ୟୁକ୍ରେନର ଦଶ କା ଦମ, କରି ଦେଖେଇଲା କିଛି ଏମିତି କାମ କି ଋଷକୁ ଲାଗିଲା ଶାକ୍ତ ଝଟକା…

ବନ୍ଧୁଗଣ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ଋଷ ରାଷ୍ଟ୍ରପତି ପୁଟିନ ଏବେ ସାରା ବିଶ୍ଵରେ ଚର୍ଚ୍ଚାରେ ରହିଛନ୍ତି । ୨୨ ଦିନ ହେବ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ତେବେ ଋଷ ସେନା ୟୁକ୍ରେନର ଅନେକ ସହରକୁ ନଷ୍ଟ କରିଦେବା ପରେ ଏବେ ୟୁକ୍ରେନ ରାଜଧାନୀ କିବ୍ ଆଡେ ଗତି କରୁଛନ୍ତି । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଦୀର୍ଘ ବର୍ଷ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ପ୍ରଥମେ ଏହି ଯୁଦ୍ଧରେ ୟୁକ୍ରେନ ସହ ଅନେକ ୟୁରୋପୀୟ ଦେଶ ଗୁଡିକ ଥିଲେ ସେହି ଦେଶ ଗୁଡିକ ମଧ୍ୟରୁ ଆମେରିକା ବି ଥିଲା । ହେଲେ ଠିକ ସମୟରେ ଏହି ଦେଶ ଗୁଡିକ ୟୁକ୍ରେନର ହାତ ଛାଡି ଦେଇଥିଲେ । ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ୟୁକ୍ରେନ ଉପରେ ଘମାଘୋଟ ଆକ୍ରମଣ କରିଚାଲିଛି ଋଷ । ବନ୍ଧୁଗଣ ଏହାରି ମଧ୍ୟରେ ଏକ ବଡ ଖବର ଏବେ ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ୧୦ଟି ରୁଷୀୟ ବିମାନକୁ ନଷ୍ଟ କରିଛି ୟୁକ୍ରେନ ବାୟୁସେନା । ଏହାରି ମଧ୍ୟରେ ରହିଛି ଏସୟୁ-୩୦ଏସଏମ ଫାଇଟର ଓ ଗୋଟିଏ ଏସୟୁ-୩୪ ଲଢୁଆ ବିମାନ । ଏହା ସହିତ ଋଷର ଦୁଇଟି ହେଲିକପ୍ଟରକୁ ବି ନଷ୍ଟ କରିଛି ୟୁକ୍ରେନ ।ଗୋଟିଏ ଅଜଣା ବିମାନ ଓ ଗୋଟିଏ ୟୁଏଭି ନଷ୍ଟ ହୋଇଛି ।

ଏବେ ଋଷ ଉପରେ ଆକ୍ରମଣ କରିଛି ୟୁକ୍ରେନ । ଯୁଦ୍ଧର ୨୨ ଦିନରେ ଋଷ ଏୟାର ଫୋର୍ସକୁ ଘାଇଲା କରିଛି ୟୁକ୍ରେନ । ଯୁଦ୍ଧରେ ଋଷର ଅନେକ କିଛି ଧ୍ଵଂସ କରି ସାରିଲାଣି ୟୁକ୍ରେନ ।ଏ ଯାଏଁ ଋଷର ୧୩ ହଜାର ୮୦୦ ସୈନ୍ୟଙ୍କୁ  ମାରିସାରିଲାଣି ୟୁକ୍ରେନ । ଋଷର ଜଣେ ମେଜର ଜେନେରାଲଙ୍କୁ ହତ୍ୟା କରିଛି ୟୁକ୍ରେନ ସେନା । ୮୪ଟି ବିମାନ ଏବଂ ୧୦୮ଟି ହେଲିକପ୍ଟରକୁ ଖସାଇ ଦେଲାଣି ।

ଏହା ସହ ପାଉଁଶ ହୋଇଯାଇଛି ୪୩୦ଟି ଲଢୁଆ ଟ୍ୟାଙ୍କ । ଏବେ ଏହାକୁ ନେଇ ସାରା ବିଶ୍ଵରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବନ୍ଧୁଗଣ ଅନେକ ଦିନ ଧରି ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରେ ୟୁକ୍ରେନ ଏବେ ଜବାବ ଦେଇଛି । ତା ହେଲେ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *