ଚାଇନା ମାଲ୍ କିଣି ଫସିଲା ଋଷ, ହେଲା ଏମିତି ହଟହଟା… 

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ଏକ ସପ୍ତାହରୁ ଅଧିକ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି ।

ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଚାଇନା ମାଲ୍ କିଣି ଫଶିଲା ଋଷ । ଖରାପ ଟାୟାର ଯୋଗୁଁ ହଟହଟା ହେଇଛନ୍ତି ଋଷ ସେନା ।

ଚୀନ ସାମଗ୍ରୀକୁ ଭରସା ନାହିଁ କେତେବେଳେ ବି ଦେଇପାରେ ଧୋକା ଯାହା ଋଷ ସେନା ଗାଡିରେ ଲାଗିଥିବା ଚକା ଅବସ୍ଥାକୁ ଦେଖି ସ୍ପର୍ଷ୍ଟ ହୋଇଛି । ଋଷ ସେନାରେ ଯେଉଁ ଯୁଦ୍ଧ ଗାଡିରେ ଚୀନରୁ ମଗାଯାଇଥିବା ଟାୟାର ଲାଗିଥିଲା ସେହି ଗାଡି ଆଉ ଆଗକୁ ବଢୁ ନାହିଁ । ଘମାଘୋଟ ଯୁଦ୍ଧ ମଧ୍ୟରେ ଅଟକି ଯାଇଛି ଋଷ ସେନାରେ ଅନେକ ଗାଡି । କାରଣ ଏଥିରେ ଯେଉଁ ସବୁ ଚାଇନା ଟାୟାର ଲଗାଯାଇଥିଲା ତାହା ଅଧାରେ ହିଁ ଘୋରି ହୋଇଯାଇଛି ।

ଏହା ସହ ଅନେକ ଗାଡିର ଚକା ପମ୍ପଚର ହୋଇ କାଦୁଅରେ ଫଶି ଯାଇଛି । ଏଭଳି ଅବସ୍ଥାରେ ହଟହଟା ହୋଇଛି ଋଷ ସେନା । ଚୀନ ଯୋଗୁଁ ଫଶି ଯାଇଛି ଋଷର ଅନେକ ଗାଡି । ଗତ ପାଞ୍ଚ ଦିନ ତଳେ ଜାରି ହୋଇଥିଲା ୟୁକ୍ରେନକୁ ଘେରା ବନ୍ଦୀ କରିଥିବା ଋଷ ସେନାର ସେଟଲାଇଟ ଚିତ୍ର । ହେଲେ ଆଜି 11 ଦିନରେ ବି ଏଥିରେ କୌଣସି ପରିବର୍ତ୍ତନ ନାହିଁ । ସେହି ଗୋଟିଏ ସ୍ଥାନରେ ଅଟକି ରହିଛନ୍ତି ଋଷ ସେନାର ହଜାର ହଜାର ଯୁଦ୍ଧ ଗାଡି ।

ଏହାର କାରଣ ଖୁଲାସା କରିଛନ୍ତି ବ୍ରିଟେନ ପ୍ରତିରକ୍ଷା ମନ୍ତ୍ରାଳୟର ବରିଷ୍ଠ ଅଧିକାର । ତାଙ୍କର କହିବା ଅନୁଯାଇ ଋଷର ଏହି ବିରାଟକାୟ ସାମରିକ ଛାଉଣିରେ ଏବେ ନାହିଁ ନଥିବା ସମସ୍ୟା । ଗାଡି ଗୁଡିକରେ ଯାନ୍ତ୍ରିକ ତ୍ରୁଟି ବିଶେଷ କରି ଖରାପ ଟାୟାର ଯୋଗୁଁ ଅଟକି ରହିଛି । ପ୍ରତିରକ୍ଷା ବିଶେଷଜ୍ଞ ଏଥିପାଇଁ ଚୀନ ନିର୍ମିତ ଟାୟାରକୁ ଦୋଷ ଦେଇଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *