ରୁଷ କଲା ମିସାଇଲ୍ ମାଡ, ୟୁକ୍ରେନ ଅସ୍ତ୍ରାଗାର ଛିନଛତ୍ର, ଦେଖନ୍ତୁ ଭିଡିଓ… 

ବନ୍ଧୁଗଣ ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧକୁ ୧ ମାସ ହେବାକୁ ଯାଉଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଏବେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ଋଷ ନିଜ ବାୟୁସେନା ହେଲିକପ୍ଟର ଏଏ୫୨ରୁ ୟୁକ୍ରେନ ଉପରେ ମିସାଇଲ ମାଡ କରିଛି । ଏହି ମିସାଇଲଟି ଋଷ ୟୁକ୍ରେନର ଅସ୍ତ୍ରାଗାରରେ ପକାଇଛି ତେବେ ମାତ୍ର କିଛି ସେକେଣ୍ଡରେ ଧ୍ଵଂସ ହୋଇଗଲା ୟୁକ୍ରେନର ଗୋଳା ବାରୁଦ ଡିପୋ ।

ଋଷର ଗଣମାଧ୍ୟମ ରିପୋର୍ଟରେ ଏହା ଦର୍ଶା ଯାଇଛି ।  ୟୁକ୍ରେନର ପ୍ରତିରକ୍ଷା ପ୍ରଣାଳୀକୁ ଏଡାଇବାକୁ ଯାଇ ୭ କିଲୋମିଟର ଦୂରରୁ ଗାଇଡେଡ ମିସାଇଲ ନିକ୍ଷପ କରିଥିଲା ଋଷ । ଆଉ କ୍ଷେପଣାସ୍ତ୍ରଟି ନିଜ ଲକ୍ଷ ଭେଦ କରିଥିଲା । ତେବେ ଏହି ଆକ୍ରମଣରେ କେତେଜଣ ଲୋକଙ୍କ ପ୍ରାଣ ଯାଇଛି ସେ ସମ୍ପର୍କରେ ଏବେ କୌଣସି ସୂଚନା ମିଳି ନାହିଁ ।

ଏହା ସହ ୟୁକ୍ରେନର ବନ୍ଦର ନଗରି ମାରିଓପୋଲ ଉପରେ ପ୍ରବଳ ବୋମା ମାଡ କରିଛି ଋଷ । ଅନବରତ ବୋମା ମାଡ ହେତୁ ମାରିଓପୋଲ ଏକ ମୃତ ନଗରି ହୋଇଯାଇଛି । ଋଷ ଆଗରେ ଆତ୍ମ ସମର୍ପଣ କରିବାକୁ ମନା କରିଦେବା ପରେ ଏପରି ପରିଣାମ ଭୋଗୀ ଛନ୍ତି ଏହି ନଗର ବାସୀ । ଆଜିକୁ ଏକ ମାସ ହେବ ୟୁକ୍ରେନ ଉପରେ ଋଷର ଆକ୍ରମଣ ଜାରି ରହିଛି ।

ଅନ୍ୟାନ୍ୟ ଦେଶ ଗୁଡିକରୁ ଯେତେ ଚାପ ପଡିଲେ ବି ପଛକୁ ଫେରୁ ନାହିଁ ଋଷ । ଦିନକୁ ଦିନ ଉଗ୍ର ହୋଇ ଯାଉଛନ୍ତି ଋଷ ରାଷ୍ଟ୍ରପତି ପୁଟିନ । ତେବେ ଏହି ଖବରଟି ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *