ଆନ୍ଦ୍ରେ ରସେଲ ପୁଣି ଥରେ ପ୍ରମାଣ କଲେ କାହିଁକି ତାଙ୍କ ନାମ ଦୁନିଆ ର ସବୁଠୁ ଅଧିକ ବିସ୍ଫୋଟକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସାମିଲ

ୱେଷ୍ଟ ଇଣ୍ଡିଜର ଅଲ ରାଉଣ୍ଡର ଆନ୍ଦ୍ରେ ରସେଲ ଶୁକ୍ରବାର ଦିନ ଆଉ ଥରେ ପ୍ରମାଣ କରିଲେ କି କାହିଁକି ତାଙ୍କ ନା ଦୁନିଆର ସବୁଠୁ ବିସ୍ଫୋଟକ ଖେଳାଳୀ ମଧ୍ୟରେ ସାମିଲ କରାଯାଇଛି । ଶ୍ରୀଲଙ୍କା ବିପରୀତରେ 2nd T20 ମ୍ୟାଚରେ ଆନ୍ଦ୍ରେ ରସେଲ କେବଳ 14 ବଲରେ 40 ରନକରି ୱେଷ୍ଟ ଇଣ୍ଡିଜ କୁ 7 ୱିକେଟରେ ଜିତେଇଥିଲେ । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି 6 ୱିକେଟ ରେ 155 ରନ କରିଥିଲେ, ହେଲେ ୱେଷ୍ଟ ଇଣ୍ଡିଜ 17 ଓଭର ରେ 3 ୱିକେଟରେ ଲକ୍ଷ୍ୟ ହାସଲ କରିଦେଇଥିଲେ। ଆନ୍ଦ୍ରେ ରସେଲ ମ୍ୟାନ ଅଫ ଦି ମ୍ୟାଚ ଭାବରେ ବଛା ଯାଇଥିଲେ, ସେ ତାଙ୍କ 40 ରନରେ 6 ଟି ଛକା ମରିଥିଲେ। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚର ଆୱାର୍ଡ଼ ବି ମିଳିଥିଲା।

ରସେଲ କରିଥିଲେ ୱାର୍ଲଡ ରେକର୍ଡ଼

ରସେଲ୍ 5ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଛକା ମାରି ୱେଷ୍ଟ ଇଣ୍ଡିଜ କୁ ଜିତ ଦେଇଥିଲେ । ୱାର୍ଲଡ ରେକର୍ଡ଼ ବି ବନେଇଥିଲେ। ସେ T20 ଇଣ୍ଟରନେସନାଲ ର ପ୍ରଥମ ଖେଳାଳୀ ଯିଏ 40 ରନରେ 6 ଟି ଛକା ମରିଥିଲେ।

ଯେତେବଳେ ତାଙ୍କୁ ରେକର୍ଡ଼ କଥା ଜଣାପଡ଼ିଲା ସେ ବହୁତ ଖୁସି ହୋଇ କହିଥିଲେ କି ମୁଁ ରନ କରିବାକୁ ଚେଷ୍ଟା କରୁଥିଲି। ଟିମର ଭଲ ପ୍ରଦର୍ଶନ ପାଇଁ ମୁଁ ଖୁସି ଅଛି। ଆମେ ଠିକ ସମୟରେ ଠିକ ଖେଳ ଖେଳିଥାଉ। ଆମ ଟିମ ଭଲ ଟିମ୍, କିନ୍ତୁ ଯେଉଁ ମ୍ୟାଚରେ ହାରିଛୁ ସେଥିରେ ଆମେ ନିରାଶ ଥିଲୁ। ସେ ପ୍ରଥମ T20 ରେ ବି 14ବଲ ରେ 35 ରନ ଖେଳିଥିଲେ। ସେଥିରେ ସେ 10 ଟି ଛକା ମାରିଥିଲେ ଓ ତାଙ୍କ ଷ୍ଟ୍ରାଇକ ରେଟ 250 ରୁ ଅଧିକ ଥିଲା।

2 ବର୍ଷ ପରେ ଖେଳିଥିଲେ ୱେଷ୍ଟ ଇଣ୍ଡିଜ ପାଇଁ T20 ମ୍ୟାଚ

ରସେଲ୍ 2 ବର୍ଷ ପରେ ୱେଷ୍ଟ ଇଣ୍ଡିଜ ପାଇଁ T20 ମ୍ୟାଚ ଖେଳିଥିଲେ। ଜଖମ ହୋଇଥିବା ରସେଲ ଶେଷT20 ମ୍ୟାଚ 5 ଅଗଷ୍ଟ 2018 ବାଂଲାଦେଶ ବିପରିତରେ ଖେଳିଥିଲେ । ICC ୱାର୍ଲଡ କପ2019 ମଧ୍ୟ ଖେଳିଥିଲେ, କିନ୍ତୁ ଜଖମ ହେବା କାରଣରୁ ଟିମରେ ଥିଲେ । ସେ ଏବେ ଶୀଘ୍ର ଆଇପିଏଲ 13 ସିଜିନରେ କୋଲକାତା ନାଇଟସ ପାଇଁ ନଜର ଆସିବେ।

Leave a Reply

Your email address will not be published. Required fields are marked *