ନିର୍ଭୟା କେସ : ଯେତେବେଳେ ଦୋଷୀ ମୁକେଶ ନିଜେ କହିଥିଲା କାହିଁକି ନିର୍ଭୟା ସହ ହୋଇଥିଲା ଏତେ କୃରତା, ବହୁତ ଘୃଣାଆସିବ ଚିନ୍ତାଧାରା ଜାଣିଲେ

ଦୋଷୀ ମୁକେଶ ସେହି ବ୍ୟକ୍ତି ଅଟେ ଯିଏ ୨୦୧୫ରେ ବିବିସିର ଏକ ଡକ୍ୟୁମେଂଟ୍ରୀରେ ନଜର ଆସିଥିଲା ଓ ସେ ଦୁନିଆ ସାମ୍ନାରେ ନିଜର ବିଚାରକୁ ରଖିଥିଲା । ସେହି ଡକ୍ୟୁମେଂଟ୍ରୀରେ ମୁକେଶ ଯେଉଁ ବୟାନ ଦେଇଥିଲା ସେଥିରେ ତାହାର ଚିନ୍ତାଧାରା କେତେ ନିଚ୍ଚ ଅଟେ ତାହା ସମସ୍ତଙ୍କ ସାମ୍ନାକୁ ଆସିଯାଇଥିଲା । ଜାଣନ୍ତୁ ସେତେବେଳେ କଣ ହୋଇଥିଲା । ମୁକେଶ ସିଂହ ବିବିସି ୪ ପାଇଁ ଲେସଲୀ ଉଡ୍ୱିନ ସହ ଏକ୍ସକ୍ଲୁସିଭ କଥା ହୋଇ କହିଲା କି ବଳାତ୍କାର ପାଇଁ ପୁରୁଷମାନଙ୍କ ଠାରୁ ମହିଳାମାନେ ଅଧିକ ଦାୟୀ ଅଟନ୍ତି ।

ମୁକେଶର କଥାବାର୍ତ୍ତା ଓ ତାହାର ଓକିଲର ରାୟ ବିବିସି ୪ରେ ପ୍ରସାରିତ ହେଉଥିବା ଏକ ଡକ୍ୟୁମେଂଟ୍ରୀ- ‘India’s Daughter’ ମାନେ ‘ଭାରତର ଝିଅ’ର ଅଂଶ ଅଟେ ଯାହାକୁ ବ୍ରିତାନୀ ଫିଲ୍ମକାର ଲେସଲୀ ଉଡ୍ୱିନ ପ୍ରସ୍ତୁତ କରିଥିଲେ । ଡିସେମ୍ବର ୨୦୧୨ର ସେହି ରାତିରେ ନିର୍ଭୟା ନିଜର ଏକ ପୁରୁଷ ବନ୍ଧୁ ସହିତ ଘରକୁ ଯିବା ପାଇଁ ଏକ ବସରେ ଚଢିଲେ ।

ବସରେ ନିର୍ଭୟା ସହିତ ଯେତେବେଳେ ସେହି ଅପରାଧୀମାନେ ଛେଡ଼ଛାଡ଼ କରିଲେ ତେବେ ତାହାର ପୁରୁଷ ସାଥି ସେମାନଙ୍କୁ ବିରୋଧ କରିଥିଲା । ଯାହା ପରେ ସେହି ଅପରାଧୀମାନେ ସେହି ମହିଳାର ପୁରୁଷ ସାଥିକୁ ନିଷ୍ଠୁରତାର ସହ ମାରିଥିଲେ ଓ ବସର ପଛ ଭାଗରେ ନିର୍ଭୟା ସହିତ ସାମୁହିକ ବଳାତ୍କାର କରିଥିଲେ । ଏହି ଘଟଣା ଉପରେ ମୁକେଶ ସିଂହ ଡକ୍ୟୁମେଂଟ୍ରୀରେ କହିଥିଲା କି ସବୁ ମହିଳାମାନଙ୍କୁ ରାତି ୯ ଟା ପରେ ଘରୁ ବାହାରକୁ ବାହାରିବା ଉଚିତ ନୁହେଁ ।

ଦୁଷ୍କର୍ମ ପାଇଁ ଝିଅ ସବୁବେଳେ ପୁଅ ଠାରୁ ଅଧିକ ଦାୟୀ ହୋଇଥାଏ । ପୁଅ ଓ ଝିଅ ବରାବର ହୋଇ ନ ଥାନ୍ତି । ଝିଅମାନଙ୍କୁ ସବୁବେଳେ ଘରେ କାମ କରିବା ଉଚିତ ନା କି ରାତିରେ ଡିସ୍କୋ କିମ୍ବା ବାରରେ ଯାଇ ଖରାପ କାମ କରିବା ଓ ନା ହିଁ ଖରାପ ଡ୍ରେସ ପିନ୍ଧିବା ଉଚିତ ।

ଏଭଳି ମଣିଷକୁ ଆପଣ କହିବେ । ନିଜର ଚିନ୍ତାଧାରା କମେଣ୍ଟ ବକ୍ସରେ ଜଣାନ୍ତୁ ।