ନିଜର ବିରଳ ପ୍ରତିଭା ପାଇଁ India Book of Record ରେ ସ୍ଥାନ ପାଇଲା 2 ବର୍ଷର କୁନି ପୁଅ Ayushman, ତା’ର ଅନର୍ଗଳ ସାଧାରଣ ଜ୍ଞାନ ଦେଖିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଲୋକମାନେ ନିଜ ଘରେ ବସି ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ କୁନି ଛୁଆର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଛୁଆଟି ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି କୁନି ଛୁଆ ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି କୁନି ଛୁଆଟି ବିଷୟରେ । ବନ୍ଧୁଗଣ ସାଧାରଣତଃ ଛୁଆ ମାନେ ପାଠ ପଢିବା ଠାରୁ ଅଧିକ ଖେଳ କୁଦରେ ଅଧିକ ରୁଚି ରଖିଥାନ୍ତି ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଛୁଆ ବିଷୟରେ କହିବାକୁ ଯାଉଛୁ ଯିଏ ବିଭିନ୍ନ ଜାତୀୟ ପ୍ରତୀକ କହିବା ସହ ଜାତୀୟ ସଙ୍ଗୀତ ଗାନ କରୁଛି ।

ଏହି ଛୁଆଟିକୁ ମାତ୍ର ଦୁଇ ବର୍ଷ ତିନି ମାସ ହୋଇଛି ହେଲେ କୌଣସି କଠିନ ପ୍ରଶ୍ନର ଉତ୍ତର ଛୁଆଟି ଦେଇପାରୁଛି । ଏଥିପାଇଁ ଇଣ୍ଡିଆ ବୁକ୍ ଅଫ ରେକର୍ଡସରେ ସ୍ଥାନ ପାଇଛି ଏହି କୁନି ପିଲାଟି । ବାଲେଶ୍ଵର ସଦର ବ୍ଲକ ଚାନ୍ଦିପୁର ଗାଁର ହରିଶ ଚନ୍ଦ୍ର ଜେନାଙ୍କ ପୁଅ ଆୟୁଷ୍ମାନ ଏହି ଗୌରବର ଅଧିକାରୀ ହୋଇପାରିଛି । ବନ୍ଧୁଗଣ କୁନି ପିଲାଟିର ଡାକ ନାଁ ହେଉଛି ଓମ ସେ ଠିକ ଭାବରେ କଥା କହିପାରୁ ନାହିଁ ହେଲେ ତାର ବୁଦ୍ଧି ପ୍ରଖର ଅଛି ।

ସେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଜାତୀୟ ସଙ୍ଗୀତ, ବିଭିନ୍ନ ଇଂରାଜୀ ଶବ୍ଦ ସହ ଅନେକ କିଛି ମନେ ରଖିଛି । ତାଙ୍କ ମାଙ୍କ କଥା ଅନୁଯାଇ ଓମ ଯେଉଁ କଥାଟି ଥରେ ଶୁଣିଥାଏ ସେହି କଥା ମନେ ରଖି ପରେ କହିପାରୁଛି । ବନ୍ଧୁଗଣ ଏତେ କମ ବୟସରେ ତାର ବୁଦ୍ଧି ପ୍ରଖର ଅଛି  । ସେ ପାଣିକିଆ ସହ ବାହିର କିଛି ପାଠ ମଧ୍ୟ ମନେ ରଖୁଛି ।

ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ କୁନି ପୁଅକୁ ତାର ମା ଅନେକ ପ୍ରକାରର ପ୍ରଶ୍ନ ପଚାରୁ ଛନ୍ତି ଓ ଛୁଆଟି ପ୍ରତ୍ୟକ ପ୍ରଶ୍ନର ଉତ୍ତର ଗୋଟିଏ ଥରକେ ହିଁ ସଠିକ କହୁଛି । ଏହି କୁନି ପୁଅକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ସୋର ଧରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *