‘ସୁଭଦ୍ରାକୁ ନିଜ ଭଉଣୀ କରିନେଲେ ସିରିଏଲ ‘ଝିଅ ଆମର ନୂଆବୋହୂ’ ଅଭିନେତ୍ରୀ ଉମା, କହିଲେ ‘ଆଜି ଠୁ ସେ ମୋ ଭଉଣୀ, ମୁଁ ତାକୁ ସବୁବେଳେ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବାଲେଶ୍ୱର ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ସୁଭଦ୍ରା ପଣ୍ଡାଙ୍କୁ ନେଇ ଆଜି ସାରା ଓଡ଼ିଶାରେ ଚର୍ଚ୍ଚା । ବାପା-ମା’ ଛେଉଣ୍ଡ ସୁଭଦ୍ରାଙ୍କ ଆଜି ଜୀବନ ସହିତ ସଂଘର୍ଷ କରୁଛନ୍ତି । ଜଣେ ବ୍ୟକ୍ତି ସୁଭଦ୍ରାଙ୍କୁ ଆଣି ଲାଳନପାଳନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବାପାଙ୍କ ମୃତ୍ୟୁ ପରେ ସୁଭଦ୍ରା ତାଙ୍କର ରୋଗିଣା ମା’ ସହିତ ଦୁଃଖ କଷ୍ଟରେ ଜୀବନ ବିତାଇଥିଲେ । ଛୁଇଁଲେ ଅଶୁଭ ହେବ ବୋଲି ତାଙ୍କୁ ପାଖ ସାଇ ପଡ଼ିଶା କେହି ଛୁଇଁ ନଥିଲେ ।

ତେବେ ଜାତିରେ କଣ୍ଡରା ହୋଇଥିବାରୁ ସୁଭଦ୍ରାଙ୍କୁ କେହି ପାଖରେ ବସାନ୍ତି ନାହିଁ । ମାଆ ପାଉଥିବା ୫ ଶହ ଟଙ୍କା ଭତ୍ତାରେ ଦୁହେଁ ଓଳିଏ ଖାଇ ଓଳିଏ ଉପାସ ରହୁଥିଲେ । ଘର ଭାଙ୍ଗିରୁଜି ଯାଇଥିଲେ ହେଁ ମରାମତି କରିବାକୁ ପାଖରେ ପଇସାଟିଏ ନାହିଁ । ତେଣୁ ନିଜର ଦୁଃଖ ଦୂର କରିବା ପାଇଁ ସୁଭଦ୍ରା ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଅଫିସରୁ ସୁଭଦ୍ରାଙ୍କ ପାଖକୁ ଫୋନ୍ ଆସିଥିଲା ।

ଏଥି ସହିତ ବିଭିନ୍ନ ସହୃଦୟ ବ୍ୟକ୍ତି, ସ୍ୱେଚ୍ଛାସେବୀ ସଂଗଠନ ସୁଭଦ୍ରାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି । ଏବେ ସୁଭଦ୍ରାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ଜଣେ ଅଭିନେତ୍ରୀ । ସେ ହେଉଛନ୍ତି ତରଙ୍ଗ ଟିଭିର ସିରିୟଲ ଅଭିନେତ୍ରୀ ଉମା । ସୁଭଦ୍ରାଙ୍କ ଦୁଃଖକୁ ସହ୍ୟ କରି ପାରି ନାହାନ୍ତି ଉମା । ତେଣୁ ଉମା ସୁଭଦ୍ରାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିବା ସହ ତା’ର ଲାଳନ ପାଳନ ଦାୟିତ୍ୱ ନେଇଛନ୍ତି ।

ଦେଢ଼ବର୍ଷ ତଳେ ଉମାଙ୍କର ଜଣେ ଭଉଣୀ ଆରପାରିକୁ ଚାଲି ଯାଇଥିଲେ । ତେଣୁ ସୁଭଦ୍ରାଙ୍କ ଦୁଃଖ କାହାଣୀ ଶୁଣିବା ପରେ ଉମାଙ୍କୁ ବହୁତ କଷ୍ଟ ଲାଗିଥିଲା । ସୁଭଦ୍ରାଙ୍କର ପାଠପଢ଼ା ଦାୟିତ୍ୱ ବହନ କରିବା ସହ ଭଉଣୀର ପରିଚୟ ପ୍ରଦାନ କରିବେ ବୋଲି ଉମା ପ୍ରତିଶ୍ରୁତି ଦେଇଛନ୍ତି । ଉମାଙ୍କ ପ୍ରକୃତ ନାମ ସୋନାକ୍ଷୀ ସାହୁ ହୋଇଥିବା ବେଳେ ସେ ‘ଝିଅ ଆମର ନୂଆ ବୋହୂ’ ସିରିୟଲରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଛନ୍ତି ।

ଉମା ବା ସୋନାକ୍ଷୀ ଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଆମର ଆଶା । ତେବେ ଅଭିନେତ୍ରୀ ସୋନାକ୍ଷୀ ସାହୁ କହିଛନ୍ତି ଯେ ଯଦି ସେ ଆଜି ସୁଭଦ୍ରା ଙ୍କ ପାଖରେ ପହଂଚି ପାରିଛନ୍ତି । ସୁଭଦ୍ରାଙ୍କ କାହାଣୀ ଯେତେବେଳେ ସେ ଶୁଣିଥିଲେ ସେତେବେଳେ ତାଙ୍କୁ ବହୁତ କଷ୍ଟ ଅନୁଭବ ହୋଇଥିଲା । କାରଣ ତାଙ୍କର ଗୋଟିଏ ଦେଢ଼ ବର୍ଷ ର ଭଉଣୀ ଥିଲା । କିନ୍ତୁ ତାଙ୍କର ପରଲୋକ ହୋଇ ଯାଇଛି ।

ଏହା ସହିତ ସେ କହିଛନ୍ତି ଯେ, ସେ କୌଣସି ପ୍ରକାର ଆର୍ଥିକ ସହାୟତା କରିବା ନିମନ୍ତେ ସୁଭଦ୍ରାଙ୍କ ପାଖକୁ ଆସି ନାହାନ୍ତି ବରଂ ତାଙ୍କର ଆସିବାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ସେ ଯଦିଓ ବେଶୀ କିଛି ଆର୍ଥିକ ସହାୟତା ସୁଭଦ୍ରା ଙ୍କୁ ଦେଇ ପାରିବେ ନାହିଁ । କିନ୍ତୁ ତାଙ୍କୁ ନିଜର ପରିଚୟ ଏବଂ ପରିବାର ର ସଦସ୍ୟ ରୂପରେ ଗ୍ରହଣ କରିବାକୁ ଚାହୁଁଛନ୍ତି ।

ସେ ସୁଭଦ୍ରା ଓ ତାଙ୍କ ମାଆ ଙ୍କୁ ନିଜ ସାଙ୍ଗ ରେ ନେବାକୁ ଚାହୁଁଛନ୍ତି ଏବଂ ସୁଭଦ୍ରାଙ୍କ ପାଠପଢ଼ା ରୁ ନେଇ ସମସ୍ତ ଖର୍ଚ୍ଚ ସେ ନିଜ ପରିବାର ସଦସ୍ୟ ଭଳି କରିବେ ବୋଲି ପ୍ରତିଶ୍ରୁତି ଦେଇ ପ୍ରଶାସନ ତରଫରୁ ଅନୁମତି ମାଗିଛନ୍ତି । ସଂକ୍ଷିପ୍ତ ରେ ଯଦି କହିବା ତେବେ ସୋନାକ୍ଷୀ ସୁଭଦ୍ରା ଙ୍କୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ଦେବାକୁ ଚାହୁଁଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *