ନମସ୍କାର ବନ୍ଧୁଗଣ ତେବେ ଦେଶର ସବୁଠୁ ଅଧିକ ଜନସଂଖ୍ୟା ରାଜ୍ୟ, ଉତ୍ତର ପ୍ରଦେଶର ଲଗାତାର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ଯୋଗୀ ଆଦିତ୍ୟନାଥ । ଉତ୍ତରଖଣ୍ଡର ପୋଡୀ ଗାଡୱାଲ ଜିଲ୍ଲାର ପଞ୍ଚୁର ଗାଁରେ ୧୯୭୨ ମସିହା ଜୁନ ୫ରେ ଜନ୍ମ ନେଇଥିଲେ ଅଜୟ ବିଷ୍ଟ, ଆଜିର ଯୋଗୀ ଆଦିତ୍ୟନାଥ । ଯୋଗୀଙ୍କ ଠାରୁ ଛଅ ବର୍ଷ ସାନ ତାଙ୍କ ଭଉଣୀ ଶଶି । ଏକ ସାଧାରଣ ପରିବାରରେ ଭାଇ-ଭଉଣୀଙ୍କ ମଧ୍ୟରେ ଯେପରି ଭଲ ପାଇବା ଏବଂ ସମ୍ପର୍କ ରହିଥାଏ, ଠିକ୍ ସେହିପରି ଯୋଗୀ ଏବଂ ତାଙ୍କ ଭଉଣୀ ସମ୍ପର୍କ ।
ମାତ୍ର ୧୪ ବର୍ଷ ବୟସରେ ଯୋଗୀଙ୍କ ଭଉଣୀ ଶଶିଙ୍କ ବିବାହ ହୋଇଥିଲା । ଏପଟେ ଯୋଗୀ ଆଦିତ୍ୟନାଥ ନିଜକୁ ରାମ ମନ୍ଦିର ଆନ୍ଦୋଳନରେ ସାମିଲ କରିଥିଲେ । ଏଠି ମହନ୍ତ ଅବୈଦ୍ୟ ନାଥଙ୍କ ସହ ତାଙ୍କର ସମ୍ପର୍କ ବଢେ । ତାଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଗୁରୁଦୀକ୍ଷା ଗ୍ରହଣ କରି ତାଙ୍କ ଶିଷ୍ୟ ହେଲେ ଯୋଗୀ । ତେବେ ଅବୈଦ୍ୟନାଥ ଯୋଗୀଙ୍କୁ ଘର ଲୋକଙ୍କ ସହ କଥା ହୋଇ ଆସିବାକୁ କହିଥିଲେ ।
ଯୋଗୀ ଘରେ ପହଞ୍ଚି କହିଥିଲେ, ମୁଁ ଗୋରଖପୁରରେ ରହିବି । ଲୋକଙ୍କ ସେବା କରିବି । ପିତା ଆନନ୍ଦ ବିଷ୍ଟ ସିଂ ପୁଅର କଥାକୁ ଠିକରେ ବୁଝିପାରି ନଥିଲେ । କିନ୍ତୁ ରାଜି ହୋଇ ଯାଇଥିଲେ । ମାଆ ଭାବିଥିଲେ ପୁଅ ଚାକିରି କରିବାକୁ ଯାଉଛି । କିନ୍ତୁ କିଛି ଦିନ ପରେ ପୁଅ ସନ୍ୟାସୀ ହୋଇଥିବା ଜାଣି ଚିନ୍ତାରେ ପଡିଥିଲେ । ଗରିବ ଘରେ ବିବାହିତ ଶଶି ଶାଶୂଘରେ ନିଜର ସଂସାର ଆରମ୍ଭ କରିଥିଲେ ।
ଦିନେ ହଠାତ ଜାଣିବାକୁ ପାଇଥିଲେ ତାଙ୍କ ବଡ ଭାଇ ସାଧୁ ହୋଇଛନ୍ତି । ଦୀର୍ଘ ପରେ ଶିଶ ଜାଣିବାକୁ ପାଇଥିଲେ ଯେ ତାଙ୍କ ଭାଇ ଗୋରଖପୁର ପୀଠର ମହନ୍ତ ହୋଇଛନ୍ତି । ଚାଷ ଏବଂ ପଶୁ ପାଳି ପରିବାର ଚଳାଇବା ସମ୍ଭବ ନଥିଲା । ଶେଷରେ ଶଶି ନିଜ ସ୍ୱାମୀ ପୁରନ ସିଂ ପାୟଲଙ୍କ ସହ ମିଶି ଗାଁର ପ୍ରସିଦ୍ଧ ମାଆ ପାର୍ବତୀ ମନ୍ଦିର ନିକଟରେ ଫୁଲ ଏବଂ ପ୍ରସାଦର ଦୋକାନ ଖୋଲିଥିଲେ ।
ଶିଶଙ୍କ ଘରଠାରୁ ଏହା ପ୍ରାୟ ଅଢେଇ କିଲୋମିଟର ଦୂର । ମନ୍ଦିର ନିକଟରେ ଥିବା ପ୍ରାୟ ୭୦ ଦୋକାନ ମଧ୍ୟରୁ ଗୋଟିଏ ଯୋଗୀଙ୍କ ସାନ ଭଉଣୀଙ୍କର । ଶଶିଙ୍କ ତିନୋଟି ସନ୍ତାନ । ଦୁଇଟି ପୁଅ ଏବଂ ଗୋଟିଏ ଝିଅ । ତେବେ ୨୦୧୭ରେ ହଠାତ ଦିନେ ଶଶିଙ୍କ ଦୋକାନ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ଲାଇନ ଲାଗିଥିଲା । ଶଶି କିଛି ବୁଝିପାରୁ ନଥିଲେ । ଶଶିଙ୍କ ସ୍ୱାମୀ ପୁରନ କହିଥିଲେ, ଯୋଗୀ ୟୁପିର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସମସ୍ତେ ତାଙ୍କ ସାନ ଭଉଣୀଙ୍କୁ ଖୋଜିଖୋଜି ଏଠାରେ ପହଞ୍ଚିଛନ୍ତି ।
ଯୋଗୀ ଆଦିତ୍ୟନାଥ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ନିଜ ମୁଖ୍ୟମନ୍ତ୍ରୀ ଭାଇଙ୍କ ଠାରୁ କିଛି ସାହାଯ୍ୟର ଆଶା ରହିଛି କି ପ୍ରଶ୍ନର ଉତ୍ତର ଶଶି କହିଥିଲେ, ‘ମୁଁ ମୋ ଜୀବନରେ ଖୁସି ଅଛି । ମୋତେ କିଛି ଆବଶ୍ୟକ ନାହିଁ । ଭାଇ ଲୋକଙ୍କ ସେବା କରୁ ଏବଂ ଦିନେ ଦେଶର ପ୍ରଧାନମନ୍ତ୍ରୀ ହେଉ, ଏହା ହିଁ ମୋର କାମନା । ତେବେ ଏହି ସମୟରେ ଶଶି ନିଜ ଦୁଃଖ ବି କହିଥିଲେ । ଶଶି କହିଥିଲେ ୩୦ ବର୍ଷରୁ ତାଙ୍କୁ ରାକ୍ଷୀ ବାନ୍ଧିପାରି ନାହିଁ ।
ପ୍ରତିଥର ରାକ୍ଷୀ ପଠାଏ କିନ୍ତୁ କୌଣସି ଜବାବ ଆସେ ନାହିଁ । ସନ୍ୟାସୀ ଜୀବନ ଯୋଗୁଁ ବ୍ୟକ୍ତିଗତ ସମ୍ପର୍କରୁ ସେ ମୁକ୍ତ ହୋଇଯାଇଛନ୍ତି । ୨୦୧୭ରେ ନିର୍ବାଚନୀ ପ୍ରଚାର ସମୟରେ ସେ ଋଷିକେଶ, ୟମରେଶ୍ୱର ଏବଂ ରାୟବାଲା ଆସିଥିଲେ । ଏହି ସମୟରେ ନିଜ ଗାଁ ପଞ୍ଚୁରୀରେ ଆସିଥିଲେ । ଶେଷ ଥର ପାଇଁ ସେଠି ଭେଟ ହୋଇଥିଲା’ । ଶଶି କହିଥିଲେ, ସେ ଅଧିକ କଥା ହୁଅନ୍ତି ନାହିଁ । ବାସ ମୁରୁକି ହସି କେମିତି ଅଛି ପଚାରିଥିଲେ । ପିଲାମାନଙ୍କ ସମୟ ବିତାଇଥିଲେ ।
ସେ କହିଥିଲେ ପରିଶ୍ରମ କର, ରୋଜଗାର କରି ଚଳ । ଆମେ ମଧ୍ୟ ଏଥିରେ ବିଶ୍ୱାସ କରୁ । ତେବେ ସେ କହିଛନ୍ତି କି ମାଆ ନିଜ ପୁଅ ଅଜୟଙ୍କୁ ବହୁତ ଖୋଜୁଛନ୍ତି ଯଦି ସମ୍ଭବ ତେବେ ଥରୁ ଟିଏ ମାଆଙ୍କୁ ଦେଖା କରିବା ପାଇଁ ଆସନ୍ତୁ । ତେବେ ଆପଣ ଙ୍କୁ କଣ ଲାଗୁଛି ଆଦିତ୍ୟନାଥ ନିଜ ମାଆଙ୍କୁ ଭେଟିବା ପାଇଁ ଯିବେ ନା ନାହିଁ । ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।