ଇଏ ହେଉଛି ଦୁନିଆର ସବୁଠାରୁ ନିର୍ଦ୍ଦୟ ପ୍ରଥା, କଷ୍ଟରେ ଚିତ୍କାର କରିଥାନ୍ତି ଝିଅମାନେ

କେବଳ ଭାରତ ରେ ନୁହେଁ ପୁରା ଦୁନିଆରେ କେତେକ ପ୍ରଥା ଅଛି ଯାହା ବହୁତ ଭୟଙ୍କର ଅଟେ, ଆପଣଙ୍କୁ ଏମିତି ଗୋଟେ ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହା ଏହି ଦୁନିଆର ସବୁଠାରୁ ନିର୍ଦ୍ଦୟ ପ୍ରଥା ଅଟେ । ଆଫ୍ରିକା ଦ୍ଵିପ ରେ ଗୋଟେ କେନ୍ୟା ନାମର ଦେଶ ଅଟେ, ଏଠାରେ ଖାତନା ନାମକ ଗୋଟେ ପ୍ରଥା ପ୍ରଚଳିତ ଅଛି । ଏହି ପ୍ରଥା ଆଗରେ ଭାରତର ସତୀ ପ୍ରଥା ଓ ବାଲ୍ୟ ବିବାହ ଫିକା ଅଟେ । ଏହି ପ୍ରଥା ରେ ଝିଅକୁ ମାନସିକ ଓ ଶାରୀରିକ ଶୋଷଣ କରା ଯାଏ, ଖତନା କରିବା ପାଇଁ ଝିଅଙ୍କର ଗୋଟେ ନିର୍ଦ୍ଦିଷ୍ଟ ବୟସ ଥାଏ ।

ପ୍ରାୟତଃ ୭-୮ ବର୍ଷ ମଧ୍ୟରେ ସବୁ ଝିଅଙ୍କୁ ଖତନା କରାଯାଏ, ଯେତେବେଳେ ମିଡିଆ ଏହି ସମୁଦାୟ ମୁଖିଆକୁ ପ୍ରଶ୍ନ କଲେ ଯେ ଝିଅଙ୍କ ଖତନା କରିବା କଣ ପାଇଁ ଦରକାର ତେବେ ମୁଖିଆ କହିଲା ଝିଅଙ୍କ ମଧ୍ୟରେ ପୁରୁଷଙ୍କ ତୁଳନାରେ ୪ ଗୁଣ କାମେଛା ଥାଏ ଯାହାକୁ ଚାପିବା ପାଇଁ ଖତନା କରାଯାଏ । ଏହା ଦ୍ଵାରା ଝିଅ ବଡ ହୋଇ ଅନ୍ୟ ପୁରୁଷ ଆଡକୁ ଆକର୍ଷିତ ହୁଅନ୍ତି ନାହିଁ ।

ଏହି ପ୍ରଥା ରେ ଝିଅଙ୍କୁ ଅସହନୀୟ କଷ୍ଟର ସାମ୍ନା କରିବାକୁ ପଡିଥାଏ, ଏହି ପ୍ରଥା ଅନୁସାରେ କୋମଳ ଝିଅଙ୍କୁ ଦାଇ ମା ପାଖକୁ ନିଆଯାଏ ଓ ନିର୍ଦ୍ଦୟ ଭାବରେ ଝିଅଙ୍କର କ୍ଲାଇଟୋରିସକୁ କାଟି ଦିଆଯାଏ, ଏହି ସମୟରେ ବହୁତ ଝିଅ କଷ୍ଟ ସହି ପାରନ୍ତି ନାହିଁ ଓ ମରିଯାନ୍ତି । ଯଦି ଝିଅ କୌଣସି ଭାବରେ କଷ୍ଟ ସହି ବଞ୍ଚିଯାନ୍ତି ତେବେ ଜୀବନ ସାରା ସେ ନିଜ ସହ ହୋଇଥିବା ଏହି ଘଟଣାକୁ କେବେ ଭୁଲି ପାରନ୍ତି ନାହିଁ । ବର୍ତ୍ତମାନର ଗୋଟେ ରିପୋର୍ଟ ଅନୁସାରେ ଖତନା ପ୍ରଥାରେ ପ୍ରାୟତଃ ୭ ଲକ୍ଷ ଝିଅ ପୀଡିତ ଅଛନ୍ତି, ଏହି ପ୍ରଥାରେ ପ୍ରତି ୩ଟି ଝିଅ ମଧ୍ୟରେ ଗୋଟେ ଝିଅ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ, ତଥାପି ଏଠାରେ ଥିବା ଲୋକଙ୍କୁ କିଛି ଫରକ ପଡୁନାହିଁ ।

Leave a Reply

Your email address will not be published. Required fields are marked *