ମାଗଣା ବେଳ ସରିଲା ! UPI Payment କରୁଥିଲେ ଆପଣଙ୍କୁ ଲାଗିପାରେ ଶକ୍ତ ଝଟକା…

ବନ୍ଧୁଗଣ ବର୍ତ୍ତମାନ ୟୁପିଆଇ ୟୁଜର ମାନଙ୍କ ପାଇଁ ଗୋଟିଏ ଖରାପ ଖବର ଆସୁଛି । ଏଣିକି ଡିଜିଟାଲ ପେମେଣ୍ଟ ସିଷ୍ଟମ ବା ୟୁପିଆଇ ରେ ଟଙ୍କା ଟ୍ରାନ୍ସଫର ମହଙ୍ଗା ହେବ । ସେହିପରି କୌଣସି ଜିନିଷ କିଣିବା ପରେ ଆପଣ ୟୁପିଆଇ ପେମେଣ୍ଟ କରିଦେଉ ଥିଲେ । ଏବେ ଉପଭୋକ୍ତା ଚାର୍ଜ ଦେବେ । ଭାରତ ରିଜର୍ଭ ବ୍ୟାଙ୍କ ୟୁପିଆଇ ଉପରେ ଚାର୍ଜ ଲଗାଇବାକୁ ନେଇ ଚିନ୍ତା କରୁଛନ୍ତି । ଏହି ଦିଗରେ ନୂତନ ନିୟମ ଆଣିପାରେ ଆରବିଆଇ ।

ଏଥିପାଇଁ ଜନ ସାଧାରଣ ଙ୍କ ମତାମତ ଆହ୍ୱାନ କରିଛି ଅକ୍ଟୋବର ୩ ତାରିଖ ସୁଦ୍ଧା ଏହି ସମ୍ପର୍କ ରେ ମତାମତ ଦେଇ ପାରିବେ ଏବଂ ଆଇ ଏମ୍ ପି ଏସ, ଆର ଟି ଜି ଏସ୍, ୟୁପିଆଇ ଏବଂ ବିଭିନ୍ନ ପେମେଣ୍ଟ ସିଷ୍ଟମ ରେ ଆଦାୟ ହେବାକୁ ଥିବା ଚାର୍ଜ ରେ କିଭଳି ସ୍ଵଛତା ଅଣାଯିବ ସେହି ସମ୍ପର୍କ ରେ ମତାମତ ମାଗିଛି ଆର ବି ଆଇ । ସେହିପରି ଆର ବି ଆଇ ଡେବୀଟ କାର୍ଡ, କ୍ରେଡିଟ କାର୍ଡ, ପ୍ରିପେଡ ପେମେଣ୍ଟ ଉପରେ ମଧ୍ୟ ଛାର ଲଗାଇବା ଉପରେ ଜନ ସାଧାରଣ ଙ୍କ ଫିଡ଼ବ୍ୟାକ୍ ମାଗିଛି ।

ୟୁପିଆଇ ରୁ ଜଣେ ଉପଭୋକ୍ତା ଗୋଟିଏ ଚୁଟକି ରେ ଟଙ୍କା ଟ୍ରାନ୍ସଫର କରିପାରୁଛନ୍ତି । ଏଥିପାଇଁ ଉପଭୋକ୍ତା ଙ୍କୁ କୌଣସି ବ୍ୟୟ ଦେବାକୁ ପଡୁ ନାହିଁ । ତେବେ ସବୁଠାରୁ ଅଧିକ ଡିଜିଟାଲ ପେମେଣ୍ଟ କରୁଥିବା ଦେଶ ତାଲିକା ରେ ସାମିଲ ହୋଇଯାଇଛି ଭାରତ । ତେବେ ଏହି ସମ୍ବନ୍ଧରେ ଅର୍ଥନୀତି ବିଶେଷଜ୍ଞ ତ୍ରିନାଥ ଲେଙ୍କା ନିଜର ମତାମତ ରଖି କହିଛନ୍ତି ଯେ, ଏହି ନୂତନ ନିୟମ ନିଶ୍ଚିତ ଭାବରେ ଉପଭୋକ୍ତା ଙ୍କୁ ବାଧିବ ।

କାରଣ ଏଥିରେ ଚାର୍ଜ ଅଧିକ ପଡ଼ିବ । ପୁର୍ବ ଏଥିରେ କୌଣସି ପ୍ରକାର ଏକ୍ସ୍ଟ୍ର ଚାର୍ଜେସ ନଥିଲା । କିନ୍ତୁ ଆରବିଆଇ କରିଥିବା ଏହି ନୂତନ ନିୟମ ଉପଭୋକ୍ତା ଙ୍କୁ ମହଙ୍ଗା ପଡିପାରେ । ଡେବୀଟ କାର୍ଡ ଓ କ୍ରେଡିଟ କାର୍ଡ ଉପରେ ମଧ୍ୟ ନିଶ୍ଚିତ ଭାବରେ ଭବିଷ୍ୟତ ରେ ଚାର୍ଜେସ ଲଗାଇ ପାରନ୍ତି । ତେବେ ଏହି ଡିଜିଟାଲ କ୍ଷେତ୍ରରେ ଲୋକ ମାନେ ପ୍ରଥମେ ସାମିଲ ହେବାକୁ ମନ ଉଣା କରିଥିଲେ ଆଉ ଯେତେବେଳେ ସାମିଲ ହେଲେ ସେତେବେଳେ ଚାର୍ଜେସ ଲାଗିବ ।

ଅର୍ଥାତ ମାଗଣା ର ଯେଉଁ ସମୟ ରହିଥିଲା ତାହା ସରିବା ସମୟ ଆସିଗଲା । ତେବେ ୟୁପିଆଇ ରେ ପେମେଣ୍ଟ କରିବା ବର୍ତ୍ତମାନ ଉପଭୋକ୍ତା ଙ୍କୁ ପଡ଼ିପାରେ ମହଙ୍ଗା । ଏହାକୁ ନେଇ ଲୋକମାନେ ମଧ୍ୟ ନିଜର ବିଭିନ୍ନ ମତାମତ ରଖିଛନ୍ତି । ଅଧିକାଂଶତଃ ଲୋକମାନେ ଏହି ନୂତନ ନିୟମ କୁ ବିରୋଧ କରିଛନ୍ତି । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର କଣ ମତାମତ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *