କେଉଁ ତାରିଖରୁ ଓ କେତେ ବଢିବ Petrol ଓ Diesel ଦାମ ? ଦେଖନ୍ତୁ ଏହି Special Report…

ବନ୍ଧୁଗଣ କରୋନା ମହାମାରୀର ତୃତୀୟ ଲହର ପରଠାରୁ ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହଠାତ ବଢିବାରେ ଲାଗିଥିଲା । ପେଟ୍ରୋଲ ଓ ଡିଜେଲ ଦର ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ୧୦୦ ଟଙ୍କା ଉପରେ ରହିଛି । ପେଟ୍ରୋଲ ଦର ଜନସାଧାରଣ ମାନଙ୍କ ଚିନ୍ତା ବଢାଇବାରେ ଲାଗିଛି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଯଦି ଆପଣଙ୍କ ପାଖରେ ଦୁଇ ଚକିଆ ବା ଚାରି ଚକିଆ ବାହନ ଅଛି ତା ହେଲେ ଶୀଘ୍ର ଯାଇ ଟାଙ୍କି ଫୁଲ କରିଦିଅନ୍ତୁ କାହିଁକି ନା ଦେଶରେ ଖୁବ ଶୀଘ୍ର ବଢିବାକୁ ଯାଉଛି ପେଟ୍ରୋଲ ଓ ଡିଜେଲ ଦର । ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କ ପକେଟ ଆହୁରି ଖାଲି ହେବାକୁ ଯାଉଛି । ଯେଉଁ ମାନେ ଏବେ ଗାଡି ଚଲାଉ ଛନ୍ତି ସେମାନେ ତେଲ ପକାଇବାକୁ ଗଣି ପାରନ୍ତି ଅଧିକ ଟଙ୍କା ।

ଆନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ଦାମ ବଢିବା ପରେ ଏବେ ଏମିତି କିଛି ଖବର ଚର୍ଚ୍ଚାରେ ରହିଛି । ହେଲେ ଏହା କେତେ ସତ ଓ କେତେ ମିଛ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ମାର୍ଚ୍ଚ ୫ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟ କରିଥିବା ଏହି ଫଟୋ ଓ ଲେଖା ଏବେ ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି । ଏହି ଟ୍ବିଟରେ ରାହୁଲ ଗାନ୍ଧୀ ଲେଖିଛନ୍ତି ‘ଖୁବ ଶୀଘ୍ର ପେଟ୍ରୋଲ ଟ୍ୟାଙ୍କ ଫୁଲ କରିଦିଅନ୍ତୁ । ମୋଦୀ ସରକାରଙ୍କ ନିର୍ବାଚନୀୟ ଅଫର ଶେଷ ହେବାକୁ ଯାଉଛି’ ।

ରାହୁଲଙ୍କ ଏହି ଟ୍ବିଟ ପରେ ସାଧାରଣ ଲୋକମାନେ ପେଟ୍ରୋଲ ପମ୍ପରେ ଭିଡ ଲଗାଉ ଥିବାର ଦେଖିବାକୁ ମିଳୁଛି । ଯେବେ ଠାରୁ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିଛି ସେହି ଦିନରୁ ଆନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲର ଦାମ ବଢିବାରେ ଲାଗିଛି । ବର୍ତ୍ତମାନ ଏହା ରେକର୍ଡ ସ୍ତରରେ ଥିବା ବେଳେ ଭାରତୀୟ ବଜାରରେ ପେଟ୍ରୋଲ ଦାମ ୪ ମାସ ହେବ ବଢି ନାହିଁ । ଏହା ପଛରେ ପାଞ୍ଚ ରାଜ୍ୟରେ ଚାଲିଥିବା ନିର୍ବାଚନ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି ।


ଆଉ ନିର୍ବାଚନ ଶେଷ ହେବା ମାତ୍ରେ ସରକାର ପେଟ୍ରୋଲ ଦାମ ବଢେଇ ଦେବେ ବୋଲି କୁହାଯାଉଛି । ଜାତୀୟ ଗଣମାଧ୍ୟମ ରିପୋର୍ଟସ ଅନୁସାରେ ମାର୍ଚ୍ଚ ୭ ତାରିଖ କିମ୍ବା ମାର୍ଚ୍ଚ ୧୬ ତାରିଖରେ ପେଟ୍ରୋଲ ଓ ଡିଜେଲ ଦାମ ମହଙ୍ଗା ହୋଇପାରେ । ତେବେ ପେଟ୍ରୋଲ ଓ ଡିଜେଲ ଦର କେତେ ବଢିବ ତାକୁ ନେଇ ମଧ୍ୟ ଆକଳନ କରାଯାଉଛି । କୁହାଯାଉଛି ସରକାର ପେଟ୍ରୋଲ ଓ ଡିଜେଲ ଦାମ ଆହୁରି ୧୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିପାରନ୍ତି ।

Leave a Reply

Your email address will not be published. Required fields are marked *