ଦୂରଦର୍ଶନ ରେ ପ୍ରସାରିତ ହେଉଥିବା ରାମାୟଣ ସିରିୟଲ ପାଇଁ କଳାକାର ମାନଙ୍କୁ କିପରି ଭାବେ ବଛାଯାଇ ଥିଲା ଏବଂ ସେମାନଙ୍କୁ ଦିଆଯାଇ ଥିବା ନିଜର ଚରିତ୍ରକୁ ସେମାନେ କିପରି ଭାବେ ତୁଲାଇ ଥିଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପୌରାଣିକ ଧାରାବାହିକ ଟି ବହୁତ ଲୋକପ୍ରିୟତା ହାସଲ କରିଛି । ସୁଗ୍ରୀବଙ୍କ ଚରିତ୍ରରେ ଅଭିନୟ କରୁଥିବା ଶ୍ୟାମ ସୁନ୍ଦର କଲାନୀ ବହୁତ ଦିନ ଧରି କ୍ୟାନ୍ସର ସହିତ ଯୁଦ୍ଧ କରିବା ପରେ ତାଙ୍କର ମୃତ୍ୟୁ ହୋଇଛି ।
ଶ୍ୟାମ ସୁନ୍ଦର ଙ୍କ ବ୍ୟତିତ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଥିବା ୮ଜଣ କଳାକାରଙ୍କର ମଧ୍ୟ ମୃତ୍ୟୁ ହୋଇ ସାରିଛି । ଏହି ୮ ଜଣଙ୍କ ବିନା ରାମାୟଣ ଅଧୁରା ବୋଲି କୁହାଯାଏ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।
ରାମାୟଣର ବିଭୀଷଣ
୧୫ ନଭେମ୍ବର ୨୦୧୬ ରେ ଟ୍ରେନ ଦୁର୍ଘଟଣାରେ ରାମାୟଣ ରେ ବିଭୀଷଣ ଚରିତ୍ରରେ ଅଭିନୟ କରୁଥିବା ମୁକେଶ ରାୱଲ ଙ୍କର ମୃତ୍ୟୁ ହୋଇଥିଲା । ସେ ହିନ୍ଦୀ ଏବଂ ଗୁଜୁରାଟି ଫିଲ୍ମରେ ବି ଅଭିନୟ କରିଥିଲେ ।
ରାମାୟଣ ର ମନ୍ଥରା
ରାମାୟଣରେ ମନ୍ଥରା ଚରିତ୍ରରେ ଅଭିନୟ କରୁଥିବା ଲୋକପ୍ରିୟ ଅଭିନେତ୍ରୀ ଲଳିତା ପୱାରଙ୍କର ୨୪ ଫେବୃୟାରୀ ୧୯୯୮ରେ ମୃତ୍ୟୁ ହୋଇଥିଲା ।
ରାମାୟଣ ର ମେଘନାଦ
ରାମାୟଣର ମେଘନାଥଙ୍କର ୨ ଫେବୃୟାରୀ ୨୦୦୭ରେ ମୃତ୍ୟୁ ହୋଇ ସାରିଛି ଓ ସେ ହିନ୍ଦୀ ଟିଭି ସୋ ଓ ଫିଲ୍ମରେ ବି ଅଭିନୟ କରିଥିଲେ ।
ରାମାୟଣର ରାଜା ଜନକ
ରାମାୟଣ ର ଜନକ ବା ସୀତାଙ୍କ ପିତାଙ୍କ ଚରିତ୍ରରେ ଅଭିନୟ କରୁଥିବା ମୂଳରାଜ ରାଜଦା ଅଭିନୟ କରିବା ସହିତ ଲେଖକ ଓ ନିର୍ଦେଶକ ଥିଲେ । ୨୩ ସେପ୍ଟେମ୍ବର ୨୦୧୨ ରେ ତାଙ୍କର ମୃତ୍ୟୁ ହୋଇଥିଲା ।
ରାମାୟଣର କୌଶଲ୍ୟା
ମରାଠୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଜୟଶ୍ରୀ ଙ୍କର ୨୯ ଅଗଷ୍ଟ ୨୦୦୮ରେ ମୃତ୍ୟୁ ହୋଇଥିଲା ଯିଏ କି ରାମାୟଣରେ କୌଶଲ୍ୟା ଙ୍କ ଚରିତ୍ରରେ ଅଭିନୟ କରିଥିଲେ ।
ରାମାୟଣ ର ହନୁମାନ
୧୨ ଜୁଲାଇ ୨୦୧୨ରେ ହନୁମାନ ଚରିତ୍ର କରୁଥିବା ଦାରା ସିଂହଙ୍କର ମୃତ୍ୟୁ ହୋଇଥିଲା ଏବଂ ସେ ୬୦ ବର୍ଷରେ ହନୁମାନଙ୍କ ଚରିତ୍ରରେ ଅଭିନୟ କରୁଥିଲେ ।
ରାମାୟଣର ଭରତ
ଲିଭର ଖରାପ ହୋଇ ଯିବା କାରଣରୁ ରାମାୟଣରେ ଭରତ ଚରିତ୍ର କରୁଥିବା ସଞ୍ଜୟ ଜୋଗ ଙ୍କର ମୃତ୍ୟୁ ହୋଇଥିଲା ଏବଂ ସେ ୫୦ ରୁ ଅଧିକ ଫିଲ୍ମ କରିଥିଲେ ।
ରାମାୟଣ ର ମହାରାଣୀ ସୁନେନା
ହିନ୍ଦୀ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ ଯିଏ କି ରାମାୟଣରେ ମହାରାଣୀ ସୁନେନା ଙ୍କ ଭୂମିକାରେ ଅଭିନୟ କରିଥିଲେ ତାଙ୍କର ମୃତ୍ୟୁ ୨୨ ଫେବୃୟାରୀ ୧୯୯୭ରେ ହୋଇ ସାରିଛି । ଏମିତି ଅନେକ ତଥ୍ୟ ଆମେ ଆପଣଙ୍କ ପାଇଁ ନେଇ ଆସିବୁ, ସେଥିପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।