ଚଉଠିରାତିରେ କନ୍ୟା ବରକୁ ପିଆଇଥାଏ ସ୍ପେଶଲ କ୍ଷୀର, ହେଲେ କାହିଁକି

ବିବାହ ଦୁଇ ହୃଦୟର ନୁହେଁ ଦୁଇ ଶରୀରର ବି ମିଳନ ହୋଇଥାଏ । ଏହି କଥାକୁ ନେଇ ସମସ୍ତଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ଭାବନା ଆସିଥାଏ । କିନ୍ତୁ ସବୁଠୁ ଖାସ ଅନୁଭବ ବିବାହର ପ୍ରଥମ ରାତିରେ ହୋଇଥାଏ କାରଣ ସମସ୍ତ ବିବାହ ଯୋଡି ପାଇଁ ଏହି ରାତି ସବୁଠୁ ମୁଖ୍ୟ ହୋଇଥାଏ । ଏହି ରାତିରେ କେତେକ ନିୟମ ବି ପାଳନ କରାଯାଏ । କିନ୍ତୁ ଆମ ଭାରତ ଦେଶରେ ବିବାହର ପ୍ରଥମ ରାତି ସହ ଜଡିତ ଏକ ପରମ୍ପରା ଅଛି ।

ଯାହା ବହୁତ ଦିନ ହେବ ଚାଲି ଆସୁଅଛି । ଏହି ସମୟରେ ସବୁଠୁ ପ୍ରସିଦ୍ଧ ନିୟମ ଏହା ଅଟେ କି ଚଉଠିରାତିରେ କନ୍ୟା ବରକୁ ଗୋଟିଏ ଗ୍ଳାସ କେସର ବାଲା କ୍ଷୀର ଦେବ । ଏହି ନିୟମକୁ ଆପଣ ସମସ୍ତେ ଫିଲ୍ମ, ଟିଭି ସିରିୟଲରେ ଦେଖିଥିବେ । କିମ୍ବା ଆପଣ ନିଜ ଜୀବନରେ ବି ଏହାର ଅନୁଭବ କରିଥିବେ । କିନ୍ତୁ ଏହି ନିୟମକୁ କରିବା ପଛରେ କିଛି କାରଣ ବି ଅଛି । ଚାଲନ୍ତୁ ଆଜି ଏହା ବିଷୟରେ ଜାଣିବା ।

ସର୍ବେ ପ୍ରଥମେ ଆମେ ଆପଣଙ୍କୁ କହିଦେଉଛୁ କି ଏହି ସମୟରେ କ୍ଷୀରକୁ କେମିତି ପ୍ରସ୍ତୁତ କରାଯାଏ । ଏହା ସାଧାରଣ କ୍ଷୀର ହୋଇ ନ ଥାଏ । ଏଥିରେ କେସର, ଚିନୀ, ହଳଦୀ, ଗୋଲମରୀଚ ପାଉଡର, ବାଦାମ, ପାନମଧୁରୀ, ଓ ଅନ୍ୟ କେତେକ ଜିନିଷକୁ ମିଶାଇ କ୍ଷୀରକୁ ବହୁତ ଗରମ କରାଯାଏ ଓ ଅଳ୍ପ ଥଣ୍ଡା ହେବା ପରେ ବରକୁ ଏହି କ୍ଷୀର ଦିଆଯାଏ । ଏହା ସହିତ ହିନ୍ଦୁ ଧର୍ମ ଅନୁସାରେ କ୍ଷୀର, କେସର ଓ ବାଦାମ ବହୁତ ପବିତ୍ର ହୋଇଥାଏ ।

ସେଥିପାଇଁ ଚଉଠିରାତି ଦିନ ବରକୁ କନ୍ୟା ନିଜ ହାତରେ ବାଦାମ ଓ କେସର ବାଲା କ୍ଷୀର ଦେଇଥାଏ । ଏହା ଛଡା ଏହା ପଛରେ ବୈଜ୍ଞାନିକ କାରଣ ବି ଅଛି । ଏହି କ୍ଷୀରରେ ଶରୀରର କ୍ଳାନ୍ତକୁ ଦୂର କରିବା ପାଇଁ ଓ ଊର୍ଜା ପ୍ରଦାନ କରିବା ପାଇଁ କ୍ଷମତା ଥାଏ । ଏହି କ୍ଷୀରକୁ ପିଇବା ଦ୍ଵାରା ସେକ୍ସୁଆଲ ସିସ୍ଟମ ମଝବୂତ ହୋଇଥାଏ ଓ କ୍ଷୀରରେ ଥିବା ପୋଷକ ତତ୍ଵ ଶରୀରର ହର୍ମୋନ୍ସକୁ ବଢାଇଥାଏ ।

ନିଜର କନ୍ୟା ହାତରୁ କ୍ଷୀର ପିଇ ଯେଉଁଠି ଗୋଟିଏ ପଟେ ବରର ମାନସିକ ଚିନ୍ତା କମ ହୁଏ ଅନ୍ୟ ପଟେ ତାହାର ମୁଡ ବି ବହୁତ ରୋମାଣ୍ଟିକ ହୋଇଥାଏ । ବର ଦୁଇ ତିନି ଦିନର ନିୟମ ଯୋଗୁ କ୍ଳାନ୍ତ ହୋଇଯାଏ ଓ ତାକୁ ଚଉଠିରାତି ପାଇଁ ଅଳ୍ପ ଜୋଶ ଓ ଶକ୍ତି ଦରକାର ହୋଇଥାଏ । ଏମିତିରେ ଏହି ସ୍ପେଶାଲ କ୍ଷୀର ସେହି ବର ଶରୀରରେ ଜୋଶ ଓ ଶକ୍ତି ଦେଇଥାଏ ।

Leave a Reply

Your email address will not be published. Required fields are marked *