“ମୁଁ ସୁନାମୁଣ୍ଡା ଟିଏ, ମୋତେ ଯିଏ ଫସେଇ ଥିଲେ ମୁଁ ତାଙ୍କୁ…” କ୍ଳିନଚିଟ୍ ମିଳିବା ପରେ ଏମିତି କହିଲେ Papu Pompom, ଦେଖନ୍ତୁ Video

ହାସ୍ୟ ଅଭିନେତା ପପୁ ପମପମ୍ ସାରା ଓଡିଶାରେ ଘରେ ଘରେ ବେଶ ସୁପରିଚିତ । ନିଜ ହାସ୍ୟ କଳାରେ ଲୋକଙ୍କୁ ଖୁବ ହସାନ୍ତି । କିନ୍ତୁ ଅନେକ ସମୟରେ କୌଣସି ନା କୌଣସି କାରଣକୁ ନେଇ ବିବାଦରେ ମଧ୍ୟ ଛନ୍ଦି ହୋଇଯାନ୍ତି । ସେହିପରି ୨୦୧୬ ମସିହାରେ ତାଙ୍କ ନାଁରେ କାଷ୍ଟିଂ କାଉଚକୁ ଅଭିଯୋଗ ଆସିଥିଲା । ସେହି ସମୟରେ ପପୁଙ୍କୁ ଅନେକ ସମସ୍ୟାର ସମୁଖୀନ ହେବାକୁ ପଡିଥିଲା । ଏହି ମାମଲାକୁ ନେଇ କୋର୍ଟରେ କେସ୍ ଚାଲିଥିବା ବେଳେ ବର୍ତ୍ତମାନ କାଷ୍ଟିଂକାଉଚ ମାମଲାରେ ପପୁଙ୍କୁ ମିଳିଛି କ୍ଳିନଚିଟ୍ ।

ଦୀର୍ଘ ୬ ବର୍ଷ ପରେ ପପୁ କ୍ଳିନଚିଟ୍ ପାଇଛନ୍ତି । ପପୁଙ୍କ ସହ ଆଉ ଜଣଙ୍କୁ ମଧ୍ୟ ଏହି ମାମଲାରେ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ଏନେଇ ପପୁ କହିଛନ୍ତି କି, ନ୍ୟାୟ ବ୍ୟବସ୍ଥା ଉପରେ ମୋର ବିଶ୍ବାସ ଥିଲା ଯେ ମୁଁ ଭୁଲ କରିନି ମାନେ ଦଣ୍ଡ ବି ପାଇବିନି । କିନ୍ତୁ ଏହାକୁ ନେଇ ସୋସିଆଲ ମିଡିଆରେ ବହୁତ ହୋହାଲ୍ଲା ହେଲା ଓ ରାଜନୈତିକ ଚାପ ମଧ୍ୟ ପଡିଲା । ଏହି ଘଟଣାରେ ସମସ୍ତେ ରାଲି ମଧ୍ୟ କଲେ ଯେଉଁଥି ପାଇଁ ମୋତେ ପାଖାପାଖି ୪୩ ଦିନ ଜେଲରେ ରହିବାକୁ ପଡିଲା ।

ଅକାରଣରେ ସେ ଯେଉଁ କଷ୍ଟ ଓ ଦୁଃଖ ପାଇଥିଲି ଆଜି ୬ ବର୍ଷ ପରେ ମୋର ବିଶ୍ବାସ ଥିଲା ଯାହା ସେଇଆ ହିଁ ହେଲା । ମାନ୍ୟବର ହାଇକୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବାରୁ ପପୁ ଖୁବ ଖୁସି ଅଛନ୍ତି । ଯେଉଁ ଝିଅମାନେ କାଷ୍ଟିଂ କାଉଚର ଶିକାର ହୋଇଥିବା କଥା ଉଠିଥିଲା ସେହି ଝିଅମାନେ ହିଁ କୌଣସି ଏତଲା ଦେଇ ନଥିବା କଥା କହିଥିଲେ ।

ପପୁ କହିଛନ୍ତି ମୁଁ ସୁନାମୁଣ୍ଡା ଟିଏ ଏଇଟା ମୋ କେସ୍ ନୁହେଁ । ମୋତେ ଯେମିତି ଏଥିରେ ଫସେଇ ଥିଲେ ସେମିତି ବାହାର କରିଦେଲେ । ଓଲିଉଡରେ କାଷ୍ଟିଂ କାଉଚ ହୁଏ କି ହୁଏନା ଏକଥା ମଧ୍ୟ ପପୁଙ୍କୁ ପଚରା ଯାଇଥିଲା । ଏନେଇ ପପୁ କହିଥିଲେ କି, ସବୁଠୁ ସବୁ ହୁଏ । କିନ୍ତୁ କିଛି ଲୋକ କରନ୍ତି ଓ ଆଉ କିଛି ଲୋକଙ୍କୁ ଫସେଇ ଦିଅନ୍ତି ।

ଚ୍ଯାନେଲକୁ ଏଥିପାଇଁ ଦୋଷ ଦେଇଥିଲେ ପପୁ । ତେବେ ଏତିକି ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହେବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *