ଚିତା ବାଘ ଠାରୁ ନିଜ ଜୀବନ ବଞ୍ଚେଇବା ପାଇଁ 70 km ପହଂରିଲେ ମହିଳା, ଶେଷରେ ହେଲା କିଛି ଏମିତି କି…

ବନ୍ଧୁଗଣ, ସୂଚନା ଅନୁଯାୟୀ ଚିତାବାଘ ମୁହଁରୁ ବଞ୍ଚିଗଲେ ମହିଳା । ଜୀବନ ବଞ୍ଚାଇବାକୁ ପହଁରିଲେ ୭୦ କିମି । ଆଉ ଶେଷରେ ପରାସ୍ତ କରିଲେ ମୃ-ତ୍ୟୁ କୁ । କଥାରେ ଅଛି ତ ରଖେ ହଋ ତ ମାରେ କିଏ ? ଅର୍ଥାତ ଯାହାକୁ ଭଗବାନ ବଞ୍ଚାଇବାକୁ ଚାହାଁନ୍ତି ତାକୁ କେହି ମାରି ପାରିବେ ନାହିଁ । ମହାରାଷ୍ଟ୍ରରେ ଘଟିଥିବା ଏକ ଘଟଣା ଏହି ଲୋକକଥାକୁ ପ୍ରମାଣ କରିଛି । ଚିତାବାଘ ମୁହଁରୁ ନିଜ ଜୀବନକୁ ରକ୍ଷା କରିବା ପାଇଁ ଜଣେ ମହିଳା ନଦୀ ଭିତରକୁ ଡେଇଁ ପଡିଥିଲେ । ଏହା ସହିତ ତାଙ୍କୁ ୭୦ କିଲୋମିଟର ପହଁରିବାକୁ ହେବ ।

୭୦ କିଲୋମିଟର ପହଁରିବା ପରେ ମହିଳା ଜଣଙ୍କ ନିଜ ଜୀବନ ବଞ୍ଚାଇ ପାରିଛନ୍ତି । ଏହି ସମୟ ମଧ୍ୟରେ ମହିଳାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲେ ମଧ୍ୟ ସେ ସାହାସର ସହିତ ସାମ୍ନା କରି ଏବେ ନିଜ ପରିବାରକୁ ଫେରିଛନ୍ତି । ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଜଲଗାଁର କୋଲେମ୍ବେ ଗାଁ ର ମୃ-ତ୍ୟୁ କୁ ପରାସ୍ତ କରି ଫେରିଥିବା ମହିଳାଙ୍କ ନାମ ହେଉଛି ଲତାବାଇ ରିଲିଫ କୋଲି ।

ଘଟଣା ଦିନ ଲତାବାଇ ବାଦାମ ଓପାଡିବା ନିମନ୍ତେ ଚାଷ ଜମିକୁ ଯାଇଥିବା ବେଳେ ତାଙ୍କ ଆଡକୁ ଏକ କୁକୁର ଟି ଜୋରରେ ଦୌଡି ଆସୁଥିବା ଦେଖିଥିଲେ । କୁକୁର ଟି ଏଭଳି ଜୀବନ ବିକଳରେ କାହିଁକି ଦୌଡୁଛି ଦେଖିବା ପାଇଁ ଲତାବାଇ ଉଠିବା ପରେ କୁକୁର ପଛରେ ଚିତାବାଘ ଦୌଡୁଥିବା ଦେଖିବାକୁ ପାଇଥିଲେ ।

ଏହା ଦେଖି ଡରିଯିବା ସହିତ ସେ ଚାଷ ଜମି ପାଖରେ ଥିବା ତାପ୍ତି ନଦୀକୁ ଡେଇଁ ପଡିଥିଲେ । ଲତାବାଇ ନଦୀ ପାର ହୋଇ ଆରପଟକୁ ଯିବେ ବୋଲି ଭାବିଥିଲେ କିନ୍ତୁ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ ସେ ଭାସି ଭାସି ଆଗକୁ ଚାଲିଯାଇଥିଲେ । କିଛି ବାଟ ଯିବାପରେ ଏକ କଦଳୀ ପାଟୁଙ୍ଗା ମିଳିବାରୁ ଏହା ସାହାର୍ଯ୍ୟରେ ସେ ୭୦ କିଲୋମିଟର ଯାଇପାରିଥିବା କହିପାରିଛନ୍ତି ।

ଲତାବାଇ ଙ୍କ ଏହି କାମକୁ ସମସ୍ତେ ପ୍ରଶଂସା କରିବା ସହିତ ସମସ୍ତେ ତାଙ୍କୁ କହିଛନ୍ତି ସାହସୀ । ତେବେ ଏହିଭଳି ନିଜ ଜୀବନକୁ ବିପଦ ଥିଲେ ସେ ବିପଦରୁ ବାହାରି ଆଗକୁ ବଢିବା ତଥା ନିଜକୁ ସୁରକ୍ଷା କରିବାର ରାସ୍ତା ସମସ୍ତଙ୍କୁ ଆପେ ଆପେ ଆସିଯାଇଥାଏ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *