୩୦ ବର୍ଷ ପରେ ନବରାତ୍ରିରେ ବନୁଛି ଶନି ଓ ମଙ୍ଗଳଙ୍କ ଯୋଗ, ରାଶି ଅନୁସାରେ ଜାଣନ୍ତୁ କାହାର ବଦଳିବ ଭାଗ୍ୟ

କହିବାକୁ ଗଲେ ୨୫ ମାର୍ଚ ୨୦୨୦ ଠାରୁ ନବରାତ୍ରି ଆରମ୍ଭ ହେବାକୁ ଯାଉଛି । ଏହି ନବରାତ୍ରିରେ ଶନି ଓ ମଙ୍ଗଳ ଦୁଇ ଜଣଙ୍କର ହିଁ ଯୋଗ ବନୁଛି । ଆପଣଙ୍କୁ କହିଦେଉଛୁ କି ଶନି ଓ ମଙ୍ଗଳର ଯୋଗ ଧନୁ ରାଶିରେ ହେଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ବର୍ଷ ପୂର୍ବେ ୨୭ ମାର୍ଚ୍ଚ ୧୯୯୦ରେ ନବରାତ୍ରି ଦିନ ଶନି ଓ ମଙ୍ଗଲର ଯୋଗ ହୋଇଥିଲା । ସେହି ସମୟରେ ବି ଏହି ଦୁଇ ଜଣ ଧନୁ ରାଶିରେ ଥିଲେ । ୧୯୯୦ ପରେ ବର୍ତ୍ତମାନ ବର୍ଷ ୨୦୨୦ରେ ଏହିଭଳି ଶୁଭ ଯୋଗ ଆସିଛି । ଧନୁର ସ୍ଵାମୀ ଗୁରୁ ଅଟନ୍ତି । ମଙ୍ଗଳ ଏବଂ ଶନି ଦୁଇ ଜଣ ହିଁ ଗୁରୁ ଗୃହର ମିତ୍ର ଅଟନ୍ତି । କହିବାକୁ ଗଲେ ଏହି ସମୟରେ କେତେକ ରାଶିଙ୍କ ଭାଗ୍ୟ ବଦଳିବାର ଅଛି ।

ମେଷ ରାଶି

ମେଷ ରାଶିର ଜାତକଙ୍କୁ ସମ୍ପତ୍ତି ସମ୍ବନ୍ଧିତ ମାମଲାରେ ଆୟର ବୁଦ୍ଧି ହେବ ଓ ଏହା ସହିତ ନୂଆ ସ୍ରୋତ ବି ହାସଲ ହେବ । ଏହି ସମୟରେ ଆପଣ ସମସ୍ତ ବିବାଦ ଉପରେ ବିଜୟ ପ୍ରାପ୍ତି କରିବେ । ଏହି ମାସ ଆପଣ ଅଳ୍ପ ସମ୍ଭାଳି ଚଳନ୍ତୁ ।

ବୃଷ ରାଶି

ବୃଷ ରାଶିର ଲୋକମାନେ ଛୋଟ ଛୋଟ କଥାରେ ରାଗିଯିବେ । ବୃଷ ରାଶିର ଲୋକମାନଙ୍କ ଆତ୍ମବିଶ୍ଵାସ କମ ରହିବ । ପରିବାର ଲୋକଙ୍କୁ କୌଣସି ପ୍ରକାରରେ ଦୁଃଖର ସାମ୍ନା କରିବାକୁ ପଡିପାରେ । ବିଶ୍ଵାସର ସହ କାମ କରନ୍ତୁ ।

ମିଥୁନ ରାଶି

ମିଥୁନ ରାଶିର ଶୁଭ ସମୟ ଆସି ଯାଇଛି । ଆତ୍ମବିଶ୍ଵାସ ବଢିବ ଯେଉଁ କାରଣରୁ କାମରେ ସଫଳତା ମିଳିବ । ସ୍ୟାଲେରୀରେ ବୃଦ୍ଧି ହେବ ଓ କୌଣସି ବଡ କାମ ମିଳିପାରେ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ଆତ୍ମବଳ ମଝବୁତ ରହିବ । କିନ୍ତୁ ପୂର୍ବ ଅପେକ୍ଷା ଅଧିକ ଚିନ୍ତିତ ରହିବେ । ବିବାଦ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ ଜୀବନରେ ସୁଧାର ଆସିବ । ଭୟଙ୍କର କାମରୁ ବି ଦୂରେଇ ରୁହନ୍ତୁ ।

ସିଂହ ରାଶି

ଏହି ପୁରା ବର୍ଷରେ ସିଂହ ରାଶି ଉପରେ ଗ୍ରହମାନଙ୍କର ପ୍ରଭାବ ରହିବ । ଆମଦାନୀରେ ଉନ୍ନତି ହେବାର ସମ୍ଭାବନା ରହିଛି । କୌଣସି ବି ବଡ କାମ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ସେହି କାମ ବିଷୟରେ ଅଳ୍ପ ଚିନ୍ତା କରନ୍ତୁ ।

କନ୍ୟା ରାଶି

ଶନିର ପ୍ରକୋପ ରହିବା କାରଣରୁ ଆପଣଙ୍କର ଏହି ସମୟ ଶ୍ରେଷ୍ଠ ସମୟ ରହିବ । ବାଧାରୁ ମୁକ୍ତି ମିଳିବ ଓ ଶୁଭ ସମାଚାର ମିଳିବ । ଅଗଷ୍ଟ ମାସ ପରେ କାମର ପ୍ରେସର ବଢିବ ଓ ଭାଗ୍ୟ ଅନୁକୂଳ ରହିବ । ନୂଆ କାମରେ କିଛି ଚେଞ୍ଜେସ ଆସିପାରେ ।

ତୁଳା ରାଶି

ଆପଣ କିଛି ଅସୁବିଧାର ସାମ୍ନା କରି ପାରନ୍ତି । କିନ୍ତୁ କିଛି ସମୟ ପରେ ସମସ୍ତ ପରିସ୍ଥିତିରେ ସୁଧାର ଆସିଯିବ ଓ ଏହା ସହିତ ଆପଣଙ୍କୁ ବିଜୟ ପ୍ରାପ୍ତି ବି ହେବ ।

ବିଚ୍ଛା ରାଶି

ଏହି ରାଶିର ଲୋକମାନଙ୍କୁ କଷ୍ଟର ସାମ୍ନା କରିବାକୁ ପଡିପାରେ । କିନ୍ତୁ କିଛି ସମୟ ପରେ ସମୟ ଅନୁକୂଳ ରହିବ । ପରିବାରରେ ଧନ ସମ୍ପତ୍ତି ବଢିବ ।

ଧନୁ ରାଶି

ଆପଣଙ୍କ ଜୀବନରେ ଧନର ଆଗମନ ହେବ । କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ । କିନ୍ତୁ ପୁରା ବର୍ଷ ସାଢ଼େସାତୀର ପ୍ରଭାବ ରହିପାରେ ।

ମକର ରାଶି

ଏହି ସମୟରେ ଆପଣଙ୍କର ସମସ୍ତ କାମ ଭଲ ଭାବରେ ଓ ବହୁତ ଜଲ୍ଦି ହୋଇଯିବ । କୌଣସି ପ୍ରକାରର ବାଧା ଆସିବ ନାହିଁ । ଅଫିସର ଅଧିକାରୀମାନେ ଆପଣଙ୍କ ଉପରେ ଶାନ୍ତ ରହିବେ ଓ ଆପଣଙ୍କ ସମୟ ବ୍ୟର୍ଥ କାମରେ ନଷ୍ଟ ହେବ ନାହିଁ ।

କୁମ୍ଭ ରାଶି

କୁମ୍ଭ ରାଶିର ଲୋକମାନଙ୍କୁ ଧନର ଅସୁବିଧା ରହିବ । ସମ୍ମାନ ଓ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଭବିଷ୍ୟତକୁ ନେଇ ଆଶା ଜୀବିତ ରହିବ ।

ମୀନ ରାଶି

ଏହି ରାଶିର ଲୋକମାନଙ୍କ ଚିନ୍ତା ବଢିବ । ଲକ୍ଷକୁ ହାସଲ କରିବା ପାଇଁ କଷ୍ଟ କରିବେ । ପରିବାରର ସହଯୋଗ ମିଳିବ ।

Leave a Reply

Your email address will not be published. Required fields are marked *