ଆସୁଛି ଭୟଙ୍କର ବାତ୍ୟା ଅସାନି ! ଆନ୍ଧ୍ରରୁ ବାଂଲାଦେଶ ରହିଛି ବିପଦ !

ନମସ୍କାର ବନ୍ଧୁଗଣ ତେବେ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବୁଧବାର ସକାଳେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ପ୍ରଭାବରେ ୬ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଏହି ଅବପାତ ବାତ୍ୟା ରୂପ ନେବ କି ନାହିଁ ସେନେଇ ପାଣିପାଗ କେନ୍ଦ୍ର ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଚିତ୍ର ଦେଇ ନାହିଁ । ବରଂ ଲଘୁଚାପ ସୃଷ୍ଟି ହେବା ପରେ ଏ‌ହା କେଉଁ ଆଡ଼େ ଗତି କରିବ ସେନେଇ କହିହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି । ତେବେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସନ୍ଦୀପ ପଟ୍ଟନାୟକ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାର ଗତିପଥ ନେଇ ଏପର୍ଯ୍ୟନ୍ତ ବିଭିନ୍ନ ମଡେଲ୍‌ ମଧ୍ୟରେ ସମାନତା ଆସିପାରି ନାହିଁ ।

ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୬ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହୋଇ ୮ ତାରିଖ ସୁଦ୍ଧା ବାତ୍ୟାର ରୂପ ନେବ । ଏହା ପ୍ରଥମେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଆଡ଼କୁ ମୁହାଁଇବ । ୧୦ ତାରିଖ ପରେ ଦିଗ ପରିବର୍ତନ କରି ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶ ଉପକୂଳକୁ ଗତି କରିବ ।

ସମ୍ଭବତଃ ୧୩ ତାରିଖରେ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶର ସାଗର ଦ୍ବୀପ ଛୁଇଁବ ଏବଂ ସେତେବେଳକୁ ଦୁର୍ବଳ ହୋଇଥିବ । ଓଡ଼ିଶାର ବାଲେଶ୍ବର ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ଓ ପବନ ହେବ । ଲଘୁଚାପ ସୃଷ୍ଟି ପରେ ଗତିପଥ ଓ ଘନୀଭୂତ ବାତ୍ୟା ରୂପ ବିଷୟରେ ଅଧିକ କହି ହେବ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇଥିବାରୁ ରାଜଜ୍ୟବାସୀଙ୍କୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି ।

କଟକ ଜିଲ୍ଲା ବାଙ୍କୀଠାରେ ସର୍ବାଧିକ ୯୦ ମିମି ବର୍ଷା ହୋଇଥିବା ବେଳେ କୋରାପୁଟ ଜିଲ୍ଲା କୋଟପାଡ଼ରେ ୭୬, ପୁରୀ ଜିଲ୍ଲା ସତ୍ୟବାଦୀରେ ୭୦, ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ୫୫.୩ ମିମି ରେକର୍ଡ କରାଯାଇଛି । ଆସନ୍ତା ୨୮ ଘଣ୍ଟା ମଧ୍ୟରେ ଉପକୂଳ ଜିଲ୍ଲା ସମେତ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଆଦି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ କାଳବୈଶାଖୀ ବର୍ଷା ଲାଗିରହିବ । ତାପମାତ୍ରାରେ ସେଭଳି କୌଣସି ପରିବର୍ତନ ହେବନାହିଁ । ଆଜି ଦିନରେ ବୌଦ୍ଧରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୨.୫ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୧.୭, ଯାଜପୁରରେ ୪୧,ଝାରସୁଗୁଡ଼ାରେ ୪୦.୮, ବରଗଡ଼ରେ ୪୦.୪, ଅନୁଗୁଳରେ ୪୦.୧, ସମ୍ବଲପୁର ଓ ବଲାଙ୍ଗୀରରେ ୪୦ ଡିଗ୍ରି ରହିଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *