ଭାଇ ଏକ ବଡ ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥାପି ଭଉଣୀ ବିକନ୍ତି ଚା’, ଏମିତି ସ୍ଵାଭିମାନ କୁ ଦେଶ କରିଥାଏ କୋଟି କୋଟି ପ୍ରଣାମ

ବନ୍ଧୁଗଣ ବର୍ତ୍ତମାନର ସମୟରେ ଯଦି କିଏ ରାଜନୀତିରେ ପାଦ ରଖିଥାଏ ତା ହେଲେ ସେହି ବ୍ୟକ୍ତିର ପରିବାର ଲୋକ ସମସ୍ତ ସୁଖ ସୁବିଧା ଭୋଗ କରିଥାଏ । ରାଜନୀତି ମଣିଷକୁ ଅଧିକ ସମ୍ମାନ ମିଳିବା ସହ ବ୍ୟକ୍ତି ନିଜ ପରିବାରର ସମସ୍ତ ଖୁସିକୁ ପୂରଣ କରିବାରେ ସକ୍ଷମ ହୋଇଥାଏ । ହେଲେ ବନ୍ଧୁଗଣ ଆମ ଭାରତରେ ଏପରି ମଧ୍ୟ କିଛି ନେତା ଅଛନ୍ତି ଯେଉଁ ମାନେ ସମାଜ ସେବା ଓ ଦେଶ ପ୍ରେମ ପାଇଁ ନିଜ ପରିବାରକୁ ତ୍ୟାଗ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିଷୟରେ କହିବାକୁ ଯାଉଛୁ ।

ଯୋଗୀ ଆଦିତ୍ୟନାଥ ଏକ ସାଧାରଣ ଜୀବନ ଅତିବାହିତ କରନ୍ତି ଓ ତାଙ୍କ ପରିବାର ମଧ୍ୟ ଏକ ସାଧାରଣ ଜୀବନ ବଞ୍ଚୁ ଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ବିଷୟରେ କହିବାକୁ ଯାଉଛୁ । ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଉତ୍ତରାଖଣ୍ଡରେ ଏକ ଚାହା ଦୋକାନ ଚଲାଉ ଛନ୍ତି । ଏହା ଶୁଣି ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ହେଲେ ଏହା ସତ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯୋଗୀ ଆଦିତ୍ୟନାଥଙ୍କ ଭଉଣୀଙ୍କ ନାମ ହେଉଛି ଶଶି ଦେବୀ । ଶଶି ଦେବୀ ତୀର୍ଥ ନଗର ଋଷିକେଶରେ ଏକ ଚାହା ଦୋକାନ ଚଲାଉ ଛନ୍ତି । ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କ ଭଉଣୀ ଚାହା ବିକି ଜୀବନ ଅତିବାହିତ କରନ୍ତି । ଆଦିତ୍ୟଙ୍କ ଭଉଣୀ ଶଶି ଦେବୀ ଆଜି ମଧ୍ୟ ପାହାଡୀ ଏରିଆରେ ରହୁଛନ୍ତି ଓ ସେ ନିଜ ଭାଇକୁ କେବଳ ଗୋଟିଏ କଥା କହିଛନ୍ତି ।


ଶଶି ଦେବୀଙ୍କ ମତରେ, ଆଦିତ୍ୟ ତାଙ୍କ ପାଇଁ କିଛି କରନ୍ତୁ କି ନକରନ୍ତୁ ହେଲେ ପାହାଡୀର ଜନତା ମାନଙ୍କ ପାଇଁ କିଛି ଭଲ କାମ ନିଶ୍ଚୟ କରନ୍ତୁ । ଶଶି ଦେବୀ ଋଷିକେଶରେ ଦୁଇଟି ଚାହା ଦୋକାନ ରଖିଛନ୍ତି । ବିବାହ ପରେ ଶଶି ଏକ ସାଧାରଣ ଜୀବନ ଅତିବାହିତ କରୁଛନ୍ତି । ଗୋଟେ ଦୋକାନ ତାଙ୍କର ନୀଳକଣ୍ଠ ମନ୍ଦିର ପାଖରେ ଅଛି ଓ ଆଉ ଗୋଟେ ଦୋକାନ ଭୁବନେଶ୍ଵରୀ ମନ୍ଦିର ପାଖରେ ଅଛି ।

ଏହି ଦୁଇଟି ଦୋକାନରେ ଚାହା ଓ ପ୍ରସାଦ ମିଳେ । ଦୋକାନରେ ଚାହା ବିସ୍କେଟ ସହ ଭୋଜନ ମଧ୍ୟ ଦିଅନ୍ତି ଶଶି । ଶଶି ଦେବୀ ନିଜ ସଂପୂର୍ଣ୍ଣ ଜୀବନ ପାହାଡୀରେ ଅତିବାହିତ କରିଥିଲେ ହେଲେ ବର୍ତ୍ତମାନ ସେ ଉତ୍ତରାଖଣ୍ଡରେ ରହୁଛନ୍ତି । ଭାଇର ସଫଳତା ପାଇଁ ଶଶି ବହୁତ ଖୁସି ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯୋଗୀ ଆଦିତ୍ୟନାଥଙ୍କ ଭଉଣୀ ଶଶି ଦେବୀଙ୍କ ଜୀବନୀ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *