ବ୍ୟକ୍ତିଙ୍କ ପେଟରେ ଷ୍ଟିଲ ଗ୍ଲାସ, କିନ୍ତୁ ଏହା ପେଟକୁ ଗଲା କିପରି ? ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ତେବେ ଆପଣ ମାନେ ବର୍ତ୍ତମାନ ସମୟରେ ଅନେକ ପ୍ରକାର ଏଭଳି ନ୍ୟୁଜ ଶୁଣୁଥିବେ ଯାହା ସହଜ ରେ ବିଶ୍ୱାସ କରି ହେବ ନାହିଁ । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ଏଭଳି ଘଟଣାକୁ ସହଜରେ ବିଶ୍ଵାସ କରିବା କଷ୍ଟକର । ସେହିଭଳି ଏକ ଅବିଶ୍ଵସନିୟ ଘଟଣା ବର୍ତ୍ତମାନ ସାମ୍ନା କୁ ଆସିଛି । ଯେଉଁ ବିଷୟ ରେ ଜାଣିଲେ ଆପଣ ମାନଙ୍କ ହୋସ ଉଡ଼ିଯିବ ।

ଉକ୍ତ ଘଟଣା ଟି ଘଟିଛି ଗଞ୍ଜାମ ଜିଲ୍ଲା ରେ । ଜଣେ ବ୍ୟକ୍ତି ଙ୍କ ପେଟ ଭିତରୁ ବାହାରିଛି ଷ୍ଟିଲ ର ଗ୍ଲାସ । ତେବେ ଉକ୍ତ ଘଟଣା ର ସମ୍ପୂର୍ଣ୍ଣ ବାସ୍ତବତା କଣ ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା । ତେବେ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପେଟ ଭିତରୁ ବାହାରିବା ଷ୍ଟିଲ ଗ୍ଲାସ । ଗଞ୍ଜାମ ଜିଲ୍ଲା ର ଭୁଗୁଡ଼ା ବ୍ଲକ ବାଲିକୁଦ ଅଞ୍ଚଳର ଜଣେ ବ୍ୟକ୍ତି ଙ୍କ କ୍ଷେତ୍ରରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ।

ପେଟରେ ଭୀଷଣ ଯନ୍ତ୍ରଣା ପରେ ବ୍ରହ୍ମପୁର ହସ୍ପିଟାଲ ରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟ ଭିତରୁ ଗ୍ଲାସ କଢ଼ା ଯାଇଛି । ବ୍ୟକ୍ତି ଜଣକ ଗୁଜୁରାଟ ର ସୁରଟ କୁ ଯାଇ ସେଠାରେ ସୂତାକଳ ରେ କାମ କରୁଥିଲେ । ପ୍ରାୟ ୧୦ ଦିନ ପୂର୍ବରୁ ସେ ନିଜ ସାଙ୍ଗ ମାନଙ୍କ ସହିତ ମ-ଦ୍ୟ-ପା-ନ କରୁଥିବା ସମୟରେ ସେମାନେ ମ-ଦ୍ୟ-ପା-ନ କରି ତାଙ୍କ ମଳଦ୍ୱାର ରେ ଷ୍ଟିଲ ର ଗଲା କୁ ଭର୍ତ୍ତି କରି ଦେଇଥିଲେ । 

ଯନ୍ତ୍ରଣା ଅସହ୍ୟ ହେବାରୁ ସେ ସୁରଟ ଛାଡ଼ି ନିଜ ଗାଁ କୁ ଫେରି ଆସିଥିଲେ । ପରେ ତାଙ୍କର ପେଟ ଏବଂ ଗୋଡ଼ ଭୀଷଣ ମାତ୍ରାରେ ଫୁଲିବାରେ ଲାଗିଥିଲା । ପୀଡ଼ା ଅସହ୍ୟ ହେବା ପରେ ସେ ଡାକ୍ତର ଙ୍କ ସହିତ ପରାମର୍ଶ କରିଥିଲେ ଏବଂ ସମ୍ପୂର୍ଣ୍ଣ ଘଟଣା ସମ୍ବନ୍ଧରେ କହିଥିଲେ ।

ଏକ୍ସରେ ପରେ ଡାକ୍ତରୀ ଟିମ୍ ଦ୍ଵାରା ଅସ୍ତ୍ରୋପଚାର କରି ଉକ୍ତ ବ୍ୟକ୍ତି ଙ୍କ ପେଟ ଭିତରୁ ଷ୍ଟିଲ ଗ୍ଲାସ ଟି କୁ ବାହାର କରାଯାଇଛି । ଅପରେସନ ପରେ ବ୍ୟକ୍ତି ଜଣକ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବାର ଜଣା ପଡ଼ିଛି । ତେବେ ଆପଣ ମାନେ ଉକ୍ତ ଘଟଣା ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *