ଅକ୍ଷଯ ତୃତୀୟା ଦିନ କରନ୍ତୁ ଏହି ଉପାୟ, ମିଳିବ ମନ ଚାହୁଁଥିବା ଇନକମ, ଜୀବନରେ ହେବ ନାହିଁ ଧନର ଅଭାବ

ଅକ୍ଷୟ ତୃତୀୟା ସବୁ ବର୍ଷ ବୈଶାଖ ଶୁକ୍ଳ ପକ୍ଷର ତୃତୀୟା ତିଥିରେ ପାଳନ କରାଯାଏ । ଏହି ବର୍ଷ ଅକ୍ଷୟ ତୃତୀୟା ୨୬ ଏପ୍ରିଲକୁ ଆସୁଛି । ଏହି ଦିନରେ କୌଣସି ବି ଶୁଭ କାର୍ଯ୍ୟ କରିବା ପାଇଁ ଆପଣଙ୍କୁ ପାଞ୍ଜି ଦେଖିବାକୁ ପଡିବ ନାହିଁ ଅର୍ଥାତ ଆପଣ ଏହି ଦିନରେ ବିନା ମୁହୂର୍ତରେ କୌଣସି ବି ସମୟରେ ଯେ କୌଣସି ବି ଶୁଭ କାର୍ଯ୍ୟ କରି ପାରିବେ । କହିବାକୁ ଗଲେ ପ୍ରାୟତଃ ଲୋକମାନେ ଅକ୍ଷୟ ତୃତୀୟା ଦିନ ହିଁ ବିବାହ କରିଥାନ୍ତି କିମ୍ବା ନୂଆ କାର୍ଯ୍ୟ ଆରମ୍ଭ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଅକ୍ଷୟ ତୃତୀୟା ଦିନ କିଛି ବାସ୍ତୁ ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାକୁ କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଏହା ସହିତ ଆପଣଙ୍କ ଘରେ ଧନର ଅସୁବିଧା ହୁଏ ନାହିଁ ।

 

ଅକ୍ଷୟ ତୃତୀୟା ଦିନ ନିଶ୍ଚିତ ରୂପରେ କରନ୍ତୁ ଏହି ଉପାୟ

·    ଅକ୍ଷୟ ତୃତୀୟା ଦିନ ମାତା ଲକ୍ଷ୍ମୀଙ୍କ ପୂଜା ନିଶ୍ଚିତ କରନ୍ତୁ । ଏହା ସହିତ ପୂଜା କରିବା ସମୟରେ ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ ଓ ପୂଜା ଶେଷ ହେବା ପରେ ଫୁଲକୁ ଆପଣ ନିଜର ତିଜୋରିରେ ରଖି ଦିଅନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କ ତିଜୋରି ଟଙ୍କାରେ ଭରପୁର ରହିବ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ଉତ୍ତର ଓ ପୂର୍ବ ଦିଗରେ ଟଙ୍କା ରଖିବା ଦ୍ଵାରା ଆର୍ଥିକ ଉନ୍ନତିରେ ଆସୁଥିବା ସମସ୍ତ ବାଧା ଦୂର ହୋଇଯାଏ । ସେଥିପାଇଁ ଆପଣ ଅକ୍ଷୟ ତୃତୀୟା ଦିନ ନାଲି ରଙ୍ଗର ଏକ କପଡାରେ କିଛି ଟଙ୍କା ବାନ୍ଧି ଦିଅନ୍ତୁ ଓ ଏହି କପଡାକୁ ଘର କିମ୍ବା ଦୋକାନର ଉତ୍ତର କିମ୍ବା ପୂର୍ବ ଦିଗରେ ରଖି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆର୍ଥିକ ଉନ୍ନତି ହୋଇଥାଏ । ଆସନ୍ତା ଦିନ ଏହି ଟଙ୍କାକୁ ନିଜର ପର୍ସ କିମ୍ବା ତିଜୋରିରେ ରଖି ଦିଅନ୍ତୁ ।

·    ଅକ୍ଷୟ ତୃତୀୟା ଦିନ ଘରକୁ ଭଲ ଭାବରେ ପରିଷ୍କାର କରନ୍ତୁ ଓ ଯେଉଁଠି ଟଙ୍କା ରଖୁଛନ୍ତି ସେହି ସ୍ଥାନକୁ ବି ସଫା କରନ୍ତୁ । ଏହା ପରେ ସେହି ସ୍ଥାନରେ ଏକ ହଳଦୀର ଖଣ୍ଡ ରଖି ଦିଅନ୍ତୁ ।

·    ଏହା ଛଡା ଅକ୍ଷୟ ତୃତୀୟା ଦିନ ଉତ୍ତର ଦିଗରେ ଏକ ଦର୍ପଣ ଲଗାଇ ଦିଅନ୍ତୁ । କହିବାକୁ ଗଲେ ଏହି ଦିଗରେ ଦର୍ପଣ ଲଗାଇବା ଦ୍ଵାରା ଘରେ ସକରାତ୍ମକ ଊର୍ଜାର ସଂଚାର ହୋଇଥାଏ ଓ ଧନ ଲାଭ ବି ହୋଇଥାଏ ।

·    ବାସ୍ତୁ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ସୁନା କ୍ରୟ କରିବା ବି ଶୁଭ ହୋଇଥାଏ ଓ ସୁନା କ୍ରୟ କରି ଘରକୁ ଆଣିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ସୁନାକୁ କ୍ରୟ କରିବା ପରେ ଆପଣ ସେହି ସୁନାକୁ ମାତାଙ୍କ ପାଖରେ ରଖି ଦିଅନ୍ତୁ ଓ ପୂଜା ଶେଷ ହେବା ପରେ ସୁନାକୁ ତିଜୋରିରେ ରଖି ଦିଅନ୍ତୁ । ଏହା ଛଡା ଏହି ଦିନରେ ନୂତନ ବାସନ କ୍ରୟ କରି ସେଥିରେ ମିଠା ଭୋଗ କରି ମାତାଙ୍କୁ ଭୋଗ ଲଗାନ୍ତୁ ।

·    ଅକ୍ଷୟ ତୃତୀୟା ଦିନ ସନ୍ଧ୍ୟା ସମୟରେ ଓସ୍ଥ ଗଛର ପୂଜା ଜରନ୍ତୁ । କହିବାକୁ ଗଲେ ଓସ୍ଥ ଗଛରେ ମାତା ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ସେଥିପାଇଁ ଏହି ଦିନରେ ଓସ୍ଥ ଗଛର ପୂଜା କରିବା ଶୁଭ ହୋଇଥାଏ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *