ଧୋକା ଓ ପ୍ରତାରଣାକୁ ସହି ନପାରି, ଚାଲିଗଲେ ଆଉ ଏକ ସୌମ୍ୟ, ଶେଷ ସମୟରେ ଲେଖି ଦେଇଗଲେ…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପୁଣି ଧୋକା, ପୁଣି ପ୍ରତାରଣା । ଧୋକା ଓ ପ୍ରତାରଣା କୁ ସହି ନପାରି ଜୀବନ ହାରିଲା ଆଉ ଏକ ସୌମ୍ୟ । ବାରମ୍ବାର ଏଭଳି କୁ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିବାରେ ଲାଗିଛି । ଗୋଟିଏ ଝିଅ ଗୋଟିଏ ପୁଅ ସହିତ ମିଛି ମିଛିକା ଭଲ ପାଇବା ର ଛଳନା କରି ସବୁକିଛି ଲୁଟି ନେଲା ପରେ ହସି ହସି ବେଦୀ ରେ ବସି ଆଉ କାହାକୁ ବାହା ହୋଇ ଯାଉଛି । ଆଉ ବିଚରା ପ୍ରେମିକ ଟି ଶେଷରେ ଜୀବନ ହାରି ଦେଉଛି ।

ପୁଣି ଥରେ ପ୍ରେମ ଓ ପ୍ରତାରଣା ର ଖବର ଆସିଛି ବାଲେଶ୍ଵର ଜିଲ୍ଲା ସୁର ବ୍ଲକ ପଞ୍ଚାୟତ ର ଜହ୍ନିଆ ଗାଁ ରୁ । ରାତିରେ ଥିଲା ପ୍ରେମିକା ର ବାହାଘର । ପାଦରେ ଅଳତା ଓ ମଥା ରେ ସିନ୍ଦୁର, ହାତ ରେ ନାଲି ଚୁଡ଼ି ଏବଂ ଦେହରେ ନାଲି ରଙ୍ଗର ଶାଢୀ ପିନ୍ଧି ସାଧବ ବୋହୁ ପରି ହସି ହସି ବେଦୀ ରେ ବସିଲା । ରାତି ପାହିଲା ଓ ବାହାଘର ସରିଗଲା ।

କିନ୍ତୁ ପ୍ରେମିକା ର ସବାରୀ ଉଠିବା ବେଳେ ପ୍ରେମିକ ର ଉଠିଥିଲା କୋକେଇ । ଜହ୍ନିଆ ଗ୍ରାମ ର ରତ୍ନାକର ମଲ୍ଲିକ ଙ୍କ ପୁଅ ପ୍ରଦୀପ ଗୁଜୁରାଟ ରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ଗ୍ରାମ ର ଜଣେ ଯୁବତୀ ଙ୍କୁ ହୃଦୟ ଦେଇ ଭଲ ପାଉଥିଲେ । ତିନି ଚାରି ଦିନ ତଳେ ଯେତେବେଳେ ଶୁଣିଲେ ତାଙ୍କ ପ୍ରେମିକା ର ବାହାଘର ଠିକ ହୋଇଛି ସେତେବେଳେ ସେ ଘରକୁ ଫେରି ପ୍ରେମିକା କୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ ।

କିନ୍ତୁ ସେଥିରେ ସେ ସଫଳ ହୋଇ ନଥିଲେ । ଶେଷରେ ବୁଧବାର ରାତି ରେ ଯେତେବେଳେ ପ୍ରେମିକା ର ଅନ୍ୟ ଏକ ଜାଗାରେ ବାହାଘର ହୋଇ ଯାଇଥିଲା, ଠିକ ସେତିକି ବେଳେ ପ୍ରଦୀପ ର ପାଦ ତଳୁ ମାଟି ଖସି ଯାଇଥିଲା । ସମ୍ପୂର୍ଣ୍ଣ ଦୁନିଆ ତାକୁ ଶୂନ୍ୟ ଲାଗିଲା । ନିଜ ଜୀବନ ତାକୁ ବିଷ ଲାଗିଲା ।

ଶେଷରେ ସେ ମାନସିକ ସ୍ଥିତି ହରାଇ ବସିଲା ।  ହାତରେ ମଅଦ ବୋତଲ ଓ ଏକ ରସି ଧରି ଗାଁ ଠାରୁ କିଛି ଦୁରରେ ଥିବା ଏକ ନିଛାଟିଆ ଗଛ ପାଖରେ ନିଜ ଜୀବନ କୁ ହାରି ଦେଲା । ଯାହାକୁ ଦେଖି ସାରିବା ପରେ ପରିବାର ଲୋକେ ତୁରନ୍ତ ପ୍ରଦୀପ କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ପ୍ରଦୀପ କୁ ମୃତ ବୋଲି ଘୋଷଣା କରିଥିଲେ । ପ୍ରେମ ଆଉ ପ୍ରତାରଣା ପାଇଁ ପୁଣିଥରେ ଆଉ ଏକ ସୌମ୍ୟ ବଳି ପଡ଼ିଲା ।

ଯୁଗ ଯୁଗ ପାଇଁ ନିଜ ପ୍ରେମ ସତ୍ୟତା ର ପରୀକ୍ଷା ଦେଇ ଗଲା । ମାତ୍ର ସେ ତା’ ଜୀବନ ରେ ପାଇଲା କଣ? ପୋଲିସ ଖବର ପାଇ ଘଟଣା ସ୍ଥଳ ରେ ପହଁଚି ମୃତ ଦେହ କୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ଏବଂ ଏହା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *