ପ୍ରକୃତି ନିଜେ ହିଁ ନିଜକୁ ପରିଷ୍କାର କରୁଛି, ହରିଦ୍ଵାରରେ ଗଙ୍ଗାର ପାଣି ହେଲା ଏତେ ସଫା କି ଲୋକମାନେ ଦେଖି ଆଶ୍ଚର୍ଯ୍ୟ

କରୋନାର ଭୟାଭୟ ପରିସ୍ଥିତିକୁ ଦେଖି ସମସ୍ତ ସ୍କୁଲ, କଲେଜ, ବିଶ୍ଵ ବିଦ୍ୟାଳୟ, ମନ୍ଦିର, ମସ୍ଜିଦ, ଇତ୍ୟାଦି ଯେଉଁ ସ୍ଥାନରେ ଲୋକମାନଙ୍କ ଭିଡ ଅଧିକ ନଜର ଆସିଥାଏ ସେହି ସମସ୍ତ ସ୍ଥାନକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି । ଏହା ସହିତ ପୁରା ଦେଶରେ ବି ଲକଡାଉନ ଜାରି ଅଛି । ଏମିତିରେ ସମସ୍ତଙ୍କୁ ଘରେ ରହିବା ପାଇଁ ଉପଦେଶ ଦିଆ ଯାଉଛି । ଏହା ଦ୍ଵାରା ଆମକୁ କିଛି ଅସୁବିଧାର ତ ସମ୍ମୁଖୀନ ହେବାକୁ ପଡୁଛି କିନ୍ତୁ ଏହା ସହିତ ଆମର କିଛି ଭଲ ମଧ୍ୟ ହେଉଛି ।

କହିବାକୁ ଗଲେ ଏହା ମଧ୍ୟରେ ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ପ୍ରକୃତି ନିଜେ ହିଁ ନିଜକୁ ପରିଷ୍କାର କରୁଛି । ବର୍ତ୍ତମାନ ଦିନରେ ହରିଦ୍ୱାରରେ ଗଙ୍ଗା ନଦୀର ପାଣି ଏକଦମ ସଫା ହୋଇ ଯାଇଛି । ଏତେ ସଫା କି ନଦୀ ତଳେ ଥିବା ଭୂମି ପୁରା ପରିଷ୍କାର ନଜର ଆସୁଛି । ଲକଡାଉନ ଲାଗୁ ହେବା ପରେ ରାସ୍ତା ଉପରେ ଗାଡି, ମାର୍କେଟ, ଟୂରିସ୍ଟ ପ୍ଲେସ, ଟ୍ରେନ, ବିମାନ ବନ୍ଦର ଇତ୍ୟାଦି ସବୁ ବନ୍ଦ ଅଛି ଓ ଲୋକମାନେ ଘରେ ଅଛନ୍ତି ।

Google

ବ୍ୟବସାୟିକ ଓ ସାଧାରଣ ଗତିବିଧି ବି ବନ୍ଦ ଅଛି । ଏହା ଦ୍ଵାରା ପୁରା ପରିବେଶ ସହ ଗଙ୍ଗା ପାଣି ଆହୁରି ବି ପରିଷ୍କାର ହୋଇ ଯାଇଛି । କାରଣ ଲୋକମାନେ ଘରେ ରହୁଛନ୍ତି ଓ ବାହାରକୁ ବାହାରି ପାରୁ ନାହାନ୍ତି ଓ କୌଣସି ପ୍ରକାରର ଆବର୍ଜନା ବି ଏଠି ସେଠି ପଡୁ ନାହିଁ । ଯାହା ଦ୍ଵାରା କେବଳ ନଦୀ ନୁହେଁ ରାସ୍ତା ଘାଟ ବି ପ୍ରାୟତଃ ପରିଷ୍କାର ଅଛି ଓ ଗାଡି ମଟର ନ ଚାଲିବା ଦ୍ଵାରା ଆମର ପରିବେଶ ୫୦ ପ୍ରତିଶତ ପ୍ରଦୂଷଣ ମୁକ୍ତ ବି ହୋଇଯାଇଛି ।

Google

ଏକ୍ସପର୍ଟ୍ସଙ୍କ ଅନୁସାରେ ଲକଡାଉନ ସମୟରେ ଗଙ୍ଗା ପାଣିରେ ୪୦ ରୁ ୫୦ % ସୁଧାର ଆସି ଯାଇଛି । ଏହା ଏଥିପାଇଁ କାରଣ ଲୋକମାନେ ଘରେ ରହୁଛନ୍ତି ଯାହା ଦ୍ଵାରା ସେମାନେ କୌଣସି ପ୍ରକାରର ଆବର୍ଜନା କିମ୍ବା ଅନ୍ୟାନ୍ୟ କାମ ଇତ୍ୟାଦି ଏହି ନଦୀ ପାଣିରେ କରୁ ନାହାନ୍ତି । ଯାହା ଦ୍ଵାରା ଗଙ୍ଗା ନଦୀ ନିଜେ ହିଁ ପରିଷ୍କାର ହୋଇ ଯାଉଛି । କହିବାକୁ ଗଲେ ନଦୀକୁ ପରିଷ୍କାର କରିବା ପାଇଁ ବହୁତ ବର୍ଷ ହେବ ଚେଷ୍ଟା କରା ଯାଉଛି ।

Google

ଏଥିପାଇଁ କେତେକ ପ୍ରକାରର ଯୋଜନା ବି କରାଯାଇଛି ଓ କୋଟି କୋଟି ଟଙ୍କା ଖର୍ଚ ବି ହୋଇସାରିଛି । କିନ୍ତୁ ଏହିଭଳି ଫଳାଫଳ ଆଜି ପର୍ଯ୍ୟନ୍ତ କେବେ ବି ମିଳି ନାହିଁ । ଯାହା ଲକଡାଉନ ସମୟରେ ସାମ୍ନାକୁ ଆସିଛି । କହିଦେଉଛୁ କି ସଂକ୍ରମଣକୁ ଦେଖି ଜିଲ୍ଲା ଅଧିକାରୀ ସୀ. ରବିଶଂକର ବିଗତ ୨୦ ମାର୍ଚ୍ଚରୁ ହରିଦ୍ଵାରରେ ଐତିହାସିକ ଗଙ୍ଗାର ଆରତୀରେ ସାଧାରଣ ଲୋକମାନଙ୍କ ଏଣ୍ଟ୍ରି ବନ୍ଦ କରି ଦେଇଛନ୍ତି । ଏଥିପାଇଁ ସେ ଆରତୀର ଲାଇଭ ପ୍ରସାରଣ କରୁଛନ୍ତି । ଦେଶ ଦୁନିଆର ଖବର ସହିତ ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *