ଲକ୍ଷେ ଗୁଣା ଭୟଙ୍କର ହେବା ସତ୍ବେ ବି, ବିପଦ ସମୟରେ ଦୁହେଁ ଦୁହିଙ୍କର ବନିଲେ ସାହାରା, 60 ଫୁଟ ଗଭୀର କୂଅରେ…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଦେଖିଥିବେ । ସାପ ବନ୍ଧୁଗଣ ବହୁତ ମାରାତ୍ମକ ଆମ ହିନ୍ଦୁ ଧର୍ମରେ ନାଗ ସାପକୁ ପୂଜନୀୟ ମାନାଯାଇଛି । ନାଗ ସାପକୁ ସବୁବେଳେ ଭଗବାନ ଶିବ ନିଜ ବେକରେ ଧାରଣ କରି ରଖିଥାନ୍ତି । ହେଲେ ଏହି ସାପ ଯେତିକି ପୂଜନୀୟ ସେତିକି ମାରାତ୍ମକ ମଧ୍ୟ । କାରଣ ଯଦି ଏହି ସାପ କାହାକୁ ଚୋଟ ମାରେ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ବ୍ୟକ୍ତି ନିଜ ପ୍ରାଣ ହରାଇ ଥାଏ ।

ବନ୍ଧୁଗଣ ସାପକୁ କେବଳ ମଣିଷ ନୁହେଁ ଅନ୍ୟ ଜୀବ ମାନେ ମଧ୍ୟ ଭୟ କରିଥାନ୍ତି । ସାଧାରଣତଃ ଗୃହପାଳିତ ପଶୁ ତଥା ବିଲେଇ, କୁକୁର ଓ ଶୁଆ ଆଦି ସାପକୁ ବହୁତ ଭୟ କରିଥାନ୍ତି । ହେଲେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ।

ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଘଟଣାଟି ହମଜାପୁର ଗାଁରେ ଘଟିଛି । ବନ୍ଧୁଗଣ ଏହି ଗାଁର ଏକ ୪୦ ଫୁଟ ଗଭୀର ବିଶିଷ୍ଟ କୂପ ଭିତରେ ଗୋଟେ ବିଲେଇ ଛୁଆ ଓ ଗୋଟେ ନାଗ ଏକା ସହ ଦେଖା ଯାଇଥିଲେ ।

ଏହା ଦେଖିବା ପରେ ଗାଁ ଲୋକ ଜଣେ ସାପ ଧରାଳିଙ୍କୁ ଡକାଇ ଥିଲେ । ସାପ ଧରାଳି ଜଣକ ମଧ୍ୟ ଏଭଳି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ବିଲେଇ ଓ ନାଗ ସାପ ଗୋଟିଏ ଜାଗାରେ ଶାନ୍ତ ହୋଇ ବସି ରହିଥିଲେ । ସାଧାରଣତଃ ବିଲେଇ ସାପକୁ ଦେଖିଲେ ଭୟରେ ଚମ୍ପଟ ମାରେ ହେଲେ ଏଠାରେ ବିଲେଇଟି ସାପ ପାଖରେ ବସି ଥିବାର ନଜର ଆସିଛି ଓ ସାପଟି ମଧ୍ୟ ବିଲେଇକୁ ଚୋଟ ମାରୁନି ।

ସାପ ଧରାଳି ଜଣକ ସେହି କୂପ ଭିତରକୁ ଯାଉଛନ୍ତି ଓ ବିଲେଇ ଓ ସାପକୁ ଉଧାର କରି ଉପରକୁ ଆଣୁ ଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *