ଭାରତର Top 5 ପୋଲିସ ଅଫିସର, ଯାହାଙ୍କ ନାଁ ଶୁଣିଲେ ଥରିଯାଏ ଅଣ୍ଡରର୍ୱାଲ୍ଡ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ସାରାଦେଶ ୭୩ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଏନେଇ ଦେଶର ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀର ରାଜପଥରେ ଏନେଇ ଚାଲିଥିବା ପ୍ୟାରେଡରେ ଭିଆଇପିଙ୍କ ସୁରକ୍ଷା ପାଇଁ ୨୭ ହଜାର ପୋଲିସ କର୍ମୀ ନିୟୋଜିତ ହୋଇଛନ୍ତି ।
ପୋଲିସ କର୍ମୀମାନେ ଦେଶର ଆଇନ ବ୍ୟବସ୍ଥାକୁ ସୁରକ୍ଷା ଦେବା ସହ ଅପରାଧିଙ୍କ ଉପରେ ତୀକ୍ଷ୍ଣ ନଜର ରଖିଥାନ୍ତି ।

ଏଣୁ ପୋଲିସ କର୍ମୀଙ୍କ ପାଇଁ ଫିଟନେଓ ନିହାତି ଜରୁରୀ ହୋଇଥାଏ । ହେଲେ ଦେଶରେ ପୋଲିସ ବିଭାଗରରେ ଏମିତି କିଛି କର୍ମୀ ରହିଛନ୍ତି କି ସେମାନଙ୍କ ଫିଟନେସକୁ ଦେଖିଲେ ଆପଣଙ୍କ ଆଖି ଲାଖିଯିବ । ଏହାସହ ଏମାନଙ୍କ ଶରୀରର ଗଠନ ଦେଖିବା ପରେ ମହା ମହା ଅପରାଧିକ ଝାଳ ବୋହିପଡିବ । ଏମାନେ ସୁନ୍ଦରତା ସହିତ ନିଜ ଶାରୀରିକ ଗଠନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।ତେବେ ଆସନ୍ତୁ ଜାଣିନେବା ତାଙ୍କ ବିଷୟ ରେ।

୧- ପ୍ରଥମ ରେ ହେଉଛନ୍ତି ରୁବଲ ଧନକର। ରୁବଲ ଧନକର ଏବେ ଦିଲ୍ଲୀ ପୋଲିସ ବିଭାଗରେ ରହି ସେବା ଯୋଗାଉଛନ୍ତି । ସେ ଜଣେ ୟୁଟ୍ୟୁବର ହୋଇଥିବାରୁ ସୋସିଆଲ ମିଡିଆରେ ତାଙ୍କର ବହୁତ ପ୍ରଶଂସକ ରହିଛନ୍ତି । ସେ ଭିଡିଓ ମାଧ୍ୟମରେ ଲୋକଙ୍କୁ ଫିଟ ରହିବାକୁ ବିଭିନ୍ନ ପରାମର୍ଶ ଦେଇଥାନ୍ତି । କିନ୍ତୁ ଦୁଃଖର କଥା କି ୨୦୦୯ ମସିହାରେ ତାଙ୍କର ଅଧାମୁହଁ ପକ୍ଷାଘାତରେ ଶିକାର ହୋଇଥିଲା । ହେଲେ ସେ ଏହାକୁ ଭୂକ୍ଷେପ ନକରି ପକ୍ଷାଘାତକୁ ଜିତିପାରିଥିଲେ ।


୨- ଦ୍ଵିତୀୟ ରେ ହେଉଛନ୍ତି ସଚିନ ଅତୁଲକର। ତେବେ ସଚିନ ଜଣେ ଆଇପିଏସ୍ ଅଧିକାରୀ । ତାଙ୍କର ଭଲ ଚେହେରା ଏବଂ ଦୃଢ଼ ଶାରୀରିକତା ହେତୁ ତାଙ୍କର ଏକ ସୋସିଆଲ୍ ମିଡିଆ ପ୍ରଶଂସକ ଅଛନ୍ତି । ତାଙ୍କୁ ଭାରତର ଅନ୍ୟତମ ଯୋଗ୍ୟ ତଥା ସୁନ୍ଦର ଆଇପିଏସ୍ ଅଧିକାରୀ ଭାବରେ ବିବେଚନା କରାଯାଏ ।


୩- ତୃତୀୟ ରେ ହେଉଛନ୍ତି ମୋତିଲାଲ୍ ଦିନମା।ମୋତିଲାଲ ଦିନାମା ୨୦୧୨ ରେ ପୋଲିସ ବିଭାଗରେ ଯୋଗ ଦେଇଥିଲେ । ସେ ଇନ୍ଦୋର ପୋଲିସ ବିଭାଗରେ ଜଣେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଛନ୍ତି । ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି । ଯେ ସେ ଏଥିପାଇଁ ବହୁତ ପରିଶ୍ରମ କରନ୍ତି ।


୪- ଚତୁର୍ଥ ରେ ହେଉଛନ୍ତି କିଶୋର ଡେଙ୍ଗେ ।କିଶୋର ଡେଙ୍ଗେ ମହାରାଷ୍ଟ୍ରର ଜଲନାରେ ରୁହନ୍ତି । ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ସେ ନିଜ ପିଲାଦିନକୁ ଅତ୍ୟଧିକ ଦାରିଦ୍ରରେ ବିତାଇଛନ୍ତି । ତାଙ୍କର କଠିନ ପରିଶ୍ରମ ଏବଂ ଅକ୍ଲାନ୍ତ ପରିଶ୍ରମ ହିଁ ତାଙ୍କୁ ଏତେ ଲୋକପ୍ରିୟ ପୋଲିସ୍ କରିପାରିଥିଲା।


୫- ପଞ୍ଚମ ରେ ହେଉଛନ୍ତି ଅମିତ ଖେତ୍ରୀ। ତେବେ ଅମିତ ଉତ୍ତରାଖଣ୍ଡ ର ପୋଲିସ ଅଫିସର। ତେବେ ସେ ଏଏସଆଇ ପଦ ରେ କାର୍ଯ୍ୟରତ। ତେବେ ସେ ଅନେକ ଦେଶ ବିଦେଶ ରୁ ମେଡାଲ ପାଇଛନ୍ତି। ସେ ୨୦୦୭ ରେ ମିଷ୍ଟର ଇଣ୍ଡିଆ ଫେଡ୍ରେସନ ରେ ଗୋଲଡ଼ ମେଡାଲ ଏବଂ ସେ ୨୦୧୬ ରେ ମିଷ୍ଟର ଇଣ୍ଡିଆ କିତାବ ହାସଲ କରିଥିଲେ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *