ହାତୀ ସହ ସେଲଫି ହେଲା କାଳ ! ହାତୀ ପାଦ ତଳୁ ଏମିତି ବଞ୍ଚିଗଲା ଜୀବନ, Video ଦେଖିଲେ ଆଖି ବୁଜି ହେଇଯିବ !

ବନ୍ଧୁଗଣ ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣା ବହୁଳ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଏକ ଭିଡିଓରେ ଜଣେ ଯୁବକ ନିଜ ପ୍ରାଣ ବିକଳରେ ଦୌଡୁ ଥିବାର ନଜର ଆସୁଛନ୍ତି ଆଉ ତାଙ୍କ ପଛରେ ଗୋଡାଉଛି ହାତୀ ।

ଯୁବକ ଜଣକ ମରୁ ମରୁ ହାତୀ ମୁଖରୁ ବଞ୍ଚି ଯାଇଥିଲେ । ଭିଡିଓରେ ଯୁବକ ଜଣକ ଦୌଡୁ ଦୌଡୁ ଏକ ହାତୀ ଆଗରେ ପଡିଗଲେ ହେଲେ ଭାଗ୍ୟ ଭଲ ଥିବାରୁ ହାତୀ ପାଦ ତାଙ୍କ ଉପରେ ପଡି ନଥିଲା । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି ଓ ସମସ୍ତ ସ୍ଥାନରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ସୋର ଧରିଛି ।ତେବେ ବନ୍ଧୁଗଣ ଏହି ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଉଦଳା ରେଞ୍ଜର ଦାମାସାହି ସାଗୁଆନ ବଣରେ ଏହା ଘଟିଛି ।

ଜଙ୍ଗଲରେ ତିନୋଟି ହାତୀ ଅଛନ୍ତି ଓ ସେଥି ମଧ୍ୟରୁ ଦୁଇଟି ଦନତା ହାତୀ ଅଛନ୍ତି । ଗତ କାଲି ବିଳମ୍ବିତ ରାତିରେ ହାତୀ ବଣରେ ପଶିବାରୁ ହାତୀଙ୍କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ ଜମି ଥିଲା । ଆଉ ହାତୀ ସହ ସେଲଫି ନେବା ବେଳେ ଏପରି ଘଟଣା ଘଟିଥିଲା । ଜଣେ ଯୁବକ ହାତୀର ଅତି ନିକଟତର ହୋଇ ସେଲଫି ନେବା ପାଇଁ ଚେଷ୍ଟା କରୁଥିଲେ ।

ହେଲେ ସେହି ସମୟରେ ହାତୀଟି ଯୁବକଙ୍କ ଉପରେ ଆକ୍ରମଣ କରିଥିଲା ଯାହାଫଳରେ ଯୁବକ ଜଣକ ପ୍ରାଣ ବିକଳରେ ନିଜକୁ ବଞ୍ଚାଇବା ପାଇଁ ଦଉଡି ଥିଲେ । ଯୁବକଙ୍କ ଭାଗ୍ୟ ଭଲ ଥିବାରୁ ସେ ମରୁ ମରୁ ବଞ୍ଚି ଯାଇଛନ୍ତି । ତେବେ ବର୍ତ୍ତମାନ ବନ ବିଭାଗ ଓ ପୋଲିସ ବିଭାଗ ହାତୀ ମାନଙ୍କୁ ହୁଡାଇବା ପାଇଁ ଚେଷ୍ଟା କରୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *