ଗିରଫ ହେଲେ ମାଷ୍ଟର ମାଇଣ୍ଡ ଯୁବତୀ, ଖୋଲିଲା ଅକ୍ଷୟ ପରିଜା ଭାଇରାଲ ଫଟୋର ରହସ୍ୟ, ଟଙ୍କା ପାଇଁ ବଡ ବଡ ଧନୀ ଲୋକଙ୍କୁ ଫସାଉଥିଲେ ଏମିତି…

ନମସ୍କାର ବନ୍ଧୁଗଣ ତେବେ ରାଜନେତାଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ । କିଛିଦିନ ପରେ ଫୋନ୍‌ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ । ଏମିତି ବ୍ଲାକ୍‌ମେଲିଂ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌ । ତାଙ୍କ ନାଁ ଅର୍ଚ୍ଚନା ନାୟକ । ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଛି ।

ତେବେ ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନାଙ୍କ ସ୍ୱାମୀ ବ୍ୟବସାୟ କରନ୍ତି । ଅର୍ଚ୍ଚନା ନିଜକୁ ଓକିଲ ଓ ଜଣେ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ବୋଲି ପରିଚୟ ଦେଉଥିଲେ । ନେତା, ମନ୍ତ୍ରୀ, ପ୍ରଯୋଜକ, ବ୍ୟବସାୟୀ ଓ ପୁଲିସ୍‌ଙ୍କୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଉଥିଲେ । ସୋସିଆଲ୍‌ ମିଡିଆରେ ବନ୍ଧୁ ହେଲା ପରେ ଫୋନ୍‌ ନମ୍ବର ମାଗି ଆଣି କଥା ହେଉ ଥିଲେ ।

ପ୍ରେମରେ ଯିଏ ଫସୁଥିଲା ଅର୍ଚ୍ଚନା ତାଙ୍କୁ ଘରକୁ ଡାକୁଥିଲେ । ଯେଉଁ ରୁମ୍‌ରେ ଅନ୍ତରଙ୍ଗ ମୁହୂର୍ତ୍ତ କଟୁଥିଲା ସେଠାରେ ଗୁପ୍ତ କ୍ୟାମେରା ଲାଗୁଥିଲା । ତା’ପରେ ସେହି ଫୁଟେଜ୍‌କୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ୨୦୨୧ରେ ଜଣେ ପୂର୍ବତନ ନେତା ତାଙ୍କ ବ୍ଲାକ୍‌ମେଲିଂର ଶିକାର ହୋଇଥିଲେ । ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ଅର୍ଚ୍ଚନା ମହିଳା ଥାନାରେ ବଳାତ-କାର ଅଭିଯୋଗ ଆଣିଥିଲେ ।

ମହିଳା ଥାନା ପୁଲିସ୍‌ ମାମଲା ରୁଜୁ କରିଥିଲା । ତାଙ୍କୁ ପୁଲିସ୍‌ ଧାରା ୧୬୧ରେ ବୟାନ ରେକର୍ଡ କରିବାକୁ ଡାକିଥିଲା । ହେଲେ ସେ ଯିବାକୁ ମନା କରିଥିଲେ । ତେବେ ଗତ ମେ’ ମାସରେ ଜଣେ ଓଡିଆ ସିନେମା ପ୍ରଯୋଜକଙ୍କୁ ବ୍ଲାକ୍‌ମେଲିଂ କରି ତାଙ୍କୁ ୨୦ ଲକ୍ଷ ମାଗିଥିଲେ । ସେ ଟଙ୍କା ନ ଦେବାରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଲେ । ଏହା ସଂପୃକ୍ତ ପ୍ରଯୋଜକ ଜାଣିବା ପରେ ତାଙ୍କୁ ଟଙ୍କା ଦେଇଥିଲେ ।

ପରେ ପ୍ରଯୋଜକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛିଦିନ ତଳେ ନୂଆପଲ୍ଲୀ ଥାନାରେ ଜଣେ ଅନ୍ୟ ଜଣେ ବରିଷ୍ଠ ପ୍ରଯୋଜକ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ ଅର୍ଚ୍ଚନା ଓ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ବ୍ଲାକ୍‌ମେଲିଂ କରି ୩ କୋଟି ଟଙ୍କା ମାଗୁଛନ୍ତି । ସେବେଠୁ ପୁଲିସ୍‌ ଅର୍ଚ୍ଚନାଙ୍କୁ ଖୋଜୁଥିଲା । ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *