ଭାରତକୁ ନିଲିଳା S-400 ଉପରେ ଋଷର ବଡ ବୟାନ, ହେଇଗଲା ହଙ୍ଗାମା…

ନମସ୍କାର ବନ୍ଧୁଗଣ ତେବେ ରୁଷ-ୟୁକ୍ରେନ ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । କିନ୍ତୁ ତାୱଡ଼ତୋଡ଼ ଆକ୍ରମଣ ପରେ ବି ରୁଷ ଏପର୍ୟ୍ୟନ୍ତ ୟୁକ୍ରେନକୁ କାବୁ କରିନାହିଁ । କିନ୍ତୁ ଏହି ଯୁଦ୍ଧରେ ରୁଷ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହେବାରେ ଲାଗିଛି । ରୁଷର ଅର୍ଥନୀତିରେ ପତନ ବର୍ତ୍ତମାନ ଜଳ ଜଳ ହୋଇ ଦିଶୁଛି । ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ପୁଣି ଥରେ ‘ଷ୍ଟେଟ ଅଫ ୟୁନିଅନ’ରେ ସ୍ପଷ୍ଟ କରିଛନ୍ତି ଯେ, ରୁଷ ସହ ଲଢ଼ିବା ପାଇଁ ଆମେରିକା ନିଜର ସୈନ୍ୟ ୟୁକ୍ରେନକୁ ପଠାଇବ ନାହିଁ ।


କିନ୍ତୁ ୟୁକ୍ରେନକୁ ଅନ୍ୟ ସମସ୍ତ ସହଯୋଗ କରିବ। ତେବେ ଅନ୍ୟପଟେ ଗତକାଲି ରୁଷର ଭୟଙ୍କର ମିସାଇଲ୍‌ ଆକ୍ରମଣରେ ୟୁକ୍ରେନର ସୈନ୍ୟ ଶିବିର ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ଏକା ସାଂଗରେ ୭୦ ଜଣ ୟୁକ୍ରେନୀ ସୈନିକ ମୃତ୍ୟୁବରଣ କରିଛନ୍ତି । ୟୁକ୍ରେନ୍‌ ରାଜଧାନୀ କିଭ୍‌ର ତୈଳ ଡ଼ିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ପିଇବା ପାଣି ସପ୍ଲାଏ ବ୍ୟବସ୍ଥା, ଟିଭି ଟାୱାର, ବଡ଼ ବଡ଼ ଅଟ୍ଟାଳିକା ଉପରେ ରୁଷ୍‌ ପ୍ରଚଣ୍ଡ ବୋମା ଓ ମିଶାଇଲ୍‌ ମାଡ଼ କରି ଧ୍ୱସ୍ତ ବିଧ୍ୱସ୍ତ କରିସାରିଛି ।

ତଥାପି ୟୁକ୍ରେନ୍‌ ନିଜ ଦେଶକୁ ରକ୍ଷା କରିା ପାଇଁ ସଂଗ୍ରାମ ଜାରି ରଖିଛି। ତେବେ କିନ୍ତୁ ଏହି ସମୟରେ ପ୍ରଶ୍ନ ଉଠୁଛି କି ଭାରତ ଋଷ ସହ ଅସ୍ତ୍ର କାରବାର ନେଇ ଚୁକ୍ତି କରିଥିଲା ତାହା ଉପରେ ଏହି ଯୁଦ୍ଧର କଣ ପ୍ରଭାବ ପଡିବ । ସେପଟେ ପଶ୍ଚିମ ଦେଶଗୁଡିକ ଋଷ ଉପରେ ବିଭିନ୍ନ ଆର୍ଥିକ ପ୍ରତିବନ୍ଧକ ଲଗାଇଥିବାରୁ ଋଷ ତରଫରୁ ଭାରତକୁ ମିଳିବାକୁ ଥିବା ଏସ-୪୦୦ ମିସାଇଲ ସିଷ୍ଟମର ଡେଲିଭରି ଉପରେ କି ପ୍ରଭାବ ପଡିବ ତାହା ଉପରେ ସଂକେତ ଦେଇଛନ୍ତି ଋଷ ରାଜଦୂତ।

ତେବେ ଭାରତରେ ଥିବା ଋଷ ରାଜଦୂତ ଡେନିସ ଅଲିପୋଭ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ଭାରତକୁ ଋଷ ତରଫରୁ ଯୋଗାଣ ହେବାକୁ ଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଉପରେ ଏହି ଯୁଦ୍ଧର କୌଣସି ପ୍ରଭାବ ପଡିବା ଭଳି ମନେ ହେଉନାହିଁ । ଆମ ପାଖରେ ଏହି ଚୁକ୍ତିକୁ ପୂରଣ କରିବାକୁ ବିଭିନ୍ନ ଉପାୟ ଥିବା କଥା ଋଷ ରାଜଦୂତ କହିବା ସହ ଖୁବଶୀଘ୍ର ଋଷର ଆର୍ଥିକ ସୂଧାର ହୋଇପାରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।


ତେବେ ସୂଚନା ଥାଉ କି ଭାରତ ତରଫରୁ ଋଷ ସହିତ ହୋଇଥିବା ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଚୁକ୍ତି ପରେ ଭାରତକୁ ପ୍ରଥମ ଦଫାରେ ଏହି ଏୟାର ଡିଫେନ୍ସ ସିଷ୍ଟମ ମିଳିସାରିଛି । ଏବେ ଋଷ ଆଉ ୪ଟି ଏୟାର ଡିଫେନ୍ସ ସିଷ୍ଟମ ଦେବାକୁ ବାକି ରହିଛି । ହେଲେ ଯୁକ୍ରେନ ସହ ଚାଲିଥିବା ଯୁଦ୍ଧ ଯଦି ଲମ୍ବା ସମୟ ଧରି ଚାଲେ ତେବେ ଏନେଇ କୌଣସି ସଠିକ ଆକଳନ କରାଯାଇ ପାରିବ ନାହିଁ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *