କମ ସ୍ୟାଲେରୀ ହେବା ସତ୍ବେ ବି ଆପଣ ହେଇପାରିବେ କୋଟିପତି, କେବଳ ଅପଣାଇବାକୁ ହେବ ଏହି ଚାରିଟି ସାଧାରଣ ନିୟମକୁ

ଏହି ଦୁନିଆରେ ସମସ୍ତେ ଧନୀ ହେବାର ସ୍ଵପ୍ନ ଦେଖିଥାନ୍ତି । କିନ୍ତୁ ସମସ୍ତଙ୍କ ସ୍ଵପ୍ନ ପୁରା ହୋଇ ନ ଥାଏ କାରଣ ତାହା ପଛରେ ବିଭିନ୍ନ କାରଣ ଥାଏ । ଯେମିତି ଦରକାର ଠାରୁ ଅଧିକ ଖର୍ଚ, କମ ସ୍ୟାଲେରୀ, ଭୁଲ ଜାଗାରେ ନିବେଶ କରିବା ଇତ୍ୟାଦି । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ୪ଟି ଉପାୟ ନେଇ ଆସିଛୁ ଯାହା ଦ୍ଵାରା ଆପଣ ନିଜର ଟଙ୍କାକୁ ସଞ୍ଚୟ କରି ପାରିବେ । ଆପଣଙ୍କୁ କେବଳ ଏହି ଟଙ୍କାକୁ ଅଳ୍ପ ଅଳ୍ପ କରି ମ୍ୟୁଚ୍ୟୁଆଲ ଫଣ୍ଡରେ ସବୁ ମାସରେ ନିବେଶ କରିବାର ଅଛି । ଯାହା ଦ୍ଵାରା ଏକ ନିଶ୍ଚିତ ଅବଧି ପରେ ଏହା ଆପଣଙ୍କୁ କୋଟିପତି କରି ପାରିବ । ଆସନ୍ତୁ ଜାଣିବା ସେହି ୪ ଟି ଉପାୟ ବିଷୟରେ ।

କେବଳ ଦରକାରୀ ଜିନିଷ ହିଁ କ୍ରୟ କରନ୍ତୁ

କେତେ ଥର ଅନଲାଇନ କ୍ରୟ କରିବା ପାଇଁ ଘରେ ବସିଥିବା ସମୟରେ ବିନା କାରଣରେ ଆମେ କେତେକ ଜିନିଷକୁ କ୍ରୟ କରି ଦେଇଥାଉ । ଆକର୍ଷକ ଜିନିଷ, ଡିସ୍କାଉଂଟ ଓ ଅଫର ଚକ୍କରରେ ଆମ ମଧ୍ୟରୁ ପ୍ରାୟତଃ ଲୋକମାନେ ପଡି ଯାଆନ୍ତି ଓ ଏହା ଦ୍ଵାରା ଲୋକମାନଙ୍କ ଖର୍ଚ ଅଧିକ ହୋଇଯାଏ । କିନ୍ତୁ ଯଦି ଆପଣ ସେଭିଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଏହିଭଳି ଅନ୍ଲାଇନ ଜିନିଷ କ୍ରୟ କରିବା ଠାରୁ ଦୂରେଇ ରୁହନ୍ତୁ ଓ ଦରକାରୀ ଜିନିଷ ହିଁ ଅନ୍ଲାଇନ କିମ୍ବା ବଜାରରୁ କ୍ରୟ କରନ୍ତୁ । ଆପଣ ଚାହିଁବେ ଯଦି ଏହି ଟଙ୍କାକୁ ଏକ ଭଲ ସ୍ଥାନରେ ନିବେଶ କରି ପାରିବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଖକୁ ପୁଣି ଥରେ ଏକ ବଡ ଧନରାଶି ରୂପରେ ଫେରି ଆସିବ ।

ବାହାର ଖାଦ୍ୟ ଠାରୁ ବଞ୍ଚନ୍ତୁ

ଗୋଟିଏ ସାଧାରଣ ପରିବାର ପ୍ରାୟତଃ ବାହାରର ଖାଦ୍ୟର ସେବନ କରି କିଛି ଟଙ୍କା ବିନା ଅର୍ଥରେ ଖର୍ଚ କରିଦିଏ । ସେଥିପାଇଁ ବାହାରର ଖାଦ୍ୟ ଠାରୁ ଯେତିକି ସମ୍ଭବ ଦୂରେଇ ରୁହନ୍ତୁ । ଏହା ଦ୍ଵାରା ଆପଣଙ୍କ ଟଙ୍କା ବି ବଞ୍ଚିଯିବ ଓ ଘର ତିଆରି ଭୋଜନର ସେବନ କରିଲେ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ । ଏହିଭଳି ଭାବରେ ଆପଣ ନିଜର ସ୍ୟାଲେରୀରୁ କିଛି ଟଙ୍କା କୌଣସି ବି ଭଲ ସ୍ଥାନରେ ନିବେଶ କରି ପାରିବେ ।

ପବ୍ଲିକ ଟ୍ରାଂସପୋର୍ଟର ବ୍ୟବହାର କରନ୍ତୁ

ଯଦି ଆପଣ ସବୁଦିନ ନିଜର ପର୍ସନାଲ ଗାଡିର ଉପଯୋଗ କରୁଛନ୍ତି ତେବେ ଦିନେ ନିଜ ଗାଡି ବଦଳରେ ପବ୍ଲିକ ଟ୍ରାଂସପୋର୍ଟ ବ୍ୟବହାର କରନ୍ତୁ ଓ ଏହା ଦ୍ଵାରା ଆପଣଙ୍କ ଯେଉଁ ଟଙ୍କା ବଞ୍ଚୁଥିବ ତାହାକୁ ଆପଣ SIP ଜରିଆରେ ଇକ୍ୱିଟୀ ମ୍ୟୁଚୁଅଲ ଫଣ୍ଡରେ ନିବେଶ କରି ପାରିବେ । ଯାହା ଆପଣଙ୍କ ପାଇଁ ଏକ ଭଲ ସେଭିଙ୍ଗ ଅଟେ ।

ଅଦରକାରୀ ଖର୍ଚ କରିବା ଠାରୁ ବଞ୍ଚନ୍ତୁ

କହିବାକୁ ଗଲେ ପ୍ରାୟତଃ କିଛି ପରିବାର ସପ୍ତାହକୁ ଦୁଇ ତିନି ଥର ବାହାର ବୁଲିବାକୁ କିମ୍ବା ହୋଟେଲରେ ଖାଇବାକୁ ଯାଇଥାନ୍ତି । କିନ୍ତୁ ଯଦି ଆପଣ ନିଜର ଏହି ଖର୍ଚ ଅଳ୍ପ କମ କରି ପାରିବେ ତେବେ ଏହା ଦ୍ଵାରା ଆପଣଙ୍କ ସେଭିଙ୍ଗ ଆହୁରି ବି ବଢିଯିବ । ଯଦି ଆପଣ ଏହି ଟଙ୍କାକୁ ଇକ୍ୱିଟୀ ଫଣ୍ଡରେ ନିବେଶ କରିବେ ତେବେ ଆପଣଙ୍କୁ ଭଲ ରିଟର୍ନ ମିଳିବ । ଏହି ଟିପ୍ସ ଆପଣଙ୍କୁ ଆର୍ଥିକ ଦିଗରେ ସାହାଯ୍ୟ କରି ପାରିବ । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *