ଗୁରୁତର ରୋଗରେ ପୀଡିତ ଅଛନ୍ତି ଋଷ ର ରାଷ୍ଟ୍ରପତି ପୁଟ୍ଟିନ ! ପୁଟ୍ଟିନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଆମେରିକା ଦେଲା ଏହି ସଙ୍ଗୀନ ତଥ୍ୟ…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଗତ ୭ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ ।

ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ଏହି ଯୁଦ୍ଧକୁ ବନ୍ଦ କରିବା ପାଇଁ ଅନେକ ଦେଶ କହୁଥିବା ବେଳେ ପୁଟିନ ରାଜି ହେଉ ନାହାନ୍ତି । ଏହା ସହ ସେ କହିଛନ୍ତି, ଯଦି ବାହାର ଲୋକ କିଏ ଏଥିରେ ମୁଣ୍ଡ ପୁରାଏ ତା ହେଲେ ତାକୁ ଶେଷ କରାଯିବ । ହେଲେ ବନ୍ଧୁଗଣ ବର୍ତ୍ତମାନ ପୁଟିନଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଋଷ ରାଷ୍ଟ୍ରପତି ପୁଟିନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଠିକ ନାହିଁ । କିଛି ଲୋକ କହୁଛନ୍ତି ତାଙ୍କୁ କ୍ୟାନ୍ସର ହୋଇଛି । ଆଉ କିଛି ଲୋକ କହୁଛନ୍ତି କରୋନା କାରଣରୁ ପୁଟିନ ବ୍ରେନ୍ ଫଗ୍ ରେ ଆକ୍ରାନ୍ତ ହୋଇଛନ୍ତି । ଆମେରିକାର ବାଚସ୍ପତି ନାନ୍ସି ପେଲୋସୀ ଏହି ସବୁ କଥା ବିଷୟରେ କହିଛନ୍ତି । ଏହା ସହ ସେ କହିଛନ୍ତି ଯାହା ବି ହେଉ ପୁଟିନ ଏକ ମାରଣା ଶଣ୍ଢ ।

ୟୁକ୍ରେନକୁ ଆକ୍ରମଣ କରି ପୁଟିନ ସାରା ବିଶ୍ଵରେ ଭୟ ଓ ଆଶଙ୍କା ସୃଷ୍ଟି କରିଛନ୍ତି । ନାନ୍ସି କହିଛନ୍ତି ପୁଟିନଙ୍କ ମାନସିକ ସ୍ଥିତି ଠିକ ନାହିଁ । ପୁଟିନଙ୍କ ମାନସିକ ଅବସ୍ଥା ବିକ୍ଷିପ୍ତ । ମଣିଷ ଜଗତ ପାଇଁ ପୁଟିନଙ୍କ ଆଚରଣ ସଂପୂର୍ଣ୍ଣ ଅଗ୍ରହଣିଅ । କେବଳ ନାନ୍ସି ନୁହେଁ ସିନେଟ ଇଣ୍ଟେଲିଜେନ୍ସ କମିଟିର ଉପାଦକ୍ଷ ମାର୍କୋ ରୁବିଓ ମଧ୍ୟ ଠିକ ଏହି ସବୁ କଥା କହିଛନ୍ତି ।

ପୁଟିନଙ୍କ ମାନସିକ ସ୍ଥିତି ଉପରେ ପ୍ରଶ୍ନ କରି ସେ ଟ୍ବିଟ କରିଛନ୍ତି । 69 ବର୍ଷୀୟ ପୁଟିନଙ୍କର ନ୍ୟୁରୋ ବା ସାଇକୋଲୋଜିକାଲ ସମସ୍ୟା ରହିଛି ବୋଲି ସେ କହିଛନ୍ତି । ବନ୍ଧୁଗଣ ଏହା ମଧ୍ୟ ସାମ୍ନାକୁ ଆସୁଛି, କରୋନା ସମୟରେ ଦୀର୍ଘ ମାସ ଧରି ନିଜକୁ ଆୟୁସୁଲେଟ କରି ରଖିଥିଲେ ପୁଟିନ ।

ଏହା ଫଳରେ ସେ ସଙ୍ଗରୋଧ ଜନିତ ଏକଲାପଣର ଶିକାର ହୋଇଥାଇ ପାରନ୍ତି । ଟ୍ରମ୍ଫଙ୍କ ପୂର୍ବତ୍ତମ ସହକାରୀ ମଧ୍ୟ ପୁଟିନଙ୍କ ଦେହ ଭଲ ନାହିଁ ବୋଲି କହିଥିଲେ । ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *