ରଙ୍ଗ ।

ଏପରି ଅପମିଶ୍ରିତ ଖାଦ୍ୟ ତିଆରି କରୁଥିବା ଅଭିଯୋଗରେ ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲରେ ସୁରକ୍ଷା ବିଭାଗ ଟିମ୍‌ ହୋଟେଲ ଚଢଉ କରିଥିଲା । ଦୋକାନର ଫୁଡ୍‌ ଲାଇସେନ୍ସ ବାତିଲ କରିବା ସହ ଜରିମାନା ଲଗାଇଥିଲା ବିଭାଗ । ମଟନ ଦୋକାନ ଚାରି କଡ଼ରେ ଅସ୍ୱାସ୍ଥ୍ୟକର ପରିବେଶ ରହିବା ସହଡ୍ରେନ୍‌ ପାଖରେ ଦୋକାନ ।

https://www.youtube.com/watch?v=V732v-v4zMA

ଏହାରି ଭିତରେ ଦୋକାନ ଚାଲୁଥିଲା । ସେଥିରେ ପୁଣି ତରକାରୀରେ ମିଶୁଥିଲା କ୍ଷତିକାରକ ରଙ୍ଗ । ସେହିପରି ଖାଦ୍ୟ ପ୍ରସ୍ତୁତି ସମୟରେ ଅତି ନିମ୍ନମାନର ସସ୍‌କୁ ବ୍ୟବହାର କରାଯାଉ ଥିଲା । ସେହିପରି ବାସୀ କଙ୍କଡ଼ା ମଧ୍ୟ ଜବତ ହୋଇଥିଲା । ହେଲେ ରାତାରାତି ସବୁ ବଦଳି ଗଲା । ଗୁରୁବାର ସକାଳୁ ଚିରାଚରିତ ଢଙ୍ଗରେ ପସରା ମେଲାଇ ବସିଗଲେ କିଶୋର ଭାଇନା । ଗୁରୁବାର ବି ହୋଟେଲରେ ଲୋକଙ୍କ ଖଚାଖଚ ଭିଡ଼ ଥିଲା । କିଛି ପରିବର୍ତ୍ତନ ନଥିଲା ।


ସେହି ଅସ୍ୱାସ୍ଥ୍ୟକର ପରିବେଶରେ ରନ୍ଧାବଢ଼ା ସବୁ ଚାଲିଥିଲା । ସିଲର ୨୪ ଘଣ୍ଟା ପରେ ଦୋକାନ ଖୋଲିଲା କେମିତି? କାହା ଅନୁମତିରେ ଦୋକାନ ଖୋଲିଲା? ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌ କାହିଁକି ଚଢଉ କଲାନି? ଏପରି ଅନେକ ପ୍ରଶ୍ନ ଉଠିଥିଲା । କେବଳ ସେତିକି ନୁହେଁ, ସବୁଆଡ଼େ ଜବରଦଖଲ ଉଚ୍ଛେଦ ହେଉଥିଲାବେଳେ କିଶୋର ଭାଇନା ହୋଟେଲ ଉପରେ ବିଏମସିର ନଜର ପଡ଼ୁନଥିଲା କେମିତି?

ଏହା ପରେ ଆଜି ଆକ୍ସନ୍ ମୋଡ଼କୁ ଆସିଲା ବିଏମ୍‌ସି ଏନଫୋର୍ସମେଣ୍ଟ ଟିମ୍‌‌ । ଦୂରଦର୍ଶନ ନିକଟରେ ଥିବା କିଶୋର ଭାଇନା ମଟନ ହୋଟେଲ ସରକାରୀ ଜମି ଥିବାରୁ ଏନଫୋର୍ସମେଣ୍ଟ ଟିମ୍‌‌ ଜବରଦଖଲ ମୁକ୍ତ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *