ମହାଦେବଙ୍କ ଶକ୍ତି ଆଗରେ ଏଠି ବିଜ୍ଞାନ ବି ଫେଲ, ଦିନକୁ ତିନିଥର ରଙ୍ଗ ବଦଳାଇଥାଏ ଏହି ଅନନ୍ତ ଶିବଲିଙ୍ଗ, ଥରୁଟିଏ ଦେଖିନିଅନ୍ତୁ

ବେଦ ଓ ଶାସ୍ତ୍ରରେ ଭଗବାନ ଶିବଙ୍କୁ ଜଗଦଗୁରୁ କୁହାଯାଇଛି । ଶିବ ହିଁ ସର୍ବୋପରି ତଥା ସମ୍ପୂର୍ଣ୍ଣ ସୃଷ୍ଟିର ସ୍ୱାମୀ ଅଟନ୍ତି । ଭଗବାନ ଶିବ ଏକମାତ୍ର ଏମିତି ଭଗବାନ ଅଟନ୍ତି ଯିଏ କାଶ୍ମୀର ଠାରୁ ନେଇ କନ୍ୟାକୁମାରୀ ଓ ଗୁଜୁରାଟ ଠାରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ସମାନ ରୂପରେ ପୂଜା ପାଇଥାନ୍ତି । ଆଜି ଆମେ ଆପଣଙ୍କୁ ଭଗବାନ ଶିବଙ୍କ ଏମିତି ଏକ ଚମତ୍କାରୀ ଶିବଲିଙ୍ଗ ବିଷୟର କହିବାକୁ ଯାଉଛୁ ଯିଏ ଦିନକୁ ତିନି ଥର ନିଜର ରଙ୍ଗ ବଦଳାଇ ଥାଏ ।

ରାଜସ୍ଥାନର ଧୌଲପୁର ଜିଲ୍ଲାରେ ଅଛି ଏହି ଅଚଲେଶ୍ୱର ମହାଦେବ ମନ୍ଦିର । ଧୌଲପୁର ଜିଲ୍ଲା ରାଜସ୍ଥାନ ଓ ମଧ୍ୟ ପ୍ରଦେଶର ସୀମାରେ ଅବସ୍ଥିତ । ଏହି ଅଞ୍ଚଳ ଚମ୍ବଲର ଆବଡା ଖାବଡା ଭୂମି ପାଇଁ ବି ପ୍ରସିଦ୍ଧ ଅଟେ । କେବେ ଏଠି ବାଗୀ ଓ ଡାକୁମାନଙ୍କ ରାଜ ଚାଲୁଥିଲା । ଏହି ଆବଡା ଖାବଡା ଭୂମିରେ ଅବସ୍ଥିତ ଅଟେ ଭଗବାନ ଅଚଲେଶ୍ୱର ମହାଦେବଙ୍କ ମନ୍ଦିର । ଏହି ମନ୍ଦିରର ସବୁଠୁ ବଡ ଖାସ କଥା ଏହା ଅଟେ କି ଏଠାରେ ସ୍ଥିତ ଶିବଲିଙ୍ଗ ଦିନକୁ ତିନି ଥର ନିଜର ରଙ୍ଗ ବଦଳାଇଥାଏ ।

ସକାଳ ସମୟରେ ଏହାର ରଙ୍ଗ ନାଲି ରହିଥାଏ ତ ଦ୍ଵିପ୍ରହରକୁ କେଶରିଆ ଓ ରାତିକୁ ଏହି ଚମତ୍କାରି ଶିବଲିଙ୍ଗ ଶ୍ୟାମ ରଙ୍ଗ ହୋଇଯାଏ । ଏହି ଶିବଲିଙ୍ଗ ବିଷୟରେ ଅନ୍ୟ ଏକ କଥା ବି ପ୍ରସିଦ୍ଧ ଏହା ଅଟେ କି ଶିବଲିଙ୍ଗର ଅନ୍ତ ଆଜି ପର୍ଯ୍ୟନ୍ତ କେହି ବି ଖୋଜି ପାରି ନାହାନ୍ତି । ଆଖପାଖର ଲୋକମାନେ କୁହନ୍ତି କି ବହୁତ ବର୍ଷ ପୂର୍ବେ ଏହି ଶିବଲିଙ୍ଗର ରଙ୍ଗ ବଦଳିବାର ଘଟଣା ବିଷୟରେ ଜାଣିବା ପାଇଁ ଏଠାରେ ଖୋଳା ଯାଇ ଥିଲା ।

ସେତେବେଳେ ଏହା ଜଣା ପଡିଲା କି ଏହି ଶିବଲିଙ୍ଗର କୌଣସି ଅନ୍ତ ବି ନାହିଁ । ବହୁତ ଖୋଳିବା ପରେ ଏହି ଶିବଲିଙ୍ଗର ଅନ୍ତ ବି ହେଲା ନାହିଁ । ସେହି ସମୟରୁ ଏହି ଶିବଲିଙ୍ଗର ମହିମା ଆହୁରି ବି ବଢି ଯାଇଛି । ଶିବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ରହିଥାଉ ଓ ଆପଣଙ୍କ ପରିବାରରେ ସମସ୍ତଙ୍କ ଶରୀର ସୁସ୍ଥ ରହୁ । ଲେଖାଟି ଭଲ ଲାଗିଥାଏ ଯେବେ ସେଆର ଟିଏ କରିଦେବେ। ଆଗକୁ ଆମେ ଯେମିତି ଆପଣଙ୍କ ପାଖରେ ଏହିପରି ଆର୍ଟିକୀଲ ପହଞ୍ଚାଇ ପାରିବୁ ସେଥିପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *