ଓଡିଶା ଉପକୂଳ ଛୁଇଁବ ବାତ୍ୟା ! ଦେଖନ୍ତୁ ଏ ନେଇ କଣ କହିଲେ ପାଣିପାଗ ବିଶେଷଜ୍ଞ Sarat Chandra Sahoo

ନମସ୍କାର ବନ୍ଧୁଗଣ ତେବେ ଆସନ୍ତା ୬ ତାରିଖରେ ଲଘୁଚାପ ସୃଷ୍ଟି ହେବା ଥୟ । ହେଲେ ଲଘୁଚାପ ବାତ୍ୟା ରୂପ ନେବ ନା ନାହିଁ ଏବେ ବି ଆକାଳନ ଅସ୍ପଷ୍ଟ । ୫ ତାରିଖ ବେଳକୁ ଏହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞମାନେ ପ୍ରକାଶ କରୁଛନ୍ତି । ଦକ୍ଷିଣ-ଆଣ୍ଡାମାନ ସାଗରରେ ୪ ତାରିଖରେ ଘୂର୍ଣ୍ଣିବଳୟ ରୂପ ନେବ । ତେବେ ପାଣିପାଗ ବିଭାଗର ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ଆକଳନ କରୁଥିବାରୁ ଲୋକଙ୍କ ମନରେ ଛନକା ପଶିଛି ।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ବିଭାଗୀୟ ମଡେଲ୍ ମୁତାବକ ଏବେ ଆଉ ଲଘୁଚାପ ନେଇ ସନ୍ଦେହ ନାହିଁ । ହେଲେ ଲଘୁଚାପ ପରେ ଏହା କେତେ ଘନୀଭୂତ ହେବ, କେଉଁ ରୂପ ନେବ, ବାତ୍ୟା ହେଲେ ତାର ପ୍ରଭାବ କଣ ରହିବ ଏବଂ କେଉଁଠି ଲ୍ୟାଣ୍ଡଫଲ୍ କରିବ ସେଥିପାଇଁ ଆଉ ୩ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ । ତେବେ ବାତ୍ୟା ପାଇଁ ଅନୁକୂଳ ବାତାବରଣ ଥିବାରୁ ବିଭିନ୍ନ ମଡେଲ୍ ଅନୁସାରେ ବାତ୍ୟା ସମ୍ଭାବନା ରହୁଥିବା କହିଛନ୍ତି ଆଇଏମଡି ବୈଜ୍ଞାନିକ ଆର.କେ. ଜେନାମଣି ।

ତେବେ ୯ରୁ ୧୦ ତାରିଖ ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ନେଇ ଇନ୍କୋ ଇସ୍ ଓ ଓ୍ୱିଣ୍ଡି ଭଳି କିଛି ମଡେଲ୍ ଆକଳନ କରିଛି । ଯାହା ଲୋକଙ୍କ ମନରେ ବାତ୍ୟାର ଭୟ ସଞ୍ଚାର କରିଛି । ଇନ୍କୋଇସ୍ ମଡେଲ୍ ଆସନ୍ତା ୯ ତାରିଖ ବେଳକୁ ବାତ୍ୟା ଉତ୍ତର ବାଲେଶ୍ୱରରେ ଲ୍ୟାଣ୍ଡ ଫଲ୍ କରିବାର ସମ୍ଭାବନାକୁ ଦର୍ଶାଉଛି । ଯେତେବେଳେ କି ଓ୍ୱିଣ୍ଡି ମଡେଲ୍ କହୁଛି ୧୦ ତାରିଖ ବେଳକୁ ପାରାଦୀପରୁ ଧାମରା ଭିତରେ ବାତ୍ୟା ଲ୍ୟାଣ୍ଡଫଲ୍ କରିପାରେ ।

ତେବେ ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ କହିବା କଥା ବର୍ତ୍ତମାନ ଯେଉଁ ମଡେଲ୍ ଦେଖାଉଛି ସେ ଅନୁଯାୟୀ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ପଡ଼ିପାରେ । ଆଗକୁ ଏଥିରେ ପରିବର୍ତ୍ତନ ବି ହୋଇପାରେ । ତେଣୁ ସେଥିପାଇଁ ୬ ତାରିଖ ପରେ ହିଁ ଚିତ୍ର ସ୍ପଷ୍ଟ ହେବ । ତେବେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସଜାଗ ହେଲାଣି ପ୍ରଶାସନ । ପୂର୍ବରୁ ଫନିର କରାଳରୂପ ଦେଖିଥିବା ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ହୋଇଛି ।

ପ୍ରାଥମିକ ପ୍ରସ୍ତୁତି ବୈଠକରେ ବିଏମସି ମେୟର ସୁଲୋଚନା ଦାଶଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀମାନେ ଯୋଗ ଦେଇଥିଲେ । ଲୋକଙ୍କ ସୁରକ୍ଷାଠୁ ଆରମ୍ଭ କରି ଡ୍ରେନେଜ୍ ଓ ସ୍ୱରେଜ ଜଳ ନିଷ୍କାସନ ବ୍ୟବସ୍ଥା, ଜଳବନ୍ଦୀ ସମସ୍ୟାର ସମାଧାନ, ବିଦ୍ୟୁତ ଯୋଗାଣ, ରାସ୍ତା ସଫେଇ ସମ୍ପର୍କରେ ପ୍ରାକ୍ ପ୍ରସ୍ତୁତି ହୋଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *