ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ କିଛି ଏମିତି କହିଲା ଋଷ, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ …

ନମସ୍କାର ବନ୍ଧୁଗଣ ତେବେ ୟୁକ୍ରେନ-ରୁଷ ଯୁଦ୍ଧରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ୟୁକ୍ରେନ ଉପରେ ଆକ୍ରମଣ ପରେ ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ନେଇ ଯେଉଁ ଆଶଙ୍କା କରାଯାଉଥିଲା, ତାହା ସତ ହୋଇଛି । ଖାରକିଭରେ ଡ୍ରୋନ ଆକ୍ରମଣରେ ଜଣେ ଭାରତୀୟ ମେଡିକାଲ ଛାତ୍ରଙ୍କ ଜୀବନ ଯାଇଛି । ବଙ୍କରରେ ଲୁଚି ରହିଥିବା ଭାରତୀୟ ଛାତ୍ର ଜଣକ ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି ।


ମୃତ ଛାତ୍ର କର୍ଣ୍ଣାଟକର, ତାଙ୍କ ପରିବାର ଲୋକଙ୍କ ସହ କଥା ହୋଇ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରଦୂତଙ୍କ ସହ ବୈଦେଶିକ ମନ୍ତ୍ରାଳୟ ସଚିବ କଥା ହୋଇ ଭାରତ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି । ତେବେ ସେହି ଛାତ୍ର ଜଣଙ୍କର ନାମ ହେଉଛି ନବୀନ ଶେଖରଗୌଡା । ଘର କର୍ଣ୍ଣାଟକ । ଡାକ୍ତର ହେବାର ସ୍ୱପ୍ନ ନେଇ, ଘର ଠାରୁ ହଜାର ହଜାର କିଲୋମିଟର ଦୂର ୟୁକ୍ରେନରେ ରହି ଖାରକିଭ୍ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢ଼ୁଥିଲେ ।

୪ବର୍ଷ ବିଦେଶ ମାଟିରେ ରହି ଡାକ୍ତରୀ ପାଠ ବି ପଢ଼ିଥିଲେ । ହେଲେ, ୟୁକ୍ରେନ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଯାଇଛି । ରୁଷର ଆକ୍ରମଣ ପରେ ଜୀବନ ବଞ୍ଚାଇବା ପାଇଁ ବଙ୍କର ଭିତରେ ରହୁଥିବା ନବୀନ ଖାଦ୍ୟ ସଂଗ୍ରହ ପାଇଁ ପଦାକୁ ଆସିଥିଲେ । ଏହି ସମୟରେ ରୁଷ୍ ପକ୍ଷରୁ ଆକାଶ ମାର୍ଗରୁ କରାଯାଇଥିବା ଆକ୍ରମଣରେ ନବୀନଙ୍କର ମୃତ୍ୟୁ ହୋଇଛି ।


ଏନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଭାରତୀୟ ଦୂତାବାସ ପକ୍ଷରୁ ଟୁଇଟ୍ କରି କୁହାଯାଇ ଥିଲା । ତେବେ ଏହି ଘଟଣାକୁ ନେଇ ଶେଷରେ ମୁହଁ ଖୋଲିଛି ଯୁଦ୍ଧମୁହାଁ ଋଷ । ତେବେ ମିଡ଼ିଆ ରିପୋର୍ଟ ଅନୁଯାୟୀ, ନବୀଙ୍କ ମୃତ୍ୟୁ ଘଟଣାକୁ ତଦନ୍ତ କରିବା ନେଇ ଋଷ ଦୂତବାସ ଡେନସ୍ ଆଲିପୋଭ ଆଜି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀ ଅବସରରେ ଡେନିସ୍ କହିଥିଲେ, “ମୃତ ନବୀନ ଶେଖରପ୍ପାଙ୍କ ପରିବାର ତଥା ସମଗ୍ର ଭାରତକୁ ମୁଁ ସହାନଭୂତି ଜଣାଉଛି ।

ୟୁକ୍ରେନରେ ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଆମେ ଯଥା ସମ୍ଭବ ଚେଷ୍ଟା କରିବୁ । ” ତେବେ ଅନ୍ୟପଟେ ଆଜି ଆଉ ଜଣେ ଭାରତୀୟ ଛାତ୍ର ଚନ୍ଦନ ଜିନ୍ଦଲ ୟୁକ୍ରେନରେ ପ୍ରାଣ ହରାଇଛନ୍ତି । ଏହି ଘଟଣା ପରେ ୟୁକ୍ରେନରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି ଭାରତ ସରକାର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *