‘ବାଟ ସାରା ହାତ ହଲେଇ ହଲେଇ ଆସିଲା ବେଳେ ମତେ ସୁର ରାଉତରାୟ ଫିଲ ଆସୁଛି, ମତେ ଲାଗୁଛି କେମିତି କି ସୁର ଭାଇ…’ Raju Das

ବନ୍ଧୁଗଣ, ସୂଚନା ଅନୁଯାୟୀ କମେଡିଆନ ରାଜୁ ଦାସ ଙ୍କ ବିବାହ ହୋଇ ସାରିଛି । ତେବେ ସେ ବିବାହ କରିବାକୁ ଯିବା ସମୟରେ ଏଭଳି କିଛି ପ୍ରତିକ୍ରିୟା ଦେଇଥିଲେ । ତେବେ ଆସନ୍ତୁ ଜାଣିନେବା ତାହା କ’ଣ ଅଟେ ? ରାଜୁ ଦାସ କହିଥିଲେ ଯେ ଆଜି ସେ ଗୋଟିଏ ରାଜା ଭଳି ନିଜକୁ ଫିଲ କରୁଛନ୍ତି । ସମସ୍ତଙ୍କର ଏହିଭଳି ଅପୂର୍ବ ଭଲପାଇବା, ତଥା ବାଟ ସାରା ଆସୁଥିବା ସମୟରେ ହାତ ହଲାଇ ହଲାଇ ଆସୁଥିଲେ ତାଙ୍କୁ ତାହା ସୁର ରାଉତରାୟ ଭଳି ଫିଲ ହେଉଥିଲା ।

ଏଣୁ ଯାହା ମଧ୍ୟ ହେଉ ଏହା ବହୁତ ଖୁଶିର କଥା ଅଟେ । ତେବେ ଷୋନାଲୀ ଙ୍କ ଘର କେନ୍ଦୁଝର ରେ ଅବସ୍ଥିତ । ଏତେ ଦୂର କିଭଳି ପ୍ରସ୍ତାବ ପଡିଲା ବୋଲି ମିଡିଆ ପ୍ରଶ୍ନ ପଚାରିବାରୁ ଉତ୍ତରରେ ରାଜୁ କହିଥିଲେ ଯେ ଭୁବନେଶ୍ଵର ରୁ କେନ୍ଦୁଝର 230 କିମି ଅଟେ, ଏବଂ 4 ଘଣ୍ଟା ସମୟ ଲାଗିଥାଏ । ଏଣୁ ଏହା ଏତେ ଅସମ୍ଭବ ନୁହେଁ ଯେ ପ୍ରସ୍ତାବ ପଡି ପାରିବ ନାହିଁ ।

ଆଜିକାଲି କନେକ୍ଟିଭିଟି ଯେଉଁଭଳି ଭାବରେ ବଢି ଗଲାଣି କେଉଁଠି ନା କେଉଁଠି ଯାଇ ପରସ୍ପର ପହଞ୍ଚି ପାରୁଛନ୍ତି । ଏହା ଦୁଇ ପରିବାର ଭିତରର କଥା ଅଟେ । ପରିବାର ପରିବାର ମଧ୍ୟରେ କଥା ହୋଇ ଆଗକୁ ଆଗେଇଛୁ । ରାଜୁ ବହୁତ ଖୁସି ଅଛନ୍ତି ଯେ ଆଜି ସେ ନିଜ ଜୀବନସାଥି ପାଇଛନ୍ତି । ସୁନ୍ଦର ବିଚାରଧାରା ରଖୁଥିବା ଏତେ ସୁନ୍ଦର ମଣିଷକୁ ପାଇବା ବହୁତ ବଡ କଥା ବୋଲି ରାଜୁ କହିଥିଲେ ।

ଆଜିଭଳି ଦିନରେ ଉତ୍ତମ ପାରିବାରିକ ଜୀବନ କଟାଇବା ବହୁତ କଷ୍ଟକର । ମାତ୍ର ରାଜୁ ଙ୍କୁ ଲାଗୁଛି ଯେ ତାଙ୍କ ଜୀବନସାଥୀ ଷୋନାଲୀ ତାଙ୍କ ସହିତ ତଥା ତାଙ୍କ ପରିବାର ସହିତ ମନକୁ ମନ ମିଶାଇ ଚାଲିବେ । କେନ୍ଦୁଝର ଗୋଟିଏ ଅତି ସୁନ୍ଦର ଏରିଆ ଅଟେ । ରାସ୍ତା ରେ ଶାଳ ଗଛ ସହିତ ଦୂରରୁ ଦେଖାଯାଉଥିବା ପର୍ବତ ସାନ ଘାଗରା ବଡ ଘାଗରା ଠାରୁ ଗୁଣ୍ଡିଚା ଆରମ୍ଭ କରି ମା’ ଘାଟଗାଁ ତାରିଣୀ ଙ୍କ ପୀଠ ଯାହା ସବୁ ଜିନିଷ ରହିଲା ତାହାକୁ ନେଇ ଏହି ଜାଗାକୁ ଖରାପ କହି ହେବ ନାହିଁ ।

ଏହା ବ୍ୟତୀତ ଏ ଯେଉଁ ମନରମ ପରିବେଶ ଗୁଡିକ ରହୁଛି ସବୁ ବହୁତ ସୁନ୍ଦର ଅଟେ । ତେବେ ବନ୍ଧୁଗଣ କମେଡିଆନ ରାଜୁ ଦାସ ଏହିଭଳି ଖୁସି ଥିବାର ନଜର ଆସିଥିଲେ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *