ଭାରତରେ କେଉଁଠି ଓ କିପରି ଛପାଯାଏ ନୋଟ ? କଣ ଆପଣ କେବେ ଦେଖିଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ମଣିଷ ଜୀବନରେ ଟଙ୍କାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଜର ଛୋଟମୋଟ ଖର୍ଚ୍ଚ ହେଉ ଅଥବା ବାହାଘର, ବ୍ରତଘର, ଘରେ କିଏ ଅସୁସ୍ଥ ହେଲେ ସବୁଲାଗି ଅର୍ଥର ଆବଶ୍ୟକତା ପଡିଥାଏ । ପାଖରେ ଯଦି ଟଙ୍କା ଅଛି ତେବେ ସବୁ କାମ ସହଜରେ ହୋଇଯାଏ । ଚାହେ ପିଲାଙ୍କ ଉଚ୍ଚଶିକ୍ଷା ହେଉ ବା ବିଳାଶମୟ ପ୍ରାସାଦ ନିର୍ମାଣ । ସବୁ ପାଇଁ ଦରକାର ଟଙ୍କା । ତେବେ ଆମେ କେବେ ଭାବିଛେ କି ଆମର ସମସ୍ତ ସମସ୍ୟାର ଅକ୍ଲେଶରେ ସମାଧାନ କରୁଥିବା ଟଙ୍କା ଆସେ କେଉଁଠୁ ?


ଅର୍ଥାତ କେଉଁଠି ଏହାର ମୁଦ୍ରଣ ହୁଏ, ଏଥିଲାଗି କେତେ ଖର୍ଚ୍ଚ ହୁଏ, ମୁଦ୍ରା କିପରି ପ୍ରସ୍ତୁତ କରାଯାଏ ? ଆଦି । ତେବେ ଆସନ୍ତୁ ଜାଣିବା ଏହି ସବୁ ପ୍ରଶ୍ନର ଉତ୍ତର । ତେବେ କୁହାଯାଏ କି ଯେଉଁ ଦେଶରେ ଯେତେ ଅଧିକ ନୋଟ ଛପା ଯାଏ ସେଇଠାରେ ସବୁ ଜିନିଷ ର ମୂଲ୍ୟ ମଧ୍ୟ ବଢି ଯାଇଥାଏ ଅର୍ଥାତ ନୋଟର ମୁଦ୍ରଣୀ କରଣ ଯୋଗୁଁ ଏହି ଅସୁବିଧା ହୁଏ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ସ୍ଥାପନା ୧୯୩୪ ମସିହାଆରବିଆଇ ଅଧିନିୟମରେ ହୋଇଥିଲା ।

ଏହି ଆରବିଆଇହିଁ ହେଉଛନ୍ତି ଭାରତର ଶିର୍ଷ ମୁଦ୍ରା ନିୟନ୍ତ୍ରକ । କେବଳ ମୁଦ୍ରା ନୁହେଁ ବିଦେଶୀ ରିଜର୍ଭ, ଭାରତ ସରକାରଙ୍କ ବ୍ୟାଙ୍କର ଓ ଋଣ ନିୟନ୍ତ୍ରକ ଭାବେ ମଧ୍ୟ ଆରବିଆଇ କାମ କରିଥାନ୍ତି । ଭାରତୀୟ ଅର୍ଥ ବ୍ୟବସ୍ଥା ଲାଗି ନୋଟ ମୁଦ୍ରଣ ଓ ଅର୍ଥର ଯୋଗାଣ ଦାୟିତ୍ୱ ମଧ୍ୟ ଆରବିଆଇଙ୍କ ଉପରେ ନ୍ୟସ୍ତ । ଯେତେବେଳେ ଆରମ୍ଭ ହେଲା ଆରବିଆଇଙ୍କ ମୋଟ ସାଧନ ଥିଲା ମାତ୍ର ୫ କୋଟି ଟଙ୍କା ।

ଦେଶରେ ନୋଟ ମୁଦ୍ରଣ କରିବାର ଏକାଧିକାର କେବଳ ଆରବିଆଇଙ୍କର ରହିଛି । କେବଳ ୧ ଟଙ୍କିଆ ନୋଟକୁ ଛାଡିଦେଲେ ବାକି ସମସ୍ତ ନୋଟ ଆରବିଆଇ ହିଁ ମୁଦ୍ରଣ କରନ୍ତି । କେବଳ ନୋଟ ନୁହେଁ ଆରବିଆଇ ସାରା ଦେଶରେ ମୁଦ୍ରା ମଧ୍ୟ ଯୋଗାଣ କରିଥାନ୍ତି । ଏଣୁ ଦେଶରେ କେତେ ମୁଦ୍ରାର ଆବଶ୍ୟକତା ରହିଛି ଓ ତାର ପ୍ରସ୍ତୁତି ଲାଗି ଆରବିଆଇ ସଂରକ୍ଷିତ ପ୍ରଣାଳୀରେ ନିର୍ଦ୍ଧାରଣ କରନ୍ତି । ପ୍ରଥମଥର ୧୯୫୭ ମସିହାରେ ଏହି ପ୍ରଣାଳୀ ପ୍ରୟୋଗ ହୋଇଥିଲା ଯାହା ଏବେବି ପ୍ରଚଳିତ ରହିଛି ।

ତେବେ ଏହି ପ୍ରଣାଳୀ ଅନୁସାରେ ଆରବିଆଇ ନୋଟ ମୁଦ୍ରଣ କରିବା ଲାଗି ନିଜ ପାଖରେ ୨ଶହ କୋଟି ଟଙ୍କାର ସମ୍ପତ୍ତି ସଂରକ୍ଷିତ ରଖନ୍ତି । ଏଥିରୁ ୧୧୫ କୋଟି ଟଙ୍କାର ସୁନା ଭଣ୍ଡାର କରିବା ସହ ୮୫ କୋଟି ଟଙ୍କାର ବିଦେଶୀ ମୁଦ୍ରା ରଖିବା ଆରବିଆଇଙ୍କ ଲାଗି ଅନିବାର୍ଯ୍ୟ । ଏତିକି ପରିମାଣର ସମ୍ପତ୍ତି ଆରବିଆଇ ନିଜ ପାଖରେ ଗଛିତ ରଖିବା ପରେ ଅର୍ଥବ୍ୟବସ୍ଥା ଆବଶ୍ୟକ କରୁଥିବା ଟଙ୍କା ମୁଦ୍ରଣ ଲାଗି ଆରବିଆଇ ପ୍ରସ୍ତୁତି କରନ୍ତି । ଯାହାକୁ ନ୍ୟୁନତମ ସଂରକ୍ଷିତ ପ୍ରଣାଳୀ କୁହାଯାଏ ।

ତେବେ ଆମ ଦେଶରେ ପଇସା ଚାପିବା ମେସିନ କେଉଁଠାରେ ,ପଇସା କିପରି ଛପା ଯାଏ,ଖରାପ ପଇସା କେଉଁଠାକୁ ଯାଇ,ଓ ଆମ ପର୍ଯ୍ୟନ୍ତ ପଇସା କିପରି ପହଂଚିଥାଏ । ଆସନ୍ତୁ ପ୍ରଥମେ ଜାଣିବା ପଇସା ର ପେପର କେଉଁଠି ତିଆରି ହୋଇଥାଏ । ପଇସା ର ପେପର ଅଧିକ ତମ ଦୁନିଆର ଚାରି ଦେଶରେ ହୋଇଥାଏ । ଏହି ଦେଶମାନଙ୍କରେ ପେପର ତିଆରି ପାଇଁ ଆଧୁନିକ ମେସିନ ଅଛି । ଆମେରିକା, ଫ୍ରାନ୍ସ,ସ୍ଵିଡେନ, ଲୁସେଟଲ ଏହି ଚାରି ଦେଶରେ ପେପର ତିଆରି ହୋଇଥାଏ ।

ଏହା ସହ ଦେଶ ଲାଗି ଆବଶ୍ୟକ ଟଙ୍କା ମୁଦ୍ରଣ ଓ ପ୍ରସ୍ତୁତି ନିମନ୍ତେ ଆରବିଆଇଙ୍କର ୪ଟି ନୋଟ୍ ପ୍ରେସ, ୪ଟି ଟଙ୍କାଶାଳ ଓ ଗୋଟିଏ ପେପର ମିଲ ରହିଛି ।  ମଧ୍ୟପ୍ରଦେଶ ଦେବାସରେ ରହିଛି ଆରବିଆଇଙ୍କ ୪ଟି ନୋଟ୍ ପ୍ରେସ ମଧ୍ୟରୁ ଗୋଟିଏ । ଏହି ପ୍ରେସ ବର୍ଷକୁ ୨୬୫ କୋଟି ନୋଟ୍ ମୁଦ୍ରଣ କରିଥାନ୍ତି । ଏଠାରେ ୨୦,୫୦ ଓ ୧୦୦ ଟଙ୍କାର ନୋଟ ମୁଦ୍ରଣ ହୋଇଥାଏ । କେବଳ ଟଙ୍କା ନୁହେଁ ଏହାକୁ ଛାପିବା ଲାଗି ରଙ୍ଗ ଉତ୍ପାଦନ ମଧ୍ୟ ଏଠାରେ ହୋଇଥାଏ ।

ମହାରାଷ୍ଟ୍ର ନାସିକରେ ରହିଛି କରେନ୍ସି ଓ ପ୍ରେସ ନୋଟ କାରଖାନା । ପ୍ରଥମେ ଏଠାରେ ୧,୨,୫ ଓ ୧୦ ଟଙ୍କାର ନୋଟ ମୁଦ୍ରଣ ହେଉଥିଲା । ତେବେ ୧୯୯୧ ମସିହା ପରଠାରୁ ଏଠାରେ ୫୦ ଓ ୧୦୦ ଟଙ୍କାର ନୋଟର ମଧ୍ୟ ମୁଦ୍ରଣ ହେଉଛି । ଏହାଛଡା ପଶ୍ଚିମବଙ୍ଗର ଶାଳବଣୀ ଓ କର୍ଣ୍ଣାଟକର ମୌସୁରରେ ମଧ୍ୟ ରହିଛି ନୋଟ୍ ପ୍ରେସ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *