କ୍ଷୀରରେ ଏହି ଜିନିଷ ଫୁଟାଇ ପିଅନ୍ତୁ,100 ବର୍ଷ ପର୍ଯ୍ୟନ୍ତ କେବେ ହେବ ନାହିଁ ହାଡ କମଜୋର, ହେବ ନାହିଁ କୌଣସି Joint Pain- Health Tips

ନମସ୍କାର ବନ୍ଧୁଗଣ ତେବେ ଆଜିକାଲିର ଏହି ବ୍ୟସ୍ତ ବହୁଳ ଜୀବନରେ ମନୁଷ୍ୟ ନିଜର ଆଧୁନିକ ଜୀବନ ଶୈଳୀ ଦ୍ୱାରା ବହୁତ ପ୍ରକାରର ରୋଗରେ ପୀଡିତ ଥାଏ । ନିଜ ଶରୀରର ଠିକ ଭାବରେ ଯତ୍ନ ନେବାକୁ ସମୟ ପାଏ ନାହିଁ । ଆଜିକାଲି ସମୟରେ ମମନୁଷ୍ୟ ଆଧୁନିକ ଜୀବନ ଶୈଳୀକୁ ଆଦରି ବହୁତ ସମୟରେ ଫାଷ୍ଟ ଫୁଡ଼ ଖାଦ୍ୟ ଗ୍ରହଣ କରିଥାଏ । ଏହାଫଳରେ ଶରୀରକୁ ଠିକ ଭାବରେ ପୋଷାକ ମିଳିନଥାଏ ଯାହା ଫଳରେ ତାକୁ ଅଳସୁଆ ,ଥକା ପଣ , ହାଡ଼ ସମ୍ବନ୍ଧୀୟ ସମସ୍ୟା , ଆହୁରି ଅନେକ ଗମ୍ଭୀରରୁ ଗମ୍ଭୀର ରୋଗରେ ପୀଡିତ ହୋଇଥାଏ ।

ତେବେ ଯାହାର କି କୋୖଣସି ଚିକିତ୍ସା ହୋଇପାରେ ନାହିଁ ଓ ଶେଷରେ ମନୁଷ୍ୟ ମୃତ୍ୟୁ ମୁଖରେ ପଡିଥାଏ । ତେବେ ଆଜି ଆସନ୍ତୁ ଆମେ ଏପରି ୩ଟି ଜିନିଷ ବିଷୟରେ ଜାଣିବା ଯାହାକୁ କି କ୍ଷୀରରେ ପକାଇ ଖାଇବା ଦ୍ୱାରା ମନୁଷ୍ୟ ୧୦୦ ବର୍ଷ ପର୍ଯ୍ୟନ୍ତ ଶକ୍ତିଶାଳୀ ହୋଇରହିଥାଏ।ଅର୍ଥାତ ତାର ଶରୀରକୁ କୌଣସି ରୋଗ ଜୀବାଣୁ ଆକ୍ରମଣ କରି ପାରେ ନାହିଁ  । ଏହି ତିନୋଟି ଜିନିଷ ହେଲା ମାଖାନା , ଖସ ଖସ ଓ ମିଶ୍ରି ।

ଏହି ତିନୋଟି ଜିନିଷ କୁ କ୍ଷୀରରେ ମିଶାଇ ପିଇବା ଦ୍ୱାରା ଗମ୍ଭୀର ଗମ୍ଭୀର ରୋଗ ଭଲ ହୋଇଥାଏ । ପ୍ରକୃତ କଥା ହେଲା ଆମେ ଆମ ଶରୀରକୁ ଶକ୍ତିଶାଳୀ ବା ନିରୋଗ ରଖିବା ପାଇଁ ଆମେ ବହୁତ ପ୍ରକାରର ଔଷଧ ଖାଇଥାଉ କିନ୍ତୁ ଏହି ଔଷଧ ଦ୍ୱାରା ଆମ ଶରୀର ଶକ୍ତି ଶାଳୀ ହେବା ଅପେକ୍ଷା ଭିତରୁ ଦୁର୍ବଳ ହୋଇଯାଏ। ତେବେ ଆୟୁର୍ବେଦ ଅନୁସାରେ ସବୁ ମନୁଷ୍ୟ ନିଜେ ଜଣେ ଡାକ୍ତର ହୋଇପାରିବେ କାହିଁକିନା କୌଣସି ରୋଗ ହେଲେ ଏହାର ଉପଚାର କିପରି କରିହେବ ଜାଣିବା ଦ୍ୱାରା ଆପଣ ଏହାର ଉପଚାର କରି ଡାକ୍ତର ହୋଇପାରିବେ ।

କିନ୍ତୁ ଆମକୁ ଜଣା ନଥାଏ କି କିପରି କେଉଁ ରୋଗର ଉପଚାର କରିବେ । ସାଧାରଣ ଭାବରେ ଆମେ ଘରେ ରହି କାମ କରିଥାଉ ସେଠି ପାଇଁ ଆମକୁ ଥକା ଲାଗେ ଓ ଘରେ ରହିବା ଦ୍ୱାରା ଆମ ଉପରେ ଖରା ପଡେ ନାହିଁ , ଗ ଶରୀରରେ ଖରା ପଡିଲେ ଶରୀରକୁ ଶକ୍ତି ମିଳିଥାଏ । କିନ୍ତୁ ଆଜି ଆମେ ଯେଉଁ ପାନୀୟ ବିଷୟରେ କହିବୁ ଏହାକୁ ସବୁ ଦିନ ଗ୍ରହଣ କଲେ ଶରୀରକୁ ବହୁତ ଶକ୍ତି ମିଳିବ ଶରୀରକୁ ଫୁର୍ତ୍ତି ମିଳିବ କାର୍ଯ୍ୟ କରିବା ପାଇଁ।

ପ୍ରଥମ ଉପାଦାନଟି ହେଲା ମାଖାନା ଏହା ପଦ୍ମ ଫୁଲରୁ ମିଳିଥାଏ । ମାଖାନାରେ କ୍ୟାଲସିୟମ ଥାଏ ଏହା ଦ୍ୱାରା ଆମ ହାଡ଼ ମଜବୁତ ହୋଇଥାଏ । ଓଜନ କମାଇଥାଏ , ଉଚ୍ଚ ରକ୍ତଚାପ କୁ କାମ କରିଥାଏ । କିଡ୍ନୀକୁ ନିରୋଗୀ ରଖିଥାଏ , କୋଷ୍ଠକାଠିନ୍ୟକୁ ଭଲ କରିଥାଏ , କ୍ୟାନ୍ସର ଭଳି ରୋଗକୁ ଭଲ କରିଥାଏ କାହିଁକି ନା ଏଥିରେ ଏଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ର ରେ ଥାଏ ।ଏହା ଆମ ଆଣ୍ଠୁ ଗଣ୍ଠି ରୋଗ , ଗର୍ଭ ଧାରଣ ସମସ୍ୟାକୁ ଠିକ କରିଥାଏ।

ଦ୍ଵିତୀୟ ଉପାଦାନଟି ହେଲା ଖସଖସ । ଏଥିରେ ପ୍ରଚୁର ମାତ୍ର ରେ ଆଇରନ ଥାଏ ଏହାଦ୍ୱାରା ଆମ ଶରୀରରେ ରକ୍ତ ତିଆରି ହୋଇଥାଏ । ଶରୀରରେ ରକ୍ତର ଅଭାବ ଦ୍ୱାରା ଚୁଟି ଝଡେ଼ ,ଦୃଷ୍ଟି ଶକ୍ତି କମଜୋର ହୋଇଥାଏ । ରକ୍ତ ଚାପି , ମୁଣ୍ଡ ବିନ୍ଧା , ମୁଣ୍ଡ ବୁଲାଇବା ଓ ଆଳସୁଆ ଲାଗିବା ଏହି ପରି ବହୁତ ବିମାରି ହୋଇଥାଏ । ଏଥିପାଇଁ ଖସ ଖସ ବ୍ୟବହାର ଦ୍ୱାରା ରକ୍ତ ହୀନତା ଦୂର ହୋଇଥାଏ।


ଖସ ଖସ ରେ ପୋଟାସୀୟମ , ମ୍ୟାଗ୍ନେସିୟମ , ଜିଙ୍କ ଇତ୍ୟାଦି ଥାଏ ଏହା ଦ୍ୱାରା ଶରୀରର ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି ହୋଇଥାଏ । ତୃତୀୟ ଉପାଦାନଟି ହେଲା ମିଶ୍ରି । ମିଶ୍ରି ଥଣ୍ଡା ହୋଇଥାଏ । ଏହା ପିତା ନାଶ କରିଥାଏ । ସବୁ ରୋଗ ପିତ ଦ୍ୱାରା ହୋଇଥାଏ ଯଥା ଥାଇରଏଡ଼ , ଡାଇବେଟିସ , ଚର୍ମ ରୋଗ , କାଛୁ କୁଣ୍ଡିଆ , ଏକଜିମା ,ଜଣ୍ଡିସ ଇତ୍ୟାଦି ରୋଗ ହୋଇଥାଏ । ଏହି ସବୁ ସାଂଘାତିକ ରୋଗ ଭଲ କରିବା ପାଇଁ ଆପଣ ଏହି ଉପଚାରକୁ କିପରି ପ୍ରସ୍ତୁତ କରି ସେବନ କରିବେ ଆସନ୍ତୁ ଜାଣିବା।

ତେବେ କରେଇ ଗରମ କରି ସେଥିରେ ଦୁଇ ଚାମଚ ଘିଅ ଦେଇ ସେଥିରେ ଖସ ଖସ କୁ ପକାଇ ଗୋଳାଇ ସେଥିରେ ଗୋଟିଏ ଗ୍ଲାସ କ୍ଷୀର ତା ସହିତ କିଛି ମାଖାନା ପକାଇ ଭଲ ଭାବରେ ଫୁଟାନ୍ତୁ । ଏହି ମିଶ୍ରଣକୁ ଥଣ୍ଡା କରି ପିଇବା ଦ୍ୱାରା ଶରୀର ଶକ୍ତିଶାଳୀ ହେବା ଦ୍ୱାରା ଶରୀରକୁ ନିରୋଗ ରଖିଥାଏ। ତେବେ ଏହି କ୍ଷୀର ବହୁତ ଉପଯୋଗୀ ଅଟେ ଏବଂ ଏହି ଲେଖା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *