ଶ୍ରୀମତ ଭାଗବତ ଗୀତା ଅନୁସାରେ ଏହି ୫ ଟି ଜିନିଷର କରିବା ଉଚିତ ନୁହେଁ ଅପମାନ, ମିଳିଥାଏ କଠୋର ଦଣ୍ଡ

ଶ୍ରୀମତ ଭଗବତ ଗୀତା ହେଉଛି ଏକ ପବିତ୍ର ଗ୍ରନ୍ଥ । ଏହି ଗ୍ରନ୍ଥ ଦ୍ଵାରା ଭଗବାନ ଶ୍ରୀ କୃଷ୍ଣ ଆମକୁ ବିଭିନ୍ନ ପ୍ରକାରର ଜ୍ଞାନ ଦେଇଛନ୍ତି । ଭଗବାନ ଶ୍ରୀ କୃଷ୍ଣ ଭଗବତ ଗୀତାରେ ଏମିତି ୬ ଟି ଜିନିଷ ବିଷୟରେ କହିଛନ୍ତି, ଯାହାର ଅପମାନ ଭୁଲରେ ମଧ୍ୟ କରିବା ଉଚିତ ନୁହେଁ । ଅପମାନ କରିବା ଦ୍ଵାରା ମଣିଷକୁ ତା’ର ଜୀବନ ସାରା ଦୁଃଖର ସାମ୍ନା କରିବାକୁ ପଡିଥାଏ । ତେଣୁ ଆପଣ ମଧ୍ୟ ଏହି ୬ ଟି ମୁଖ୍ୟ ଜିନିଷ ବିଷୟରେ ଜାଣି ନିଅନ୍ତୁ ଓ ଏହାର ଅପମାନ ଭୁଲ ରେ ମଧ୍ୟ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ଏହି ୬ ଟି ଜିନିଷ ବିଷୟରେ ।

୧. ଶ୍ରୀମତ ଭଗବତ ଗୀତାରେ ଲେଖା ହୋଇଥିବା ଶ୍ଳୋକ

ୟଦା ଦେବେଷୁ ବେଦେଷୁ ଗୋଷୁ ବିପ୍ରେଷୁ ସାଧୁଷୁ ।

ଧର୍ମୋ ମୟୀ ଚ ବିଦ୍ଵେଶଃ ସ ବା ଆଶୁ ବିନଶ୍ଯିତ ।

ଏହି ଶ୍ଳୋକ ଅନୁସାରେ ଦେବତା, ବେଦ, ଗାଈ, ବ୍ରାହ୍ମଣ, ସାଧୁଙ୍କର ଓ ଧର୍ମର କାମ ବିଷୟରେ ଯିଏ ଖରାପ ଚିନ୍ତା ଧାରା ରଖିଥାଏ, ସେହି ଲୋକମାନଙ୍କର ନାଶ ବହୁତ ଶୀଘ୍ର ହୋଇଯାଇଥାଏ ।

ସବୁବେଳେ କରନ୍ତୁ ଭଗବାନଙ୍କ ସମ୍ମାନ

ରାବଣ ସବୁବେଳେ ଦେବତା ମାନଙ୍କର ଅପମାନ କରୁଥିଲା ଓ ରାବଣ ବହୁତ ଦେବତାଙ୍କୁ ବନ୍ଦୀ ମଧ୍ୟ କରିଥିଲା । ରାବଣ କରିଥିବା ଏହି ଅପମାନ ପାଇଁ ତାର ବିନାଶ ହେଲା । ସେଥିପାଇଁ କୁହାଯାଏ କି ଭୁଲ ରେ ମଧ୍ୟ ଭଗବାନଙ୍କ ଅପମାନ କରନ୍ତୁ ନାହିଁ ଓ ସବୁବେଳେ ଭଗବାନଙ୍କୁ ସମ୍ମାନ କରନ୍ତୁ ।

କରନ୍ତୁ ନାହିଁ ବେଦର ଅପମାନ

ପୁରାଣ ଶାସ୍ତ୍ର ଅନୁସାରେ ଅସୁରମାନେ ସବୁବେଳେ ବେଦର ବିରୁଦ୍ଧରେ ଥିଲେ । ସେମାନେ ବହୁତ ଥର ବେଦକୁ ନଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ଯେଉଁ ସବୁ ଅସୁରମାନେ ବେଦର ଅପମାନ କରିଥିଲେ ସେମାନଙ୍କୁ ଭଗବାନଙ୍କ ଦ୍ଵାରା ଦଣ୍ଡ ଦିଆ ଯାଇଥିଲା । ସେଥିପାଇଁ ସବୁ ମଣିଷକୁ ନିଜ ଧର୍ମ ଗ୍ରନ୍ଥ ଓ ବେଦକୁ ସମ୍ମାନ କରିବା ଉଚିତ ।

ଗାଈର ପୂଜା କରନ୍ତୁ

କୁହାଯାଏ କି ଗାଈର ପୂଜା କରିଲେ ସବୁ ପାପ ନଷ୍ଟ ହୋଇଥାଏ । ହେଲେ ଯେଉଁ ସବୁ ଲୋକମାନେ ଗାଈକୁ ପୀଡା ଦିଅନ୍ତି ସେମାନଙ୍କର ପାପ ହୋଇଥାଏ । ଏକ କଥା ଅନୁସାରେ ବଳାଶୁର ନାମକ ଏକ ଅସୁର ଥିଲା । ଏହି ଅସୁରଟି ଦେବତା ମାନଙ୍କ ସବୁ ଗାଈକୁ ଅପହରଣ କରିଥିଲା ଓ ଗାଈ ଗୁଡିକୁ ବହୁତ ପୀଡା ଦେଉଥିଲା । ଯେତେବେଳେ ଏହାର ସୂଚନା ଦେବରାଜ ଇନ୍ଦ୍ରଙ୍କୁ ମିଳିଲା, ସେତେବେଳେ ଇନ୍ଦ୍ର ବଳାଶୁରର ବଦ୍ଧ କରିଥିଲେ ।

ଋଷି ଓ ବ୍ରାହ୍ମଣମାନଙ୍କ ଅପମାନ କରନ୍ତୁ ନାହିଁ

ଏକ କଥା ଅନୁସାରେ ଋଷି ମହର୍ଷି ଧୃତରାଷ୍ଟ୍ରଙ୍କୁ ଭେଟିବା ପାଇଁ ତାଙ୍କ ମହଲକୁ ଆସିଥିଲେ । ଋଷିଙ୍କ ସ୍ଵାଗତ ଧୃତରାଷ୍ଟ୍ରଙ୍କ ପୁଅ ବହୁତ ଭଲ ଭାବରେ କରିଥିଲା । ହେଲେ ସେହି ସମୟରେ ଦୁର୍ଯୋଧନ ମହର୍ଷିଙ୍କର ଅପମାନ କରିଥିଲା । ଯାହାଫଳରେ ଋଷି କ୍ରୋଧରେ ଦୁର୍ଯୋଧନକୁ ଯୁଧ୍ୟରେ ମରିଯିବାର ଅଭିଶାପ ଦେଇଥିଲେ । ସେଥିପାଇଁ ଋଷି ଓ ବ୍ରାମ୍ହଣ ମାନଙ୍କ ଅପମାନ କରନ୍ତୁ ନାହିଁ ।

ଧର୍ମ

ମଣିଷକୁ କେବେ ଅଧର୍ମର ରାସ୍ତାରେ ଯିବା ଉଚିତ ନୁହେଁ । ଅଶ୍ଵତ୍ଥାମା ଗୁରୁ ଦ୍ରୋଣଙ୍କ ପୁତ୍ର ଥିଲେ । ବୁଦ୍ଧିମାନ ହୋଇ ମଧ୍ୟ ସେ ସବୁବେଳେ ଅଧର୍ମ ରାସ୍ତାରେ ଚାଲିଲେ । ଅଶ୍ଵତ୍ଥାମା ମହା ଭାରତରେ ବହୁତ ଅଧର୍ମ କାମ କରିଥିଲେ । ଏହା ଦ୍ବାରା ଭଗବାନ କୃଷ୍ଣ ତାଙ୍କୁ ଦ୍ଵାର ଦ୍ଵାର ବୁଲିବାର ଅଭିଶାପ ଦେଇଥିଲେ ।

Leave a Reply

Your email address will not be published. Required fields are marked *