ସମୁଦ୍ରରେ ସଂଘର୍ଷ କରୁଥିବା ଏହି ବୋଟଟିର ଭିଜୁଆଲ ଇଣ୍ଟରନେଟରେ ଖୁବ ଜୋରରେ ଭାଇରାଲ ହେଉଛି । ସମୁଦ୍ରର ଉତ୍ତାଳ ତରଙ୍ଗ ମଧ୍ୟରେ ଖୁବ ସଂଘର୍ଷ କରୁଛି ଏହି ବୋଟଟି । ଆଉ ଏତିକି ବେଳେ ହଠାତ ଘଟିଲା ଅଘଟଣ ଘଟିବାର ଦେଖିବାକୁ ମିଳୁଛି । ସମୁଦ୍ର ଲହରୀରେ ଡଙ୍ଗାଟି ସଂପୂର୍ଣ୍ଣ ଭାବେ ନଇଁ ପଡୁଛି । ଆଉ ଏହି ସମୟରେ ଯାହା ଘଟୁଛି ଦେଖିଲେ ଆପଣ ବି ଖୁବ ଡରିଯିବେ । ଡଙ୍ଗାଟି ଏକଦମ ନଇଁ ଯିବା ଫଳରେ ସେହି ନୌକାରେ ଥିବା ଜଣେ ଧୀବର ସମୁଦ୍ର ପାଣିକୁ ଖସି ପଡ଼ୁଛନ୍ତି ।
ଏହି ସମୟର ଭିଜୁଆଲ ଦେଖିଲେ ତାହା ଯେ କେତେ ଭୟଙ୍କର ଆପଣ ଅନୁଭବ କରିପାରିବେ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଲମ୍ ଜିଲ୍ଲାରେ । ପ୍ରବଳ ବର୍ଷା ଯୋଗୁଁ ସବୁ ଜଳାଶୟ ଗୁଡିକର ଜଳସ୍ତର ବଢିବା ସହ ମୁଦ୍ର ମଧ୍ୟ ଖୁବ ଅଶାନ୍ତ ରହିଛି । ତେବେ ସାହସ କରି ଡଙ୍ଗା ନେଇ ସମୁଦ୍ର ଭିତରକୁ ଏହି ଧୀବର ମାନେ ମାଛ ମାରିବାକୁ ଯାଇଥିଲେ । ଆଉ ଏହାରି ମଧ୍ୟରେ ଅଶାନ୍ତ ସମୁଦ୍ରର ଜଳରାଶି ମଧ୍ୟରେ ସେମାନନକ ନୌକାଟି ଫସି ଯାଇଥିଲା ।
ଲହରୀରେ ଉଠିବ ପଡିବା ସହ ଡଙ୍ଗାଟି ଏକଦମ ନଇଁ ପଡୁଥିଲା । କେତେବେଳେ ଯେ ସଂପୂର୍ଣ୍ଣ ଭାବେ ଡଙ୍ଗାଟି ଓଲଟି ନଯିବ ତାହା ବି କହିବା ମୁସ୍କିଲ । ଡଙ୍ଗାରେ ଯେତେବେଳେ ଲହରୀରେ ଏକଦମ ନଇଁ ପଡୁଛି ସେତେବେଳେ ଅନ୍ୟ ଧୀବର ମାନେ ଡଙ୍ଗାର ବିଭିନ୍ନ ଭାଗକୁ ଜୋରରେ ଜାବୁଡି ଧରି ରହିଛନ୍ତି । କିନ୍ତୁ ସେଥିରୁ ଜଣେ ଧୀବର ଛିଟିକି ପଡି ସମୁଦ୍ରର ଅତଳ ଜଳରାଶିରେ ଖସି ପଡ଼ୁଛନ୍ତି ।
କେରଳର କୋଲମ୍ ଜିଲ୍ଲା ନିନ୍ତକରା ଅଞ୍ଚଳରେ ଘଟିଛି ଏଭଳି ଏକ ବଡ ଅଘଟଣ । ସମୁଦ୍ରର ଅଶାନ୍ତ ଲହରୀ ଡଙ୍ଗାଟିକୁ ଏମିତି ଅନେଇ ଦେଉଛି ଯେ ସେଥିରୁ ଧୀବର ଜଣକ ଛିଟିକି ପାଣିରେ ପଡ଼ୁଛନ୍ତି । କେରଳର ଦୁଇଟି ସ୍ଥାନରେ ଗତକାଲି ଏଭଳି ସମାନ ଘଟଣା ଘଟିଛି ବୋଲି ଶୁଣିବାକୁ ମିଳୁଛି । ତେବେ ସୌଭାଗ୍ୟର କଥା ହେଉଛି ସମସ୍ତ ଚାରିଜଣ ଧୀବରଙ୍କୁ ଉଦ୍ଧାର କରାଯାଇଛି । ତିନିଜଣ ପହଁରି ପହଁରି କୁଳକୁ ଆସିଥିବା ବେଳେ ଆଉ ଜଣଙ୍କୁ ପଛରେ ଅସୁହିବା ଡଙ୍ଗାର ସାଥି ଧୀବରମାନେ ଉଦ୍ଧାର କରି ଆଣିଥିଲେ ।
ଇଣ୍ଟରନେଟରେ ଏହି ଭିଜୁଆଲ ଭାଇରାଲ ହେଉଥିବା ବେଳେ ସମୁଦ୍ର ଅଶାନ୍ତ ଥିବାବେଳେ ପାଣିପାଗ ବିଭାଗ କାହିଁକି ସମୁଦ୍ରକୁ ଯିବାକୁ ବାରଣ କରିଥାଏ, ତାହା ଆପଣ ଜାଣି ପାରୁଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।