IND vs NZ t20: Deepak Hooda ଙ୍କ ବିରଳ ରେକର୍ଡ, ଯାହାକୁ ଭାଙ୍ଗିବା ଅସମ୍ଭବ !

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପକ ହୁଡା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନେଇଛନ୍ତି ୪ ଟି ୱିକେଟ । ମାତ୍ର ୧୪ ଟି ମ୍ୟାଚ ଖେଳି ହୁଡା କରିଛନ୍ତି ବିଶ୍ଵରେକର୍ଡ । ଏହା କରିବା କୌଣସି ଖେଳାଳୀ ଙ୍କ ପାଇଁ ଅସମ୍ଭବ ଅଟେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜ ର ଦ୍ଵିତୀୟ ମ୍ୟାଚ ରେ ଭାରତୀୟ କ୍ରିକେଟ ଦଳ ଏକ ଦମଦାର ଖେଳ ଦେଖାଇଛି । ସୂର୍ଯ୍ୟ କୁମାର ଯାଦବ ଙ୍କ ଶତକ ଇନିଙ୍ଗ୍ସ ଆଧାରରେ ଭାରତୀୟ ଦଳ ୬ ଟି ୱିକେଟ ହରାଇ ୧୯୧ ରନ ସ୍କୋର କରିଥିଲା ।

ଏହା ପରେ ଦୀପକ ହୁଡାଙ୍କ ଉତ୍କୃଷ୍ଠ ବଲିଙ୍ଗ ନ୍ୟୁଜିଲ୍ୟାଣ୍ଡ ଦଳକୁ ମାତ୍ର ୧୨୬ ରନରେ ଅଟକାଇ ଥିଲା । ଏହି ବିଜୟ ସହିତ ଭାରତୀୟ ସିରିଜ ରେ୧.୦ରେ ଅଗ୍ରଣୀ ହାସଲ କରିଛି । ଏହି ମ୍ୟାଚରେ ହୁଡା ଭାରତ ପାଇଁ ଏପରି କିଛି କରିଛନ୍ତି ଯାହା ଅନ୍ୟ କୌଣସି ଖେଳାଳୀ ଙ୍କ ପାଇଁ କରିବା ଅସମ୍ଭବ ମନେ ହେଉଥିଲା ।

ରବିବାର ଦିନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଠ ଟି-୨୦ ସିରିଜ ର ଦ୍ଵିତୀୟ ମ୍ୟାଚ ଏକତରଫା ରହିଥିଲା । ଭାରତ ପ୍ରଥମେ ସୂର୍ଯ୍ୟ କୁମାର ନାକ ଶତକ ଇନିଙ୍ଗ୍ସ ବଳରେ ୧୯୧ ରନ ସଂଗ୍ରହ କରିଥିଲା । ସ୍ପିନର ବଲର ମାନଙ୍କ ଦ୍ଵାରା ଭ୍ରମଣକାରୀ ଦଳ ଘରୋଇ ଦଳ କୁ ମାତ୍ର ୧୨୬ ରନରେ ସୀମିତ ରଖିଥିଲା । ଦୀପକ ହୁଡା ଙ୍କ ବଲିଙ୍ଗ ସବୁଠାରୁ ଚମତ୍କାରୀ ଥିଲା ସେ ଗୋଟିଏ ଓଭରରେ ୩ ଟି ୱିକେଟ ନେଇଥିଲେ ଏବଂ କିୱି ଦଳର ଖେଳ ଶେଷ କରିଦେଇଥିଲେ ।

ଭାରତୀୟ ଅଲରାଉଣ୍ଡର ଦୀପକ ହୁଡା ଯିଏ ମାତ୍ର ୧୪ ଟି ଟି-୨୦ ଆନ୍ତର୍ଜାତୀୟ ଖେଳିଛନ୍ତି ସେ ଖୁବ ଅଳ୍ପ ସମୟ ମଧ୍ୟରେ ଏଭଳି ପ୍ରଦର୍ଶନ କରିଛନ୍ତି ଯାହାକୁ ପୁନ୍ନରାବୃତି କରିବା ଅସମ୍ଭବ ହେବ । ଏକ ଶତକ ସହିତ ଟି-୨୦ କ୍ରିକେଟରେ ଚାରୋଟି ୱିକେଟ ନେଇଥିବା ହୁଡା ପ୍ରଥମ ଭାରତୀୟ ହୋଇପାରିଛନ୍ତି ।

୨୦୨୨ ମସିହାରେ ଆୟରଲ୍ୟାଣ୍ଡ ବିପକ୍ଷରେ ସେ ୧୦୪ ରନର ଇନିଙ୍ଗ୍ସ ଖେଳିଥିଲେ, ବର୍ତ୍ତମାନ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୧୦ ରନ ବେୟରେ ୪ ଟି ୱିକେଟ ନେଇଛନ୍ତି । ଟି-୨୦ ଇଣ୍ଟର ନ୍ୟାସନାଲରେ ଗୋଟିଏ ଶତକ ଏବଂ ୪ ଟି ୱିକେଟ ନେବାର ଚମତ୍କାର କରିବା ବାସ୍ତବରେ ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟ ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *