ଆମେରିକାର ଚାଲବାଜିକୁ ଧୂଳିସାତ କରିଦେଲେ PM Modi, ସମସ୍ତେ ଦେଖି କି ଆଶ୍ଚର୍ଯ୍ୟ …

ନମସ୍କାର ବନ୍ଧୁଗଣ ତେବେ ଋଷ-ୟୁକ୍ରେନ୍ ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ, ଭାରତୀୟ ପ୍ରଶାସନ ସହ ଯୋଗାଯୋଗ କରୁଛି । ୠଷ ମାମଲାରେ ଆମେରିକୀୟ କୁଟନୀତିଜ୍ଞମାନେ ଭାରତୀୟ ଅଧିକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଆମେରିକାର ଜଣେ ବରିଷ୍ଠ କୁଟନୀତିଜ୍ଞ ସୂଚନା ଦେଇଛନ୍ତି । ଆସିଷ୍ଟାଣ୍ଟ ସେକ୍ରେଟାରୀ ଅଫ ଷ୍ଟେଟ ଡୋନାଲ୍ଡ ଲିୟୁ କହିଛନ୍ତି, ଋଷିଆ ଆକ୍ରମଣ ବିରୋଧରେ ସାରା ବିଶ୍ୱ ଏକାଠି ହେବା ଦରକାର ।

ମିଳିତ ଜାତିସଂଘରେ ରୁଷିଆ ଆକ୍ରମଣର ନିନ୍ଦା ପ୍ରସ୍ତାବ ଠାରୁ ଭାରତ ଦୂରେଇ ରହିବା ପରେ ଆମେରିକୀୟ ଅଧିକାରୀମାନେ ଏନେଇ ଭାରତୀୟ ପ୍ରଶାସନକୁ ବୁଝାଇବାକୁ ଉଦ୍ୟମ କରୁଛନ୍ତି । ଆମେରିକା ଓ ଭାରତ ଭିତରେ ସଂପର୍କକୁ ଠିକ୍ ଦିଗରେ ଆଗେଇ ନେଇ ବିଶ୍ୱର ସୁରକ୍ଷା ପ୍ରତି ସମସ୍ତେ କାମ କରିବା ଉଚିତ୍ ବୋଲି ବୁଝାଉଛନ୍ତି, ଆମେରିକୀୟ ଅଧିକାରୀ । ଏହି ମାମଲାରେ ଭାରତ କହି ଆସୁଛି, ଯେ ଆଲୋଚନା ମାଧ୍ୟମରେ ରୁଷିଆ ଓ ୟୁକ୍ରେନର ବିବାଦର ସମାଧାନ କରିବା ଉଚିତ୍ ।

କିନ୍ତୁ ରୁଷିଆ ଆକ୍ରମଣର ନିନ୍ଦା ପ୍ରସ୍ତାବ ଉପରେ ଜାତିସଂଘରେ ଭୋଟ ଦାନରୁ ବିରତ ରହୁଛି ଭାରତ । ତେବେ ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ କିଛି ଦିନ ଆଗରୁ ହି ହୋଇଥିଲା କ୍ୱାଡ୍ ବୈଠକ । କ୍ୱାଡ ରାଷ୍ଟ୍ର ସମୁହଙ୍କ ଏହି ଭର୍ଚୁଆଲ ସମ୍ମଳିନୀରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିନସନ୍, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗ ଦେଇଥିଲେ ।

ୱାଶିଂଟନ ଡିସିରେ ୨୦୨୧ ସେପ୍ଟେମ୍ବର ହୋଇଥିବା କ୍ୱାଡ ସମ୍ମିଳନୀ ପରେ ବର୍ତ୍ତମାନ ପୁଣି ଚାରି ଦେଶର ନେତା ବୈଠକ ହୋଇଥିଲା । ଏଥିରେ ଭାରତ ମହାସାଗର ଅଂଚଳର ସ୍ୱାର୍ଥ ସମ୍ବଳିତ ପଦକ୍ଷେପ, ବିକାଶ ସଂପର୍କିତ ଯୋଜନା ଉପରେ ଚର୍ଚ୍ଚା ହେବ । ଏହାଛଡା କ୍ୱାଡ ରାଷ୍ଟ୍ର ମିଳିତ ଭାବେ ଭାରତ ମହାସାଗର ଅଂଚଳର ବିକାଶ ପାଇଁ ନେଇଥିବା ପଦକ୍ଷେପର ସମୀକ୍ଷା ମଧ୍ୟ କରିବେ ।

ତେବେ ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ରୁଷିଆ ବିରୋଧରେ ମୁହଁ ଖୋଲିବାକୁ ଆମେରିକା ଭାରତକୁ ବୁଝାଉଥିବାରୁ କ୍ୱାଡ ବୈଠକରେ ଏହି ପ୍ରସଙ୍ଗ ସ୍ଥାନ ପାଇପାରେ ବୋଲି ସମସ୍ତେ ଭାବିଥିଲେ । ତେବେ ୟୁକ୍ରେନ-ରୁଷ୍ ଯୁଦ୍ଧ ପ୍ରସଙ୍ଗରେ ନେଇ ଭାରତର ଆଭିମୁଖ୍ୟକୁ ନେଇ ୟୁରୋପ ଓ ଆମେରିକା ପ୍ରଶ୍ନ ଉଠାଉଥିବା ବେଳେ ଭାରତ ନିଜ ପକ୍ଷ ରହିଛି  । ଅଲୋଚନା ଓ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ବୋଲି କହିଛନ୍ତି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ।

ବିବାଦର ସମାଧାନ ହେବା ଜରୁରୀ , ଆଉ ଏଥିପାଇଁ ଆଲୋଚନା ଓ କୂଟନୀତି ହିଁ ପ୍ରକୃତ ମାଧ୍ୟମ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି  । କ୍ୱାଡ ବୈଠକରେ ଯୋଗଦେବା ଅବସରରେ ସେ ଏହା କହିଛନ୍ତି । ତେବେ -ୟୁକ୍ରେନ୍ ଯୁଦ୍ଧ ଭିତରେ ସାମ୍ନାକୁ ଆସିଛି ଏକ ବଡ ଖବର । ୪୯୮ ଋଷ ସେନା ନିହତ ହୋଇଥିବା ସ୍ୱୀକାର କରିଛି ଋଷ । ୟୁକ୍ରେନ୍ ସହ ଯୁଦ୍ଧ ଭିତରେ ପ୍ରଥମ ଥର ପାଇଁ ସତ ମାନଛି  ଋଷ । ୪୯୮ ଜଣ ଯବାନ ମୃତ୍ୟୁ ବରଣ କରିଥିବା ବେଳେ ୧ହଜାର ୫୯୭ ଜଣ ସୈନିକ ଆହତ ହୋଇଥିବା ସୂଚନା ଦେଲା ଋଷ ।


ପୂର୍ବରୁ ୟୁକ୍ରେନ୍ ଋଷ ସୈନ୍ୟଙ୍କ ମୃତ୍ୟୁ ନେଇ ଅନେକ ଥର ଦାବି କରିଆସିଥିଲେ ବି ଋଷ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଉନଥିଲା । ପ୍ରଥମ ଥର ପାଇଁ ୪୯୮ ସୈନ୍ୟଙ୍କ ପ୍ରାଣ ଯାଇଥିବା କଥା ସ୍ପଷ୍ଟ କରିଛି ଋଷ । ଏହାରି ମଧ୍ୟରେ ଯୁଦ୍ଧ ଏକପ୍ରକାର ଭୟଙ୍କର ରୂପ ନେବାକୁ ଯାଉଛି । ଆଜି ୟୁକ୍ରେନ୍ ଉପରେ ଋଷ ଏକ ବଡ ଧରଣର ଆକ୍ରମଣ କରିପାରେ ବୋଲି ଆଶଂକା କରାଯାଉଛି । ଆଜି କିବ୍ ଦଖଲ ପାଇଁ ଫାଇନାଲ୍ ଫାଇଟ୍ ବୋଲି କୁହାଯାଉଛି । ସେପଟେ ୟୁକ୍ରେନକୁ କେହି ବି ହରାଇ ପାରିବେନି ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି  । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *