୨୭ ବର୍ଷର ଝିଅ କରିଲା ଏମିତି କାମ, ୨ ବର୍ଷରେ ଆୟ କରିନେଲା ୧ କୋଟି ଟଙ୍କା

କହିବାକୁ ଗଲେ ଶିଲ୍ପୀ ସିନ୍ହା ନାମକ ଏକ ଝିଅ ନିଜର ପରିଶ୍ରମ ଦମରେ ଆଜି ନିଜର ଏକ କମ୍ପାନୀ ଛିଡା କରି ଦେଇଛନ୍ତି । ଯେଉଁ କମ୍ପାନୀ ଗାଈମାନଙ୍କ କଞ୍ଚା କ୍ଷୀରକୁ ବିକ୍ରି କରିବାର କାମ କରିଥାଏ । ଶିଲ୍ପୀ ସିନ୍ହାଙ୍କ ଏହି କମ୍ପାନୀର ନାମ ଦ ମିଲ୍କ ଇଣ୍ଡିଆ ଅଟେ ଓ ଏହି କମ୍ପାନୀକୁ ଶିଲ୍ପୀ ବର୍ଷ ୨୦୧୮ରେ ଆରମ୍ଭ କରିଥିଲେ । ମାତ୍ର ୨ ବର୍ଷ ଭିତରେ ଶିଲ୍ପୀଙ୍କ ଏହି କମ୍ପାନୀ ୧ କୋଟି ଟଙ୍କାର ଟର୍ନଓଭର କରିଛି ।

ମିଡିଆ ରିପୋର୍ଟ ଅନୁସାରେ ଶିଲ୍ପୀ ସିନ୍ହା ବର୍ଷ ୨୦୧୨ରେ ଝାରଖଣ୍ଡର ଡାଲ୍ଟନଗଂଜରୁ ବାଙ୍ଗାଲୁରୁ ପଢିବା ପାଇଁ ଆସିଥିଲେ ଓ ସେହି ସମୟରେ ଶିଳ୍ପୀଙ୍କୁ ଗାଈର ଶୁଦ୍ଧ କ୍ଷୀର ମିଳୁ ନ ଥିଲା । ଯାହା ପରେ ଶିଲ୍ପୀ ଗାଈର ଶୁଦ୍ଧ କ୍ଷୀର ବିକ୍ରି କରିବାର ବ୍ୟାପାର ଆରମ୍ଭ କରିବାର ନିଷ୍ପତି ନେଲେ । ପ୍ରଥମେ ସେ ନିଜର ଶିକ୍ଷା ପୁରା କରିଲେ ଓ ଏହା ପରେ ଗାଈର ଶୁଦ୍ଧ କ୍ଷୀର ବିକ୍ରି କରିବା କାମ ଆରମ୍ଭ କରିଦେଲେ ।

ଶିଲ୍ପୀଙ୍କ ଅନୁସାରେ ସେ କମ୍ପାନୀର ଏକମାତ୍ର ଫାଉଣ୍ଡର ଥିଲେ । ଡେରୀ କ୍ଷେତ୍ରରେ କାମ କେମିତି କରାଯାଏ ତାଙ୍କୁ ଏହା ବିଷୟରେ କିଛି ବି ଅନ୍ଦାଜ ନ ଥିଲା । ଏହା ସହିତ ଶିଲ୍ପୀଙ୍କୁ ନା ହିଁ କନ୍ନାଡା ଭାଷା ଆସୁଥିଲା ଓ ନା ହିଁ ତାମିଲ ଭାଷା । ତଥାପି ବି ଶିଲ୍ପୀ ହାର ମାନିଲେ ନାହିଁ । ଶିଲ୍ପୀ ନିଜେ ଚାଷୀମାନଙ୍କ ପାଖକୁ ଯାଇ ସୂଚନା ହାସଲ କରିଲେ ଓ ପଚାରି ବୁଝିଲେ କି କେମିତି ଗାଈମାନଙ୍କ ଦେଖାଶୁଣା କରାଯାଏ ।

ଶିଲ୍ପୀଙ୍କ ଅନୁସାରେ ବିଜନେସ ଆରମ୍ଭ କରିବା ସମୟରେ ପ୍ରଥମେ ତାଙ୍କୁ କ୍ଷୀର ସପ୍ଲାଏ ପାଇଁ କର୍ମଚାରୀ ମିଳୁ ନ ଥିଲେ । ସେଥିପାଇଁ ସେ ନିଜେ ଏହି ସବୁ କାମ କରୁଥିଲେ । ଶିଲ୍ପୀ ସକାଳ ୩ ଟା ସମୟରେ ଉଠି ଯାଉଥିଲେ ଓ ଚାଷ ଜମିକୁ ଯାଉଥିଲେ । ଏହା ସହିତ ସେ ନିଜର ସୁରକ୍ଷା ପାଇଁ ନିଜ ପାଖରେ ସବୁବେଳେ ଛୁରୀ ରଖୁଥିଲେ ।

ଏହା ପରେ ଯେମିତି ହିଁ ଶିଲ୍ପୀଙ୍କ ଗ୍ରାହକମାନଙ୍କ ସଂଖ୍ୟା ୫୦୦ ପର୍ଯ୍ୟନ୍ତ ପହଞ୍ଚି ଗଲା, ତେବେ ଶିଲ୍ପୀ ୧୧ ହଜାର ଟଙ୍କାର ଫଣ୍ଡିଙ୍ଗ ଦ୍ଵାରା ଦ ମିଲ୍କ ଇଣ୍ଡିଆ କମ୍ପାନୀ ଆରମ୍ଭ କରିଦେଲେ । ଏହି କମ୍ପାନୀକୁ ଶିଲ୍ପୀ ୬ ଜାନୁୟାରୀ ୨୦୧୮ରେ ଆରମ୍ଭ କରିଥିଲେ ଓ ପ୍ରଥମ ଦୁଇ ବର୍ଷରେ ହିଁ ସେ ୧ କୋଟି ଟଙ୍କାର ଟର୍ନଓଭର ଉପରକୁ ପହଞ୍ଚି ଯାଇଛନ୍ତି ।

Leave a Reply

Your email address will not be published. Required fields are marked *