ଏମାନେ ହେଉଛନ୍ତି ସେହି ଖେଳାଳୀ ଯେଉଁମାନେ ନିଜ ନିଜର ଟିମ ପାଇଁ ୱାଣ୍ଡେରେ ସବୁଠୁ ଶୀଘ୍ର ପୁରା କରିଥିଲେ ଶତକ

ବିଶ୍ଵ କ୍ରିକେଟରେ ଗୋଟିଏ ରୁ ବଳି ଗୋଟିଏ ଖେଳାଳି ଅଛନ୍ତି ଯେଉଁମାନେ ଖାସକରି ନିଜର ବ୍ୟାଟିଙ୍ଗ ପାଇଁ ଜଣା ଯାଆନ୍ତି । କେତେକ ବ୍ୟାଟ୍ସମ୍ୟାନ ଏମିତି ବି ଅଛନ୍ତି ଯେଉଁମାନେ ନିଜର ଭଲ ବ୍ୟାଟିଙ୍ଗ ଦ୍ଵାରା ବହୁତ ଶୀଘ୍ର ନିଜ ଟିମ ପାଇଁ ଶତକ ମାରିଛନ୍ତି । ଆଜି ଆମେ ସେହି ଖେଳାଳିମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ୱାଣ୍ଡେରେ ନିଜ ଟିମ ପାଇଁ ବହୁତ ଶୀଘ୍ର ଶତକ ଲଗାଇଛନ୍ତି ।

ଏବୀ ଡୀବିଲିୟର୍ସ

ୱାଣ୍ଡେ ଇତିହାସରେ ନିଜ ଟିମ ପାଇଁ ସବୁଠୁ ଜଲ୍ଦି ଶତକ ମାରିଥିବା ଖେଳାଳି ମାନଙ୍କ ମଧ୍ୟରେ ପ୍ରଥମେ ଦକ୍ଷିଣ ଆଫ୍ରିକାର ଏବୀ ଡୀବିଲିୟର୍ସଙ୍କ ନାମ ଆସିଥାଏ । ସେ ୧୮ ଜାନୁୟାରୀ ୨୦୧୫ରେ ୱେସ୍ଟଇଣ୍ଡିଜ ବିରୁଦ୍ଧରେ ସବୁଠୁ ଶୀଘ୍ର ଶତକ ମାରିଥିଲେ । ଏବୀ ଡୀବିଲିୟର୍ସ ସେହି ସମୟରେ ୪୪ଟି ବଲରେ ୧୪୯ ରନ କରିଥିଲେ ଓ ୩୧ଟି ବଲରେ ନିଜର ଶତକ ପୁରା କରିଥିଲେ ।

କୋରୀ ଏଂଡରସନ

ନ୍ୟୁଜିଲ୍ୟାଣ୍ଡ ଟିମ ତରଫରୁ ଖେଳି କୋରୀ ଏଂଡରସନ ୱାଣ୍ଡେରେ ସବୁଠୁ ଜଲ୍ଦି ଶତକ ମାରିଥିଲେ । ସେ ୱେସ୍ଟଇଣ୍ଡିଜ ବିରୁଦ୍ଧରେ ୧ ଜାନୁୟାରୀ ୨୦୧୪ରେ ୩୬ଟି ବଲରେ ଶତକ ମାରିଥିଲେ । ସେହି ସମୟରେ ସେ ୪୭ଟି ବଲରେ ୧୩୧ ରନର ପାରି ଖେଳିଥିଲେ ।

ଶାହିଦ ଅଫରୀଦୀ

ପାକିସ୍ତାନ ତରଫରୁ ଖେଳି ୱାଣ୍ଡେରେ ଶାହିଦ ଅଫରୀଦୀ ସବୁଠୁ ଶୀଘ୍ର ଶତକ ମାରିଥିଲେ । ସେ ୧୯୯୬ରେ ୩୭ଟି ବଲରେ ଶ୍ରୀଲଙ୍କା ବିରୁଦ୍ଧରେ ଶତକ ମାରିଥିଲେ । ସେହି ସମୟରେ ସେ ୪୦ଟି ବଲରେ ୧୦୨ ରନର ପାରି ଖେଳିଥିଲେ ।

ବ୍ରାୟନ ଲାରା

ୱେସ୍ଟଇଣ୍ଡିଜର ବ୍ରାୟନ ଲାରା ୱାଣ୍ଡେରେ ସବୁଠୁ ଜଲ୍ଦି ଶତକ ଲଗାଇଥିଲେ । ସେ ୧୯୯୯ରେ ବାଂଲାଦେଶ ବିରୁଦ୍ଧରେ ଖେଳି ୪୫ଟି ବଲରେ ଶତକ ମାରିଥିଲେ । ସେହି ସମୟରେ ଖେଳା ଯାଇଥିବା ମ୍ୟାଚରେ ବ୍ରାୟନ ଲାରା ୬୨ ବଲରେ ୧୧୭ ରନର ପାରି ଖେଳିଥିଲେ ।

ଜୋସ ବଟଲର

ଇଂଲଣ୍ଡର ଖେଳାଳି ଜୋସ ବଟଲର ୨୦୧୫ରେ ନିଜ ଟିମ ପାଇଁ ଖେଳି ୪୬ଟି ବଲରେ ଶତକ ମାରିଥିଲେ । ସେ ପାକିସ୍ତାନ ବିରୁଦ୍ଧରେ ୫୨ଟି ବଲରେ ୧୧୬ ରନ ର ପାରି ଖେଳିଥିଲେ ।

ସନଥ ଜୟସୂର୍ୟା

ଶ୍ରୀଲଙ୍କା ଟିମର ସନଥ ଜୟସୂର୍ୟା ୧୯୯୬ରେ ପାକିସ୍ତାନ ବିରୁଦ୍ଧରେ ୪୮ଟି ବଲରେ ଶତକ ମାରିଥିଲେ । ସେ ସେହି ମ୍ୟାଚରେ ୬୫ଟି ବଲରେ ୧୩୪ ରନର ପାରି ଖେଳିଥିଲେ ।

ବିରାଟ କୋହଲି

ଭାରତ ତରଫରୁ ଖେଳି ବିରାଟ କୋହଲି ୱାଣ୍ଡେରେ ସବୁଠୁ ଶୀଘ୍ର ଶତକ ମାରିଥିଲେ । ୨୦୧୩ରେ ଅଷ୍ଟ୍ରେଲିୟା ବିରୁଦ୍ଧରେ ଜୟପୁରରେ ସେ ୫୨ଟି ବଲରେ ଶତକ ମାରିଥିଲେ ।

କେବିନ ଓ ବ୍ରାୟନ

ଆୟରଲ୍ୟାଣ୍ଡର ଖେଳାଳି କେବିନ ଓ ବ୍ରାୟନ ୨୦୧୧ରେ ଭାରତରେ ହୋଇଥିବା ବିଶ୍ଵ କପରେ ୫୦ ଟି ବଲରେ ଶୀଘ୍ର ଶତକ ଶତକ ମାରିଥିଲେ । ସେ ଇଂଲଣ୍ଡ ବିରୁଦ୍ଧରେ ହୋଇଥିବା ଏହି ମ୍ୟାଚରେ ୬୩ ବଲରେ ୧୧୩ ରନର ପାରି ଖେଳିଥିଲେ ।

ଶାକିବ ଅଲ ହସନ

ବାଂଲାଦେଶ ପାଇଁ ଖେଳି ଶାକିବ ଅଲ ହସନ ସବୁଠୁ ଜଲ୍ଦି ଶତକ ମାରିଥିଲେ । ଶାକିବ ଅଲ ହସନ ୨୦୦୯ରେ ଜିମ୍ବାବ୍ୱେ ବିରୁଦ୍ଧରେ ୬୩ ବଳରେ ଶତକ ର ପାରି ଖେଳିଥିଲେ ।

ଗ୍ଲ୍ୟାନ ମ୍ୟାକ୍ସୱେଲ

ଅଷ୍ଟ୍ରେଲିୟା ଖେଳାଳି ଗ୍ଲ୍ୟାନ ମ୍ୟାକ୍ସୱେଲ ନିଜର ଟିମ ପାଇଁ ୫୧ଟି ବଲରେ ସବୁଠୁ ଜଲ୍ଦି ଶତକ ମାରିଥିଲେ । ସେ ୨୦୧୫ରେ ସିଡନୀରେ ଶ୍ରୀଲଙ୍କା ବିରୁଦ୍ଧରେ ୫୩ଟି ବଲରେ ୧୦୨ ରନର ପାରି ଖେଳିଥିଲେ ।

କରୀମ ସଦୀକ

ଆଫଗାନିସ୍ତାନ ପାଇଁ ସବୁଠୁ ଶୀଘ୍ର ଶତକ କରୀମ ସଦୀକ ପୁରା କରିଥିଲେ । ସେ ନେଦରଲ୍ୟାଣ୍ଡ ବିରୁଦ୍ଧରେ ୩୧ ମାର୍ଚ୍ଚ ୨୦୧୨ରେ ଶାରଜାହରେ ଖେଳା ଯାଇଥିବା ମ୍ୟାଚରେ ୭୪ଟି ବଲରେ ୧୦୦ ରନର ପାରି ଖେଳିଥିଲେ ।

Leave a Reply

Your email address will not be published. Required fields are marked *