ଋଷ ଭାରତକୁ ଦେଲା ସିକ୍ରେଟ ସୂଚନା, ଦେଖନ୍ତୁ କଣ କହିଲା…

ନମସ୍କାର ବନ୍ଧୁଗଣ ତେବେ ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷିଆ ସେନା ୟୁକ୍ରେନର ଅନେକ ସହର ଉପରେ ବିସ୍ଫୋରଣ ଜାରି ରଖିଛି। ଦିନକୁ ଦିନ ରୁଷର ଆକ୍ରମଣ ଯୋଗୁ ୟୁକ୍ରେନର ଦ୍ୱିତୀୟ ବଡ଼ ସହର ଖାରକିଭ୍‌ରେ ସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ଯାଇଛି। ରୁଷ ଚାରିପଟୁ ଘେରି ଖାରକିଭରେ ଆକ୍ରମଣ କରୁଥିବାରୁ ସେଠାରେ ଫସିଥିବା ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ଭାରତୀୟ ଦୂତାବାସ ପକ୍ଷରୁ ଆଉ ଏକ ନୂତନ ଜରୁରୀ କାଳୀନ ଆଡଭାଇଜରି ଜାରି କରା ଯାଇଛି।


ତେବେ ଦୂତାବାସ ୟୁକ୍ରେନର ଦ୍ଵିତୀୟ ବଡ ସହର ଖାରକିଭକୁ ତୁରନ୍ତ ଛାଡିବାକୁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି। କେବଳ ଏତିକି ନୁହେଁ ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଖାରକିଭ ଛାଡିବାକୁ କୁହାଯାଇଛି। ଆଡଭାଇଜରିରେ ଖାରକିଭ ଛାଡି ୩ଟି ସ୍ଥାନ ପେସୋଚିନ, ବାବାୟେ, ବେଜଲୁଡୋକା ଚାଲି ଯିବାକୁ ପରାମର୍ଶ ଦିଆ ଯାଇଛି। ଯେ କୌଣସି ପରିସ୍ଥିତିରେ ଆଜି ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ଭାରତ ର ସମୟ ରାତି ୯ଟା ସୁଦ୍ଧା ଏହି ସବୁ ସ୍ଥାନକୁ ପହଞ୍ଚିବାକୁ କୁହା ଯାଇଛି।

ତେବେ ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ କରି କୁହା ଯାଇଛି ଯେ ନିଜର ସୁରକ୍ଷା ପାଇଁ ଭାରତୀୟ ମାନେ ତୁରନ୍ତ ଖାରକିଭ ଛାଡ଼ି ଦିଅନ୍ତୁ। ସେମାନେ ଖାରକିଭରୁ ବାହାରି ପିସୋଚିନ, ବେଜଲୟୁଡୋଭାକ ଓ ବାବୟେକୁ ଚାଲି ଯାଆନ୍ତୁ। ୟୁକ୍ରେନ ସମୟ ସନ୍ଧ୍ୟା ୬ଟା ସୁଦ୍ଧା ଏହି ସବୁ ସ୍ଥାନ ଅଭିମୁଖେ ଭାରତୀୟ ମାନେ ବାହାରି ଯାଆନ୍ତୁ ବୋଲି ଦୂତାବାସ ପକ୍ଷରୁ କୁହାଯାଇଛି। ଖାରକିଭରେ ରୁଷର ପାରାଟ୍ରୁପର ମାନେ ଅବତରଣ କରି ଛନ୍ତି।


ସେମାନେ ଏଠାରେ ଓହ୍ଲାଇବା ପରେ ୟୁକ୍ରେନର ମିଲିଟାରୀ ବେସ ଓ ହସ୍ପିଟାଲଗୁଡ଼ିକୁ ଟାର୍ଗେଟ କରୁଛନ୍ତି। ୟୁକ୍ରେନ ସେନା ପକ୍ଷରୁ ବି ଏହାର ଜବାବ ଦିଆ ଯାଉଥିବାରୁ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ହୋଇ ଉଠିଛି। ଆଗକୁ ରୁଷ ଆକାଶ ପଥରୁ ଖାରକିଭରେ ବଡ଼ ହମଲା କରିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ପକ୍ଷରୁ ଜରୁରୀ କାଳୀନ ସତର୍କ ସୂଚନା ଜାରି କରାଯାଇଛି।

ତେବେ ଉଲ୍ଲେଖଯୋଗ୍ୟ ଯେ ରୁଷ ଲଗାତାର ୭ ଦିନରେ ୟୁକ୍ରେନ ଉପରେ ଜାରି ରଖିଛି ଆକ୍ରମଣ । ଏଥିରେ ଅନେକ ସାଧାରଣ ଲୋକଙ୍କ ମୃତ୍ୟୁ ମଧ୍ୟ ହେଲାଣି । ସେପଟେ ୟୁକ୍ରେନ ରେ ଫସିଥିବା ଭାରତୀୟଙ୍କ ଉଦ୍ଧାର ପାଇଁ ଜାରି ରହିଛି ଉଦ୍ୟମ । ଗତ ତିନି ମଧ୍ୟରେ ୨୬ଟି ବିମାନରେ ୧୨ ହଜାରରୁ ଅଧିକ ଭାରତୀୟଙ୍କୁ ଅଣା ଯାଇଛି। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *