ବିଧାୟକ ହେବ ତ ରୁଦ୍ରଙ୍କ ପରି ! ବନ୍ୟା ପୀଡିତଙ୍କୁ ନିଜ ହାତରେ ରନ୍ଧା ଖାଦ୍ୟ ପରସିଲେ ବିଧାୟକ Rudra Moharathy, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଦୟାନଦୀର ଜଳସ୍ତର ବୃଦ୍ଧି ପାଉଛି । ଏନେଇ ଦୟାନଦୀର ଶାଖା ନଦୀଗୁଡିକରେ ବନ୍ୟା ଜଳ ଯୋଗୁଁ ପ୍ରଭାବିତ ହୋଇଛି ଡେଲାଙ୍ଗର ଏକାଧିକ ପଞ୍ଚାୟତ । ତେବେ ଚାଷ ଜମି, ରାସ୍ତା ଘାଟ, ଘର ସବୁକିଛି ବନ୍ୟାଜଳରେ ବୁଡି ରହିଛି । ଏପଟେ ଲଘୁଚାପ ବର୍ଷା ଯୋଗୁ ଆତଙ୍କିତ ଡେଲାଙ୍ଗ ବାସୀ । ଡେଲାଙ୍ଗର କଲ୍ୟାଣପୁର ସ୍ବାସ୍ଥ୍ୟକେନ୍ଦ୍ର ସମ୍ପୂର୍ଣ୍ଣ ବନ୍ୟା ଜଳରେ ବୁଡି ରହିଛି । ଫଳରେ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ଠପ୍ ହୋଇ ଯାଇଛି ।


ଏହି କାରଣରୁ କଲ୍ୟାଣପୁର ବଜାରରେ ଅସ୍ଥାୟୀ ଭାବେ ଏକ ଘରେ ଲୋକଙ୍କୁ ଚିକିତ୍ସା ସେବା ପ୍ରଦାନ କରାଯାଉଛି । କଲ୍ୟାଣପୁର ମେଡିକାଲ ଛକ ଠାରୁ ବେନୁପଡ଼ା ଛକ ଯାଏଁ ରାସ୍ତା ଉପରେ ପାଣି ଚାଲିଥିବାରୁ ଏହି ରାସ୍ତାରେ ପିପିଲିକୁ ଲୋକମାନେ ଯିବା ଆସିବା କରିପାରୁନାହାନ୍ତି । ଏଥିସହ ସେପଟେ ଓଡରାଫ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ବିପନ୍ନ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ବନ୍ୟାରେ ଡେଲାଙ୍ଗ ବ୍ଲକର ବ୍ୟାପକ କ୍ଷୟକ୍ଷତି ସହ ଲୋକଙ୍କ ଜୀବନଜୀବିକା ବିକାଶ ଧାରାରେ ବ୍ୟାହତ ଘଟିଛି । ଲୋକେ ନାଁହି ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ଡେଲାଙ୍ଗ ବ୍ଲକର ୯ଟି ପଞ୍ଚାୟତର ୪୪ଟି ଗ୍ରାମର ୪୫ ହଜାର ୧୨୮ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏଥିସହିତ ବନ୍ୟାରେ ଡେଲାଙ୍ଗ ବ୍ଲକର ସବୁ ଅଞ୍ଚଳର ଲୋକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି ।

ବନ୍ୟା ଯୋଗୁଁ ସମଗ୍ର ଅଞ୍ଚଳର ଯୋଗାଯୋଗ ବିଚ୍ଛିନ୍ନ ହେବା ସାଙ୍ଗକୁ ତୁହାକୁ ତୁହା ବର୍ଷା ଫଳରେ ସାଧାରଣ ଦିନମଜୁରିଆ, ଖଟିଖିଆ, ବୁଲା ବିକାଳି, ଉଠାଦୋକାନୀ ନାଁହି ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଯୋଗାଯୋଗ ବିଚ୍ଛିନ୍ନ ସେମାନେ ବାହାରକୁ ଯାଇପାରୁ ନାହାନ୍ତି, କାମ ନାଁହି, ରୋଜଗାର ନାଁହି ଯାହାଫଳରେ ସେମାନେ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ ଜୀବିକା ନିର୍ବାହ କରୁଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରିଲିଫ ସହାୟତା ଯୋଗାଇଦେବାକୁ ଦାବୀ ହେଉଛି ।

ତେବେ ବନ୍ୟା ଜଳ ରେ ଲୋକ ମାନେ ନିଜ ଅସୁବିଧା କୁ ନିଜ ମନ ରେ ରଖୁଛନ୍ତି କାରଣ ଅସୁବିଧା ଶୁଣିବା ପାଇଁ ତାଙ୍କ ପାଖ ରେ କେହି ନାହାଁନ୍ତି କିନ୍ତୁ ପିପିଲି ର ବିଧାୟକ ଆମ ପ୍ରିୟ ରୁଦ୍ର ମହାରଥୀ ବର୍ତ୍ତମାନ ସେ ବନ୍ୟା ବିପନ୍ନ ଅଞ୍ଚଳ ରେ ଲୋକ ମାନଂକୁ ଉଦ୍ଧାର କରି ସେମାନଙ୍କୁ ରନ୍ଧା ଖାଦ୍ୟ ବାଣ୍ଟୁ ଛନ୍ତି । ତେବେ ସେମାନଙ୍କର ଠିକ ସମୟରେ ଖାଇବା ପିଇବାର ଧ୍ୟାନ ମଧ୍ୟ ନେଉଛନ୍ତି ମେଡ଼ିସିନ ଆଣି ଯୋଗେଇ ଦେଉଛନ୍ତି ଏବଂ ସୁବିଧାରେ ବସ ବାସ କରିବା ପାଇଁ କହୁଛନ୍ତି ।


ତେବେ ଏପରି ବିଧାୟକ ଙ୍କୁ ପାଇଁ ସମସ୍ତେ ଖୁସି ଅଛନ୍ତି ଏବଂ ଗର୍ବ ଅନୁଭବ ମଧ୍ୟ କରୁଛନ୍ତି । ତେବେ ବନ୍ୟାରେ ବ୍ୟାପକ ଅଞ୍ଚଳ, ଜଳମଗ୍ନ ହେବା ସହିତ ଅନେକ ଚାଷ ଜମି ଓ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସଚିବ ୫ଟି ଭି କେ ପାଣ୍ଡିଆନ ମଧ୍ୟ୍ୟ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ।

ପ୍ରଭାବିତ ଅଞ୍ଚଳରେ ଚାଲିଥିବା ସମସ୍ତ ପ୍ରକାର ସହାୟତା ଯଥା : ରିଲିଫ୍ ଓ ରନ୍ଧା ଖାଦ୍ୟ ଯୋଗାଣ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ୱିତ କରିବା ସହିତ ପ୍ରଭାବିତ ଗୋରୁଗାଈମାନଙ୍କୁ ଆବଶ୍ୟକୀୟ ଗୋଖାଦ୍ୟ ଓ ପଶୁ ଚିକିତ୍ସା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବନ୍ୟାଂଚଳରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ରିଲିଫ ସହାୟତା ଘୋଷଣା କରିଛନ୍ତି । ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ଯେଉଁ ଗାଁମାନଙ୍କରେ ପାଣି ପଶିଛି ସେଠାରେ ବିପନ୍ନ ଲୋକମାନଙ୍କୁ ୧୫ଦିନ ରିଲିଫ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *