ବାପାଙ୍କୁ ମିଛ କହି ଯାଇଥିଲେ ହୋଟେଲ, ସମ୍ବନ୍ଧ ବନେଇବା ସମୟରେ ଚାଲିଗଲା ଯୁବତୀଙ୍କ ଜୀବନ, ଏ ନେଇ କଣ କହୁଛନ୍ତି ତାଙ୍କ ବାପା ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ବରଗଡ଼ ରେଳ ଷ୍ଟେଶନ ନିକଟ ବିଜୟ ନାମକ ଏକ ହୋଟେଲରେ ସୋମବାର ଜଣେ ନାବାଳିକା ବୟସ ୧୮ ତାଙ୍କ ରହସ୍ୟଜନକ ମୃତ୍ୟୁ ଘଟିଛି । ମୃତ ନାବାଳିକା ଜଣକ ବରଗଡ଼ ଜିଲା ଗାଇସିଲେଟ ଥାନା ଭେଲୁଆପଦର ଗ୍ରାମର ବୋଲି ଜଣାପଡିଛି । ତାଙ୍କୁ ହତ୍ୟା କରା ଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ସୂଚନା ଅନୁଯାୟୀ, ମୃତା ନାବାଳିକା ଜଣକ ବରଗଡ଼ ସହରର ଏକ କଲେଜର ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀ ଥିଲେ ।


ସୋମବାର ସକାଳେ ସେ ଏକ ସରକାରୀ ବସ୍‌ ଯୋଗେ ବରଗଡ଼ ଆସିଥିଲେ । ବରଗଡ଼ରେ ପହଞ୍ଚିବା ପରେ ସକାଳ ପ୍ରାୟ ସାଢେ ୯ଟାରେ ସେ ସୁରକ୍ଷିତ ଭାବେ ବରଗଡ଼ରେ ପହଞ୍ଚିଥିବା ନେଇ ଫୋନ୍‌ କରିଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି । ତେବେ ପ୍ରାୟ ଘଣ୍ଟାଏ ପରେ କେହି ଜଣେ ଅଜଣା ଲୋକ ତାଙ୍କୁ ଫୋନ୍‌ କରି ତାଙ୍କ ଝିଅର ମୃତ୍ୟୁ ଘଟିଥିବା କହିବା ସହ ମୃତଦେହ ବରଗଡ଼ ପୁରୁଣା ହସ୍ପିଟାଲରେ ଥିବା ନେଇ ସୂଚନା ଦେଇଥିଲେ ବୋଲି ନାବାଳିକାଙ୍କ ବାପା କହିଛନ୍ତି ।

ତେବେ ପୋଲିସ ଏହି ଘଟଣାରେ ବଲାଙ୍ଗୀର ସଦର ଥାନା ପରଧିଆପାଲି ଗ୍ରାମର ଯୁବକ ରାହୁଲ ବାଗ୍‌ ବୟସ ୨୩ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ନାବାଳିକାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା ଏବଂ ସେ ନାବାଳିକାଙ୍କୁ ଧରି ହୋଟେଲକୁ ଯାଇଥିଲେ । ହୋଟେଲର ଏକ କୋଠରିରେ ଥିବା ବେଳେ ନାବାଳିକା ଅଚେତ ହୋଇ ପଡିଥିଲେ ।

ଫଳରେ ତାଙ୍କୁ ଏକ ଅଟୋରେ ବରଗଡ଼ ପୁରୁଣା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ରାହୁଲ କହିଛନ୍ତି । ପୋଲିସ ସମ୍ପୃକ୍ତ ହୋଟେଲ ମାଲିକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ ସୂଚନାଯୋଗ୍ୟ ଯେ ଝିଅ ଟି ନିଜ ବାପାଙ୍କୁ ମିଛ କହି ନିଜ ପ୍ରେମିକଙ୍କ ସହ ହୋଟେଲ ଯାଇଥିଲେ ।


ତେବେ ସେଠାରେ ସେ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ କିନ୍ତୁ ଏହି ସମୟରେ ତାଙ୍କର ବ୍ଳଡିଙ୍ଗ ହୋଇଥିଲା ଯାହା ଦ୍ୱାରା ଝିଅ ଟି ଡରି ଯାଇଥିଲା ଏବଂ ଚେତାଶୂନ୍ୟ ହୋଇ ପଡ଼ିଥିଲା ତେବେ ପ୍ରେମିକ ଜଣଙ୍କ ତୁରନ୍ତ ହସ୍ପିଟାଲ କୁ ନେଇ ଯାଇଥିଲେ କିନ୍ତୁ ସେଠାରେ ସେ ମୃତ ବୋଲି ଘୋଷଣା କରା ଯାଇଥିଲା । ତେବେ ଡାକ୍ତର ଙ୍କ କହିବା ଅନୁସାରେ ଶାରୀରିକ ସମ୍ପର୍କ ରଖିବା ସମୟରେ ଯେତେବେଳେ ବ୍ଲଡ଼ ଅଧିକ ବାହାରେ ସେତେବେଳେ ଝିଅ ମାନେ ଡରି ଯାଇଥାନ୍ତି ।

ତେବେ ଯଦି ତୁରନ୍ତ ଏହାର ଚିକିତ୍ସା ନ କରାଯାଏ ତେବେ ତାଙ୍କର ମୃତ୍ୟୁ ମଧ୍ୟ ହୋଇ ଯାଇଥାଏ । ଯାହା ହୋଇଥିଲା ଏହି ନାବାଳିକା ଙ୍କ ସହ । ତେବେ ବର୍ତ୍ତମାନ ଝିଅ ର ବାପା ସେହି ଯୁବକ ନାମରେ ଏକ ଅଭିଯୋଗ ମଧ୍ୟ ରଜ୍ଜୁ କରିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *