ଏହି କାରଣରୁ ହିନ୍ଦୁ ଧର୍ମରେ ସ୍ତ୍ରୀ ମାନେ ଲଗାନ୍ତି ନିଜ ମଥାରେ ସିନ୍ଦୁର

ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ବିବାହ କରିବା ସମୟରେ ସ୍ଵାମୀ ନିଜ ପତ୍ନୀର ମୁଣ୍ଡରେ ସିନ୍ଦୁର ଭରିଥାଏ । ଏହା ପରେ ସ୍ତ୍ରୀ ଜୀବନ ଥିବା ପର୍ଯ୍ୟନ୍ତ ସିନ୍ଦୁର ଧାରଣ କରିଥାଏ ଓ ନିୟମିତ ସିନ୍ଦୁରକୁ ନିଜର ମୁଣ୍ଡରେ ଲଗାଇଥାଏ । କହିବାକୁ ଗଲେ ମୁଣ୍ଡରେ ସିନ୍ଦୁର ଲଗାଇବା ପଛରେ ଧାର୍ମିକ ଓ ବୈଜ୍ଞାନିକ କାରଣ ଦୁଇଟି ହିଁ ଅଛି । ସୂଚନା ଅନୁସାରେ ମୁଣ୍ଡର ଯେଉଁ ଭାଗରେ ସିନ୍ଦୁର ଲଗାଯାଇଥାଏ ସେଠାରେ ମସ୍ତିଷ୍କର ଏକ ମହତ୍ଵପୂର୍ଣ୍ଣ ଗ୍ରନ୍ଥି ଥାଏ ।

ଯାହାକୁ ବ୍ରହ୍ମରଂଧ ନାମରେ ଜଣା ଯାଏ । ଏହା ବହୁତ ସଂବେଦନଶୀଳ ବୋଲି ବି କୁହାଯାଏ । ଏହି ଗ୍ରନ୍ଥି କପାଳର ଅନ୍ତ ଠାରୁ ମୁଣ୍ଡର ଅନ୍ତ ପର୍ଯ୍ୟନ୍ତ ଯାଇଥାଏ । ଏହି କାରଣ ଅଟେ କି, ଏହି ସ୍ଥାନରେ ସିନ୍ଦୁର ଲଗାଯାଇଥାଏ । ସିନ୍ଦୁରରେ ଏକ ପ୍ରକାରର ଧାତୁ ମିଳିଥାଏ ଯାହା ମୁଣ୍ଡର ବ୍ରହ୍ମରଂଧ ଗ୍ରନ୍ଥି ପାଇଁ ଔଷଧର କାମ କରିଥାଏ ।

ବିଶେଷଜ୍ଞମାନଙ୍କ କହିବା ଅଟେ କି, ଏହାକୁ ଲଗାଇବା ଦ୍ଵାରା ମହିଳାମାନଙ୍କ ଚିନ୍ତା ଦୂର ହୋଇଥାଏ ଓ ମସ୍ତିଷ୍କ ସବୁବେଳେ ଚୈତନ୍ୟ ଅବସ୍ଥାରେ ରହିଥାଏ । ସିନ୍ଦୁର କେବଳ ମହିଳାମାନେ ଏଥିପାଇଁ ଲଗାନ୍ତି, କାରଣ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କର ଏହି ସ୍ଥାନ ବହୁତ ହିଁ ଅଧିକ କୋମଳ ହୋଇଥାଏ ।  କିନ୍ତୁ ଏହାବି ଦେଖାଯାଇଥାଏ, ପୂଜା ସମୟରେ କି କୌଣସି ଶୁଭ କାର୍ଯ୍ୟରେ ପୁରୁଷ ମାନେ ମଧ୍ୟ ସିନ୍ଦୁର ଧାରଣ କରିଥାନ୍ତି ।

ଅନ୍ୟ ପଟେ କିଛି ଧାର୍ମିକ ଲୋକମାନଙ୍କର ଏହା ମାନିବା ଅଟେ କି, ପତ୍ନୀ ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀର ଆକସ୍ମିକ ନିଧନ ହୋଇ ନ ଥାଏ ଓ କୁହାଯାଏ କି ସିନ୍ଦୁର ଲଗାଇବା ଦ୍ଵାରା ସ୍ଵାମୀ କେତେକ ସଙ୍କଟରୁ ବି ବଞ୍ଚିଥାଏ ।

Leave a Reply

Your email address will not be published. Required fields are marked *